Posted inଫୁରସତ

ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଭେଦଭାବ ପ୍ରଗତିରେ ବାଧକ

ଭେଦଭାବ ସାମାଜିକ ବିଧି ବ୍ୟବସ୍ଥାରେ ମହାମାରୀ ଭଳି। ସଭ୍ୟତାର ବିକାଶ ସହିତ ସମାନ୍ତରାଳ ଭାବେ ଏହା ରହି ଆସିଛି। ଗୋଟିଏ ଗୋଷ୍ଠୀ ସର୍ବଦା ସୁବିଧାବାଦୀ ନୀତି ଆପଣାଇ ବ୍ୟବସ୍ଥାକୁ କରାୟତ୍ତ କରି ରଖିବାକୁ ଉଦ୍ୟମ କରୁଥିବାବେଳେ ଅପେକ୍ଷାକୃତ ଦୁର୍ବଳ ଗୋଷ୍ଠୀ ସାମାଜିକ ନ୍ୟାୟର ସ୍ବାଦ ବାରିପାରୁନି। ଏହାର ନକାରାତ୍ମକ ପ୍ରଭାବ ସାମାଜିକ ବିଧି ବ୍ୟବସ୍ଥା ଉପରେ ପଡୁଥିବାବେଳେ ଅନେକ ସମୟରେ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଉଛି। ଏହା ମଣିଷ ମଣିଷ ଭିତରେ ବିରାଟ ବ୍ୟବଧାନ ସୃଷ୍ଟି କରି ଚାଲିଛି। ଏଭଳି ଜଟିଳ ସମସ୍ୟାର ସମାଧାନ କରିବା ଏବଂ ବିଶ୍ୱ ମଞ୍ଚରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ସାମାଜିକ ନ୍ୟାୟ ଦିବସ। ଚଳିତ ବର୍ଷ ଏହାର ଥିମ୍‌ ରହିଛି ‘ଡିଜିଟାଲ ଅର୍ଥ ବ୍ୟବସ୍ଥା ସାମାଜିକ ନ୍ୟାୟ ପାଇଁ ଆହ୍ବାନ’।
ଏକବିଂଶ ଶତାବ୍ଦୀରେ ପ୍ରଗତିଶୀଳ ଚିନ୍ତାଧାରା ସହ ସାମାଜିକ ନ୍ୟାୟର ଆବଶ୍ୟକତା ମଧ୍ୟ ସେତିକି ବଢ଼ିଛି। ଏହାର ଲକ୍ଷ୍ୟ ସୁଦୂରପ୍ରସାରୀ କରିବାକୁ ମିଳିତ ଜାତିସଂଘର ପରାମର୍ଶକ୍ରମେ ୨୦୦୭ରେ ସର୍ବପ୍ରଥମେ ଏହାର ପରିକଳ୍ପନା କରାଯାଇଥିଲା। ଏଥିପୂର୍ବରୁ ୧୯୯୫ରେ ଡେନମାର୍କର ରାଜଧାନୀ କୋପେନ୍‌ହାଗେନ୍‌ରେ ସାମାଜିକ ଉନ୍ନୟନ ଲାଗି ଆୟୋଜିତ ବିଶ୍ୱ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ ୧୦୦ରୁ ଊର୍ଦ୍ଧ୍ୱ ବିଶ୍ୱନେତା। ସମ୍ମିଳନୀରେ ଗରିବୀ, ରୋଜଗାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ଏବଂ ସାମାଜିକ ବ୍ୟବସ୍ଥାରୁ ଆବିଳତା ହଟାଇବାକୁ ସାମୂହିକ ନିଷ୍ପତ୍ତି ହୋଇଥିଲା। ୨୦୦୭ ନଭେମ୍ବର ୨୬ରେ ମିଳିତ ଜାତିସଂଘ ସାଧାରଣ ସଭାରେ ବିଧିବଦ୍ଧ ଭାବେ ସାମାଜିକ ନ୍ୟାୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିଲାଗି ଫେବୃୟାରୀ୨୦କୁ ଚୟନ କରାଯାଇଥିଲା। ସାମାଜିକ ନ୍ୟାୟ ଦିବସର ଲକ୍ଷ୍ୟ ପୂରଣ ଲାଗି ୨୦୦୯ରୁ ଏହି ଦିବସକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ମିଳିତଭାବେ ସାମାଜିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ସାକାର କରିବା ଲାଗି କାର୍ଯ୍ୟ କରୁଛନ୍ତି। ସେହିପରି ପ୍ରତି ଦେଶ ନିଜ ନିଜସ୍ତରରେ ଦିବସ ପାଳନର ମହତ୍ତ୍ୱକୁ ଜନମାନସରେ ପ୍ରସାର କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
ବହୁ ଭାଷା, ଧର୍ମବିଶ୍ୱାସ ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଭାରତରେ ସାମାଜିକ ନ୍ୟାୟ ବ୍ୟବସ୍ଥା ନୂଆ କଥା ନୁହେଁ। ଏଥିଲାଗି ସମ୍ବିଧାନରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବା ଲାଗି ସ୍ବତନ୍ତ୍ର ଧାରା ମଧ୍ୟ ରହିଛି। ସ୍ବାଧୀନତା ପରବର୍ତ୍ତୀ ସମୟରୁ ଲଗାତର ଭାବେ ସରକାରଙ୍କ ପକ୍ଷରୁ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାକୁ ବହୁବିଧ ପଦକ୍ଷେପ ନିଆଯାଇଛି। ଏଥିଲାଗି ଦେଶରେ ଏକ ଆୟୋଗ ଗଠନ କରାଯାଇଛି। ଏହାକୁ ବାଦ୍‌ ଦେଲେ ଅନେକ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମହିଳା, ଶିଶୁଙ୍କ ଲାଗି ପୃଥକ୍‌ ଆୟୋଗ କାମ କରୁଛି। ୨୫ ସେପ୍ଟେମ୍ବରକୁ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏସବୁ ସତ୍ତ୍ୱେ ଦେଶରେ ବୃଦ୍ଧି ପାଉଥିବା ବେକାରି, ଅସମାନତା, ଧର୍ମୀୟ ଭେଦଭାବ ସାମାଜିକ ନ୍ୟାୟ ପ୍ରଦାନରେ ପରିପନ୍ଥୀ ପାଲଟିଛି। ଶିକ୍ଷିତ ଏବଂ ସଚେତନ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସାକାର ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri