ଫୁସ୍‌ଫୁସ୍‌ର ଆୟୁ କମାଏ ଆଜ୍‌ବେଷ୍ଟୋସିସ୍‌

ନୂଆଦିଲ୍ଲୀ: ଆଜବେଷ୍ଟସ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ମଣିଷର ଫୁସଫୁସରେ ସଂକ୍ରମଣ ହେବା ସହ କ୍ଷତ ହୋଇ ଏଥିରୁ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ ଭାଷାରେ ଆଜବେଷ୍ଟୋସିସ କୁହାଯାଏ। ଏହା ଯୋଗୁ ନିଶ୍ୱାସ ନେବାରେ କଷ୍ଟ ହେବା ସହିତ କାଶ, ଧଇଁ ପେଲିହେବା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବାକୁ ମିଳେ। ଏଭଳି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଫୁସଫୁସ କର୍କଟ, ମେସୋଥେଲିଓମା, ପ୍ଲୁରାଲ ଫାଇବ୍ରୋସିସ, ହାର୍ଟ ସମସ୍ୟା ଆଦି ସୃଷ୍ଟି ହେବାର ଆଶଙ୍କା ଥାଏ।
ଆଜବେଷ୍ଟସ ଘରେ ବାସ କଲେ ଅବା ଆଜବେଷ୍ଟସ ତିଆରି ହେଉଥିବା ଶିଳ୍ପ ସଂସ୍ଥାରେ କାମ କଲେ ଏହି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଥାଏ। ସମସ୍ତ ପ୍ରକାରର ଆଜବେଷ୍ଟସ ଯୋଗୁ ଏହି ସମସ୍ୟା ହୋଇଥାଏ। ଆଜବେଷ୍ଟସ ସଂସ୍ପର୍ଶରେ କେତେ ଦିନ ଧରି ସମ୍ପୃକ୍ତ ବ୍ୟକ୍ତି ରହିଛନ୍ତି ତାହା ଜାଣିବା ପରେ ଉପଯୁକ୍ତ ମେଡିକାଲ ଇମେଜିଙ୍ଗ କରି ସମସ୍ୟାକୁ ଚିହ୍ନଟ କରାଯାଏ।
ଏହା ଏକ ପ୍ରକାର ଇଣ୍ଟରସ୍ଟିସିଆଲ ପଲ୍ୟୁମୋନାରୀ ଫାଇବ୍ରୋସିସ ସମସ୍ୟା।
ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିଲେ ମଧ୍ୟ ଇନଫ୍ଲୁଏଞ୍ଜା ଟିକା, ନିମୋକୋକାଲ ଟିକା, ଆବଶ୍ୟକ ସଚେତନତା, ସେବାଯତ୍ନ, ଧୂମ୍ରପାନ ବନ୍ଦ ଓ ଅମ୍ଳଜାନ ଥେରାପି ଅରଦି ମାଧ୍ୟମରେ ଚିକିତ୍ସା କରାଯାଇଥାଏ। ୨୦୧୫ରେ ଏହି ସମସ୍ୟା ଯୋଗୁ ପୃଥିବୀରେ ୧୫୭,୦୦୦ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩,୬୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ସମସ୍ୟାକୁ ପ୍ରତିରୋଧ କରିବା ପାଇଁ କେତେକ ଦେଶରେ ଆଜବେଷ୍ଟସର ବ୍ୟବହାର ଉପରେ କଟକଣା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?