ୱାର୍ଲଡ ହାଇପରଟେନ୍‌ସନ ଡେ’: କରୋନା ଓ ଉଚ୍ଚ ରକ୍ତଚାପ

ଏବେ କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ନୀରବ ଘାତକ ଭାବେ ଆଖ୍ୟାୟିତ ଉଚ୍ଚ ରକ୍ତଚାପ ବି କରୋନା ସଂକ୍ରମଣ ଆଶଙ୍କାକୁ ବଢାଉଛି। ଡାଇବେଟିସ୍‌, ହୃଦ୍‌ରୋଗ, କିଡ୍‌ନୀ, ମେଦବହୁଳ, ଦୀର୍ଘକାଳିକ ଶ୍ୱାସରୋଗ, ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଅଧିକ ହେଉଥିବା ଅନୁଧ୍ୟାନରୁ ଜଣାଯାଇଛି।  ଏବେ ମଧ୍ୟ କୋଭିଡ-୧୯ ସଂକ୍ରମିତଙ୍କଠାରେ ଉଚ୍ଚ ରକ୍ତଚାପ ଅଧିକ ପରିଲକ୍ଷିତ ହେଉଛି।

ଜଣେ ବ୍ୟକ୍ତିର ସାଧାରଣ ରକ୍ତ ଚାପ ହେଉଛି ୧୨୦/୮୦ ଏମଏମ ଏଚଜି। ଯଦି ଏହି ରକ୍ତଚାପ ୧୨୦ରୁ୧୨୯/୮୦ ଏମଏମ ଏଚଜି ହେଲା ତାହାକୁ ଉଚ୍ଚ ରକ୍ତଚାପ, ୧୩୦ରୁ୧୩୯/୮୦ରୁ ୯୦କୁ ଅତ୍ୟଧିକ ଉଚ୍ଚ ରକ୍ତଚାପ (ଲେବୁଲ-୧), ୧୪୦/୯୦ରୁ ଅଧିକ ହେଲେ ଅତ୍ୟଧିକ ଉଚ୍ଚ ରକ୍ତଚାପ (ଲେବୁଲ-୨) ଏବଂ ୧୮୦/୧୨୦ରୁ ଅଧିକକୁ ଉଦ୍‌ବେଗଜନକ ଉଚ୍ଚ ରକ୍ତଚାପ ବୋଲି କୁହାଯାଏ। କିଡ୍‌ନୀ,ଡାଇବେଟିସ, ଥାଇରଏଡ୍‌, ହୃଦରୋଗ ଆଦିରେ ସାଧାରଣ ରକ୍ତଚାପ ଭାବେ ୧୧୦/୭୦ ଏମଏମ ଏଚଜିକୁ ନିଆଯାଇଛି।
ରକ୍ତଚାପ ଥରେ ଅଧିକ ବୋଲି ଜଣାପଡ଼ିଲେ ଔଷଧ ବ୍ୟବହାର ସହିତ କେତେକ କଥା ମାନି ଚଳିବାକୁ ପଡ଼ିଥାଏ। ପ୍ରଥମତଃ ଲୁଣ କମ୍‌ ଖାଇବେ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବେ। ଚର୍ବିଜାତୀୟ ଖାଦ୍ୟ ଖାଇବେ ନାହିଁ। ନିୟମିତ ବ୍ୟାୟାମ, ଯୋଗ ଏବଂ ପ୍ରାଣାୟାମ କରିବେ। ଶବାସନ ମଧ୍ୟ ରକ୍ତଚାପ ହ୍ରାସ କରିଥାଏ। ଜୀବନଶୈଳୀରେ ପରିିବର୍ତ୍ତନ ଆଣନ୍ତୁ। ନିଶାଦ୍ରବ୍ୟ ସେବନ ଅଭ୍ୟାସ ଥିଲେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ। ପ୍ରତି ଘଣ୍ଟାରେ ବସି ନ ରହି ଟିକେ ଚଲାବୁଲା କରନ୍ତୁ। ପ୍ରତିଦିନ ଅତିକମରେ ୪୦ ମିନିଟ୍‌ ବ୍ୟାୟାମ କରନ୍ତୁ। ଅତିକମରେ ୬-୭ ଘଣ୍ଟା ଶୁଅନ୍ତୁ। ଲିଫ୍ଟ ବ୍ୟବହାର ନ କରି ଶିଡ଼ି ଓ ପାହାଚ ଚଢ଼ି ଯିବାଆସିବା କରନ୍ତୁ। ଏଥିସହ ସବୁଜ ପନିପରିବା, ତଟକା ଫଳମୂଳ, କୋଳି, କ୍ଷୀର, ଓଟ୍‌, ମିଲ୍‌, କଦଳୀ, ଚୂନା ମାଛ, ଶାଗ, ଭେଣ୍ଡି, କଲରା, ଜହ୍ନି, ମୁଗଡାଲି, କୋଳଥ ଡାଲି, ବାଜରା, ପୋହା, ପିଆଜ, ରସୁଣ, ଅମୃତଭଣ୍ଡା, ଅଁଳା, ଘୋଳ ଦହି, ସବୁଜ ଚଣା ହେଉଛି ଏହି ରୋଗୀଙ୍କ ପାଇଁ ଉପାଦେୟ ଖାଦ୍ୟ। ତେଣୁ ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ ତେବେ ନିୟମିତ ସମୟ ଅନ୍ତରାଳରେ ରକ୍ତଚାପ କେତେ ରହୁଛି ତାହା ଚେକ୍‌ କରିନିଅନ୍ତୁ ଏବଂ ଔଷଧ ଖାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।

-ଡା. ରାମଚନ୍ଦ୍ର ରାଉତ
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri