ୱାର୍ଲଡ ହାଇପରଟେନ୍‌ସନ ଡେ’: କରୋନା ଓ ଉଚ୍ଚ ରକ୍ତଚାପ

ଏବେ କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ନୀରବ ଘାତକ ଭାବେ ଆଖ୍ୟାୟିତ ଉଚ୍ଚ ରକ୍ତଚାପ ବି କରୋନା ସଂକ୍ରମଣ ଆଶଙ୍କାକୁ ବଢାଉଛି। ଡାଇବେଟିସ୍‌, ହୃଦ୍‌ରୋଗ, କିଡ୍‌ନୀ, ମେଦବହୁଳ, ଦୀର୍ଘକାଳିକ ଶ୍ୱାସରୋଗ, ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଅଧିକ ହେଉଥିବା ଅନୁଧ୍ୟାନରୁ ଜଣାଯାଇଛି।  ଏବେ ମଧ୍ୟ କୋଭିଡ-୧୯ ସଂକ୍ରମିତଙ୍କଠାରେ ଉଚ୍ଚ ରକ୍ତଚାପ ଅଧିକ ପରିଲକ୍ଷିତ ହେଉଛି।

ଜଣେ ବ୍ୟକ୍ତିର ସାଧାରଣ ରକ୍ତ ଚାପ ହେଉଛି ୧୨୦/୮୦ ଏମଏମ ଏଚଜି। ଯଦି ଏହି ରକ୍ତଚାପ ୧୨୦ରୁ୧୨୯/୮୦ ଏମଏମ ଏଚଜି ହେଲା ତାହାକୁ ଉଚ୍ଚ ରକ୍ତଚାପ, ୧୩୦ରୁ୧୩୯/୮୦ରୁ ୯୦କୁ ଅତ୍ୟଧିକ ଉଚ୍ଚ ରକ୍ତଚାପ (ଲେବୁଲ-୧), ୧୪୦/୯୦ରୁ ଅଧିକ ହେଲେ ଅତ୍ୟଧିକ ଉଚ୍ଚ ରକ୍ତଚାପ (ଲେବୁଲ-୨) ଏବଂ ୧୮୦/୧୨୦ରୁ ଅଧିକକୁ ଉଦ୍‌ବେଗଜନକ ଉଚ୍ଚ ରକ୍ତଚାପ ବୋଲି କୁହାଯାଏ। କିଡ୍‌ନୀ,ଡାଇବେଟିସ, ଥାଇରଏଡ୍‌, ହୃଦରୋଗ ଆଦିରେ ସାଧାରଣ ରକ୍ତଚାପ ଭାବେ ୧୧୦/୭୦ ଏମଏମ ଏଚଜିକୁ ନିଆଯାଇଛି।
ରକ୍ତଚାପ ଥରେ ଅଧିକ ବୋଲି ଜଣାପଡ଼ିଲେ ଔଷଧ ବ୍ୟବହାର ସହିତ କେତେକ କଥା ମାନି ଚଳିବାକୁ ପଡ଼ିଥାଏ। ପ୍ରଥମତଃ ଲୁଣ କମ୍‌ ଖାଇବେ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବେ। ଚର୍ବିଜାତୀୟ ଖାଦ୍ୟ ଖାଇବେ ନାହିଁ। ନିୟମିତ ବ୍ୟାୟାମ, ଯୋଗ ଏବଂ ପ୍ରାଣାୟାମ କରିବେ। ଶବାସନ ମଧ୍ୟ ରକ୍ତଚାପ ହ୍ରାସ କରିଥାଏ। ଜୀବନଶୈଳୀରେ ପରିିବର୍ତ୍ତନ ଆଣନ୍ତୁ। ନିଶାଦ୍ରବ୍ୟ ସେବନ ଅଭ୍ୟାସ ଥିଲେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ। ପ୍ରତି ଘଣ୍ଟାରେ ବସି ନ ରହି ଟିକେ ଚଲାବୁଲା କରନ୍ତୁ। ପ୍ରତିଦିନ ଅତିକମରେ ୪୦ ମିନିଟ୍‌ ବ୍ୟାୟାମ କରନ୍ତୁ। ଅତିକମରେ ୬-୭ ଘଣ୍ଟା ଶୁଅନ୍ତୁ। ଲିଫ୍ଟ ବ୍ୟବହାର ନ କରି ଶିଡ଼ି ଓ ପାହାଚ ଚଢ଼ି ଯିବାଆସିବା କରନ୍ତୁ। ଏଥିସହ ସବୁଜ ପନିପରିବା, ତଟକା ଫଳମୂଳ, କୋଳି, କ୍ଷୀର, ଓଟ୍‌, ମିଲ୍‌, କଦଳୀ, ଚୂନା ମାଛ, ଶାଗ, ଭେଣ୍ଡି, କଲରା, ଜହ୍ନି, ମୁଗଡାଲି, କୋଳଥ ଡାଲି, ବାଜରା, ପୋହା, ପିଆଜ, ରସୁଣ, ଅମୃତଭଣ୍ଡା, ଅଁଳା, ଘୋଳ ଦହି, ସବୁଜ ଚଣା ହେଉଛି ଏହି ରୋଗୀଙ୍କ ପାଇଁ ଉପାଦେୟ ଖାଦ୍ୟ। ତେଣୁ ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ ତେବେ ନିୟମିତ ସମୟ ଅନ୍ତରାଳରେ ରକ୍ତଚାପ କେତେ ରହୁଛି ତାହା ଚେକ୍‌ କରିନିଅନ୍ତୁ ଏବଂ ଔଷଧ ଖାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।

-ଡା. ରାମଚନ୍ଦ୍ର ରାଉତ
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?