ଜଳାତଙ୍କର ଆତଙ୍କ

ଜଳାତଙ୍କ ରୋଗ ଓ ତା’ର ପ୍ରତିକାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାନଳ କରାଯାଇଥାଏ ‘ବିଶ୍ୱ ଜଳାତଙ୍କ ଦିବସ ବା ଓ୍ବାଲର୍‌ଡ ରାବିଜ୍‌ ଡେ। ଏହି ଦିବସରେ ପରଲୋକ ଗମନ କରିଥିଲେ ଜଳାତଙ୍କର ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ଲୁଇ ପାଶ୍ଚର। ଏହି ଦିବସରେ ବିଭିନ୍ନ ଗଣମାଧ୍ୟମ ଏବଂ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କୁ ଉକ୍ତ ରୋଗର କାରଣ ଓ ନିରାକରଣର ଉପାୟ ତଥା ଚିକିତ୍ସା ବିଷୟରେ ଅବଗତ କରାଯାଇଥାଏ। ତେବେ ଚଳିତ ବର୍ଷ ପାଇଁ ବିଶ୍ୱ ଜଳାତଙ୍କ ଦିବସର ସ୍ଲୋଗାନ୍‌ ରହିଛି-‘ଜଳାତଙ୍କ:ତଥ୍ୟ, ଭୟ ନୁହେଁ’।
ଆପଣମାନଙ୍କ ମଧ୍ୟରେ ଅନେକେ ଜଳାତଙ୍କ ରୋଗଟିର ନଁା ଶୁଣିଥିବେ। ଡାକ୍ତରମାନେ ଏହି ରୋଗକୁ ‘ହାଇଡ୍ରୋଫୋବିଆ’ ବା ‘ରାବିଜ୍‌’ ବୋଲି କହିଥାନ୍ତି। ଏହା ପଶୁଜନିତ ଏକ ଭୂତାଣୁ ରୋଗ। ଏହି ରୋଗରେ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ର ବା ରୋଗୀର ସୁଷୁମ୍ନା କାଣ୍ଡ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇପଡ଼େ। ରୋଗ ହେଲେ ମୃତ୍ୟୁ ପ୍ରାୟ ନିଶ୍ଚିତ। ପୃଥିବୀର କେତେକ ରାଷ୍ଟ୍ର ଜଳାତଙ୍କରୁ ମୁକ୍ତ। କିନ୍ତୁ ଏକ ଆକଳନରୁ ଜଣାପଡିଛି, ଆମ ଦେଶରେ ପ୍ରତି ଅଧଘଣ୍ଟାରେ କେହି ନା କେହି ଜଳାତଙ୍କରେ ମୃତ୍ୟୁ ମୁଖରେ ପଡ଼ିଥାଆନ୍ତି।
କିପରି ବ୍ୟାପେ : ଜଳାତଙ୍କ ଭୂତାଣୁ ସୁସ୍ଥ ଲୋକର ଶରୀର ଭିତରକୁ ପ୍ରବେଶ କରେ କିପରି ? ଏହି ଭୂତାଣୁ ରହିଥାଏ ପ୍ରଧାନତଃ ପାଗଳା କୁକୁର, ବିରାଡ଼ି, ବିଲୁଆ ଓ ଗଧିଆଙ୍କ ଲାଳରେ। କିନ୍ତୁ ଏହି ଜନ୍ତୁମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିଲେ ସେମାନଙ୍କ ଲାଳରେ ରୋଗର ଭୂତାଣୁ ନ ଥାଏ। ରୋଗ କରାଇବାରେ ପାଗଳା କୁକୁର ମୁଖ୍ୟତଃ ଦାୟୀ ହୋଇଥିବାରୁ ଏହି ରୋଗକୁ ସାଧାରଣ ଲୋକେ ‘କୁକୁର କାମୁଡ଼ା ରୋଗ’ ଓ ରୋଗର ପ୍ରତିଷେଧକ ଟିକାକୁ ‘କୁକୁର କାମୁଡ଼ା ଟିକା’ ବୋଲି କହିଥାନ୍ତି। ପାଗଳା କୁକୁର କାମୁଡ଼ି ରୋଗୀଠାରେ ଗଭୀର କ୍ଷତ ସୃଷ୍ଟି କରିଦେଲେ କି ନଖରେ ଆମ୍ପୁଡ଼ି ଦେଲେ କିମ୍ବା ରୋଗୀ ଶରୀରର କୌଣସି କ୍ଷତ ସ୍ଥାନକୁ ଚାଟିଦେଲେ କୁକୁରର ଲାଳରେ ଥିବା ଜଳାତଙ୍କ ଭୂତାଣୁ ସୁସ୍ଥ ଲୋକର ଦେହ ଭିତରକୁ ପ୍ରବେଶ କରିଯାଏ। ତା’ ପରେ ଭୂତାଣୁ କ୍ଷତ ସ୍ଥାନର ଉପରକୁ ଉପରକୁ ଉଠି ପହଞ୍ଚିଯାଏ ବ୍ୟକ୍ତିର ସୁଷୁମ୍ନାକାଣ୍ଡରେ ଏବଂ ମସ୍ତିଷ୍କରେ। ଶରୀରରେ ଭୂତାଣୁ ପ୍ରବେଶ କରିବାର ୧ମାସରୁ ୩ମାସ ଭିତରେ ବ୍ୟକ୍ତିଠାରେ ପ୍ରକାଶ ପାଏ ରୋଗର ଲକ୍ଷଣ। ସ୍ଥଳ ବିଶେଷରେ ଏହି ଅବଧି ହୋଇପାରେ ମାତ୍ର ସାତଦିନ। ଆଉ କାହା କାହା କ୍ଷେତ୍ରରେ ରୋଗର ଲକ୍ଷଣ ଜାତ ହେବା ନିମନ୍ତେ ଲାଗିଯାଏ ଏକାଧିକ ବର୍ଷ।
କିପରି ଚିହ୍ନିବ : ଯଦି ପ୍ରାଣୀଟି ପାଗଳା ହୋଇ ନ ଥାଏ ବା ତା’ ଲାଳରେ ଜଳାତଙ୍କ ଭୂତାଣୁ ନ ଥାଏ, ତେବେ ରୋଗ ହେବାର କୌଣସି ଆଶଙ୍କା ନାହିଁ। କିନ୍ତୁ କୁକୁର କାମୁଡ଼ା ଯୋଗୁ ବ୍ୟକ୍ତିଟି ଭୂତାଣୁ ସଂକ୍ରମିତ ହୋଇ ପଡ଼ିଥିଲେ, ତା’ଠାରେ ପ୍ରକାଶ ପାଏ କେତେକ ମାମୁଲି ପ୍ରାଥମିକ ଲକ୍ଷଣ-ଯେପରିକି ମୁଣ୍ଡବିନ୍ଧା, ଦେହ ଘୋଳାବିନ୍ଧା, ତଣ୍ଟିରେ ଘାଆ ଏବଂ ଦେହରେ ସାମାନ୍ୟ ଜ୍ୱର। ଏହି ଲକ୍ଷଣମାନ ମାତ୍ର ୩-୪ ଦିନ ପାଇଁ ରହେ। ଅନେକ ରୋଗୀଙ୍କ କ୍ଷେତ୍ରରେ କାମୁଡ଼ା ସ୍ଥାନରେ ଅନୁଭୂତ ହୁଏ ଯନ୍ତ୍ରଣା ଓ ଛୁଞ୍ଚି ଫୋଡ଼ି ହେବା ଭଳି ଲକ୍ଷଣ। ପରେ ପରେ ସ୍ନାୟୁତନ୍ତ୍ରର ସମସ୍ତ ଅଂଶ ଉଦ୍ଦୀପିତ ତଥା ଉତ୍ତେଜିତ ହୋଇପଡ଼େ। ଉଚ୍ଚ ଶବ୍ଦ, ତୀବ୍ର ଆଲୋକ ଓ ଶୀତୁଆ ପବନକୁ ରୋଗୀ ସହି ପାରେନି। ଦେହରେ ପବନ ବାଜିବା ରୋଗୀକୁ ଅସହ୍ୟ ହେଉଥିଲେ ଜଳାତଙ୍କ ହୋଇଛି ବୋଲି ସନ୍ଦେହ କରିବା ଯଥେଷ୍ଟ କାରଣ ଅଛି। କାହା କାହାଠାରେ ଦେହରୁ ଝାଳ ବହେ। ପାଟିରୁ ଲାଳ ଗଡ଼େ। ଆଖିରୁ ଲୁହ ଝରେ। ରୋଗୀଠାରେ ପରିଲକ୍ଷିତ ହୁଏ କ୍ରୋଧ, ବିରକ୍ତି, ମାନସିକ ଅବସାଦ ଏବଂ ମୃତ୍ୟୁ ଭୟ। ଲକ୍ଷଣମାନ କ୍ରମେ ବଢ଼ି ବଢ଼ି ଯାଏ। ସେ ଯେତେ ଚେଷ୍ଟା କଲେ ବି ଜଳ ସମେତ କୌଣସି ତରଳ ପଦାର୍ଥ ଢୋକି ପାରେନି। ଏହି କାରଣରୁ ରୋଗୀ ଜଳକୁ ଦେଖିଲେ ଆସନ୍ନ ଯନ୍ତ୍ରଣା କଥା ଭାବି ଆତଙ୍କିତ ହୋଇପଡ଼େ। ସେଥିପାଇଁ ଏହି ରୋଗକୁ ଜଳ(ହାଇଡ୍ରୋ-) ପ୍ରତି ଆତଙ୍କ (ଫୋବିଆ) ବା ‘ହାଇଡ୍ରୋଫୋବିଆ’ ବୋଲି କୁହନ୍ତି। ରୋଗ ମାତ୍ର ୨-୩ ଦିନ କିମ୍ବା କଦବା କେମିତି ୫-୬ ଦିନ ସ୍ଥାୟୀ ହୋଇ ରୋଗୀ ମୃତ୍ୟୁବରଣ କରେ।
ଚିକିସତ୍ା : ଜଳାତଙ୍କ ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିସତ୍ା ନାହିଁ। ତେବେ କାଳବିଳମ୍ବ ନ କରି ରୋଗୀକୁ ଡାକ୍ତରଖାନା ନେଇ ଯିବା ଉଚିତ। ଡାକ୍ତରଖାନାକୁ ନେବା ପୂର୍ବରୁ କ୍ଷତ ସ୍ଥାନକୁ ତୁରନ୍ତ ସାବୁନ୍‌ ଲଗାଇ ବାରମ୍ବାର ଧୋଇ ପକାଇବା ଉଚିତ। ହାତ କି ଗୋଡ଼କୁ କାମୁଡ଼ିଥିଲେ ଆକ୍ରାନ୍ତ ସ୍ଥାନକୁ ପରିଷ୍କାର ପାଣିରେ ଧୋଇଦେଲେ ଭୂତାଣୁମାନ ଧୋଇ ଯିବାରୁ ଉପକାର ମିଳେ। ସାବୁନ ଘସି ଧୋଇବା ବେଶି ହିତକର। କ୍ଷତ ସ୍ଥାନକୁ ଧୋଇସାରି ସେଠାରେ ସ୍ପିରିଟ୍‌, ଟିଙ୍କଚର୍‌ ଆୟୋଡିନ୍‌ କି ପ୍ରୋଭିଡନ୍‌ ଆୟୋଡିନ୍‌ ଲୋସନ୍‌ ଢାଳି ଦେବା ଆବଶ୍ୟକ। ଜାଣିରଖିବା ଦରକାର ଯେ, ଜଳାତଙ୍କ ଏକ ମାରାତ୍ମକ ସଂକ୍ରାମକ ରୋଗ। ରୋଗୀର ଲାଳ, ଲୁହ, ବାନ୍ତି ଓ ପରିସ୍ରାରେ ଭୂତାଣୁ ରହିଥାନ୍ତି। ତେଣୁ ରୋଗୀର ଚିକିତ୍ସା ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ତଥା ନର୍ସମାନେ ମୁହଁରେ ମାସ୍କ, ହାତରେ ଗ୍ଲୋଭସ୍‌, ଆଖିରେ ରଙ୍ଗିନ୍‌ ଚଷମା ଓ ଦେହରେ ପୂରାହାତ ଆପ୍ରନ୍‌ ପିନ୍ଧିବା ଅପରିହାର୍ଯ୍ୟ। ଯାହା ଶରୀରରେ କୌଣସି କ୍ଷତ ଥିବ, ସେ ରୋଗୀ ସଂସ୍ପର୍ଶରେ ଆସିବା ଆଦୌ ନିରାପଦ ନୁହେଁ।
ପ୍ରତିଷେଧକ ଟିକା : କେତେଜଣ କୁକୁର କାମୁଡ଼ା ରୋଗୀ ଡାକ୍ତରଙ୍କ ନିକଟରେ ପହଞ୍ଚିବା ଦିନଠାରୁ ଡାକ୍ତର ଆରମ୍ଭ କରିଦିଅନ୍ତି ପ୍ରତିଷେଧକ ଟିକାର ଇଞ୍ଜେକସନ୍‌। ଏହାକୁ ଆଣ୍ଟିରାବିଜ୍‌ ଭାକ୍ସିନ୍‌ ବା ‘ଏଆର୍‌ଭି’ ବୋଲି କହନ୍ତି। ଇଞ୍ଜେକଶନ ଦିଆଯାଏ ୫ ଥର(ପ୍ରଥମ ଦିବସ, ତୃତୀୟ ଦିବସ, ସପ୍ତମ ଦିବସ, ୧୪ତମ ଦିବସ ଓ ୨୮ତମ ଦିବସ)। ଇଞ୍ଜେକଶନ ଦିଆଯାଏ ବାହୁରେ କି ପିଚାର ମାଂସପେଶୀରେ। ଯେଉଁମାନେ ଘରେ ପୋଷା କୁକୁର କି ବିରାଡ଼ି ପାଳି ଥାଆନ୍ତି ସେମାନେ ଏମାନଙ୍କୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଜଳାତଙ୍କ ନିରୋଧୀ ପ୍ରତିଷେଧକ ଟିକା ଦେବା ଦରକାର।
ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ଏହାର ନିରାକରଣ କରିବା ପାଇଁ ରୋଗର ମାରାତ୍ମକତା ଏବଂ ନିରାକରଣମୂଳକ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ତଥ୍ୟ ପ୍ରଦାନ କରିବା ଆବଶ୍ୟକ। ସୁତରାଂ ଜନସାଧାରଣ ଜଳାତଙ୍କ ରୋଗ ସମ୍ପର୍କରେ ପରିଚିତ ହେବା ସଙ୍ଗେ ସଙ୍ଗେ ମନରୁ ରୋଗ ଭୟ ଦୂରୀଭୂତ କରାଇବା ସର୍ବାଦୌ ଆବଶ୍ୟକ। ଜଳାତଙ୍କର ମୂଳୋତ୍ପାଟନ ପାଇଁ ପ୍ରତିଷେଧକ ଟିକା ଓ ସମସ୍ତଙ୍କର ସହଯୋଗ ଏକାନ୍ତ ଅପରିହାର୍ଯ୍ୟ।

ଡା. ନିତ୍ୟାନନ୍ଦ ସ୍ବାଇଁ

-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ୍‌ -୧୧୩୧ ଅଭିନବ ବିଡ଼ାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri