Posted inଫୁରସତ

ବିଶ୍ୱ ଜୈବ ଇନ୍ଧନ ଦିବସ : ଜୈବ ଇନ୍ଧନ ଏକ ନୂଆ ବିକଳ୍ପ

ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ ଜୈବ ଇନ୍ଧନ ବିଶେଷ ଭାବେ ସହାୟକ ହେବାରେ ଲାଗିଛି। ଏହା ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ସହିତ କୃଷକଙ୍କ ଆୟ, ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଆଦି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ। ଏଥିପାଇଁ ବିଭିନ୍ନ ଦେଶରେ ସରକାରୀ ସ୍ତରରେ ପଦକ୍ଷେପମାନ ଗ୍ରହଣ କରାଯାଉଛି।
ପରିବେଶ ପାଇଁ ଜୈବ ଇନ୍ଧନ ଅପରିହାର୍ଯ୍ୟ। ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ ବା କୋଇଲା ଆଧାରିତ ବିଜୁଳି ପରିବେଶକୁ ଦୂଷିତ କରୁଛି। ଏହାର ବିକଳ୍ପ ଭାବେ ଜୈବ ଇନ୍ଧନ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ନୂଆ ଇନ୍ଧନର ଉତ୍ସକୁ ପ୍ରୋତ୍ସାହିତ କରିବ। ଅଥବା ଜୀବାଶ୍ମ ଇନ୍ଧନରେ ଇଥାନଲର ମିଶ୍ରଣ ହେବ; ଯାହା କି ପରିବେଶକୁ ସୁରକ୍ଷା ଦେବାରେ ସହାୟକ ହେବ। ଜୈବ ଇନ୍ଧନ ମୁଖ୍ୟତଃ ଗଛଲତା ଏବଂ ପ୍ରାଣୀଙ୍କ ବର୍ଜ୍ୟରୁ ପ୍ରସ୍ତୁତ ହୁଏ, ଯାହା କି ପ୍ରକୃତି ଉପରେ କୁପ୍ରଭାବ ପକାଏ ନାହିଁ।
ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବରେ ଅଣ-ଜୀବାଶ୍ମ ଇନ୍ଧନର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧୦ ଅଗଷ୍ଟରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରାଯାଇଥାଏ। ଏହି ଦିନ, ସରକାରୀ ଏବଂ ବେସରକାରୀ ସଂଗଠନ ଏକତ୍ରିତ ହୋଇ ଏକ ଭିନ୍ନ ଶକ୍ତି ଉତ୍ସ ଭାବରେ ଅଣ-ଜୀବାଶ୍ମ ଇନ୍ଧନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥାନ୍ତି। ଅଗଷ୍ଟ ୧୦କୁ ବିଶ୍ୱ ଜୈବ ଇନ୍ଧନ ଦିବସ ଭାବରେ ମନୋନୀତ କରାଯିବାର କାରଣ ୧୮୯୩ରେ ଏହି ଦିନରେ ଜର୍ମାନ ଉଦ୍ଭାବକ ସାର୍‌ ରୁଡଲ୍ଫ ଡିଜେଲ ବାଦାମ ତେଲରେ ଡିଜେଲ ଇଞ୍ଜିନକୁ ସଫଳତାର ସହ ଚଳାଇଥିଲେ। ଏହା ଜୀବାଶ୍ମ ଇନ୍ଧନ ପାଇଁ ଏକ ନିରାପଦ, ନବୀକରଣଯୋଗ୍ୟ ଏବଂ ସ୍ଥାୟୀ ବିକଳ୍ପ ସୃଷ୍ଟି କରିବାର ଆଶା ସୃଷ୍ଟି କରିଥିଲା। ଭାରତରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୨୦୧୫ଠାରୁ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରିବା ଆରମ୍ଭ କରିଛି। ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଜୈବ ଇନ୍ଧନ ହେଉଛି ଏକ ଚାବି କାଠି ଏବଂ ଏହା ଏକ ପରିଛନ୍ନ ପରିବେଶ ସୁନିଶ୍ଚିତ କରିଥାଏ। ଅପରପକ୍ଷେ ଏହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ମଧ୍ୟ ସାହାଯ୍ୟ କରିଥାଏ। ଜୀବାଶ୍ମ ଇନ୍ଧନ ଜାଳିବା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ; ଯାହା ବାୟୁ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?