Posted inଜାତୀୟ

ଭାରତୀୟ ସଂସ୍କୃତି ଉପରେ ଜ୍ଞାନ ଆହରଣ ପାଇଁ ୧୩ ଦେଶର ୩୧ ଛାତ୍ରୀଛାତ୍ରଙ୍କ ବିଶ୍ୱ ହିନ୍ଦୀ ଯାତ୍ରା…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ (ଆଇସିସିଆର) ଦ୍ୱାରା ୧୩ ଟି ଦେଶର ୩୧ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱ ହିନ୍ଦୀ ଯାତ୍ରା ଆୟୋଜିତ ହୋଇଛି। ଏହି ଯୋଜନା ଅଧୀନରେ ସେମାନଙ୍କୁ ହିନ୍ଦୀ ଭାଷା ବିଷୟରେ ସୂଚନା ଦେବା ସହିତ ସେମାନଙ୍କୁ ଭାରତର ସଭ୍ୟତା ସଂସ୍କୃତି ବିଷୟରେ ଜ୍ଞାନ ଆହରଣର ସୁଯୋଗ ମିଳିବ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଐତିହାସିକ ସ୍ଥାନ ଭ୍ରମଣରେ ନିଆଯାଉଛି।

ମେ ୨୪ ରେ ଛାତ୍ରୀଛାତ୍ରମାନେ ତାଜମହଲ ଏବଂ ଲାଲ କିଲ୍ଲା ପରିଦର୍ଶନ କରିଥିଲେ। ମୋଗଲ ସ୍ଥାପତ୍ୟର ଅନନ୍ୟ ନମୁନା ଦେଖି ଅଧିକାଂଶ ଛାତ୍ରୀଛାତ୍ର କହିଛନ୍ତି, ଭାରତର ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟକୁ ବୁଝିବା ପାଇଁ ୧୦ ଦିନ ଯଥେଷ୍ଟ ନୁହେଁ । ମେ ୨୦ ରୁ ୨୯ ପର୍ଯ୍ୟନ୍ତ ୧୦ ଦିନିଆ ଗସ୍ତ ସମୟରେ ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ଭାରତର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ସ୍ଥାନ ତଥା ସ୍ମାରକୀ ଭ୍ରମଣରେ ନିଆଯାଉଛି । ଆଇସିଆଇସିଆର କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ରାଜୀବ କୁମାର କହିଛନ୍ତି ଅଷ୍ଟ୍ରେଲିଆ, ଇଟାଲୀ, କାଜାଖସ୍ତାନ, ରିପବ୍ଲିକ ଅଫ କୋରିଆ, ଜାପାନ, ତାଜିକିସ୍ତାନ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ, ଫିଜି, ମରିସସ, ରୁଷିଆ ଏବଂ ଶ୍ରୀଲଙ୍କାର ୩୧ ଜଣ ଛାତ୍ରୀଛାତ୍ର ହିନ୍ଦୀ ବିଶ୍ୱ ଭ୍ରମଣରେ ଆସିଛନ୍ତି।

ଆଇସିସିଆର ସଭାପତି ଡ. ବିନୟ ସହସ୍ରବୁଦ୍ଧେ କହିଛନ୍ତି, ଭାଷାଭିତ୍ତିକ ଜ୍ଞାନକୁ ଆହୁରି ବିସ୍ତାର କରିବା ପାଇଁ ଭଲ ହିନ୍ଦୀ ସାହିତ୍ୟ ତାଜିକିସ୍ତାନ, ତାଞ୍ଜାନିଆ, ଜାପାନର ଭାଷାରେ ଅନୁବାଦିତ ହେବ। ଆଗାମୀ ଦିନରେ ହିନ୍ଦୀ ୱାଲର୍‌ଡ ଟୁର୍‌, ପଞ୍ଚିମବଙ୍ଗ, ତାମିଲନାଡୁରେ ଆୟୋଜିତ ହେବ । ଏଠାକୁ ଆସିବା ପରେ ମୁଁ ହିନ୍ଦୀ ବିଷୟରେ ଅଧିକ ଜାଣିବାକୁ ପାଇଛି। ଆମର ଯାତ୍ରା ଭଲ ଚାଲିଛି। ଏଠାରେ ବହୁତ କିଛି ଦେଖିବାକୁ ଅଛି, କିନ୍ତୁ ଆମର ଯାତ୍ରାର ଦିନ ବହୁତ କମ ବୋଲି ରୁଷିଆରୁ ଆସିଥିବା ଟୋକଜାନ କହିଛନ୍ତି। ଐତିହାସିକ ସ୍ଥାନ ପରିଦର୍ଶନ କରି ମୁଁ ଭାରତର ପ୍ରାଚୀନ ସଭ୍ୟତା ବିଷୟରେ ଜାଣିବାର ସୁଯୋଗ ପାଇଛି। ତାଜମହଲ ଏବଂ ଲାଲ କିଲ୍ଲା ଦେଖି ମୋଗଲ ସ୍ଥାପତ୍ୟ ବିଷୟରେ ଜାଣିବାକୁ ପାଇଛି ବୋଲି କାଜାଖସ୍ତାନରୁ ଆସିଥିବା ଜରିନା କହିଛନ୍ତି।

ଆମର ଯାତ୍ରା ଏପର୍ଯ୍ୟନ୍ତ ବହୁତ ଭଲ ହୋଇଛି। ତଥାପି ଦୁଇ-ତିନି ବାକି ଅଛି, ଯେଉଁଥିରେ ଆମେ ଯାତ୍ରାକୁ ପୂର୍ଣ୍ଣ ଉପଭୋଗ କରିବୁ ବୋଲି କୋରିଆରୁ ଆସିଥିବା କିମକେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?