Posted inଫୁରସତ

ବିଶ୍ୱ ଜୈବ ଇନ୍ଧନ ଦିବସ : ଜୈବ ଇନ୍ଧନ ଏକ ନୂଆ ବିକଳ୍ପ

ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ ଜୈବ ଇନ୍ଧନ ବିଶେଷ ଭାବେ ସହାୟକ ହେବାରେ ଲାଗିଛି। ଏହା ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ସହିତ କୃଷକଙ୍କ ଆୟ, ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଆଦି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ। ଏଥିପାଇଁ ବିଭିନ୍ନ ଦେଶରେ ସରକାରୀ ସ୍ତରରେ ପଦକ୍ଷେପମାନ ଗ୍ରହଣ କରାଯାଉଛି।
ପରିବେଶ ପାଇଁ ଜୈବ ଇନ୍ଧନ ଅପରିହାର୍ଯ୍ୟ। ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ ବା କୋଇଲା ଆଧାରିତ ବିଜୁଳି ପରିବେଶକୁ ଦୂଷିତ କରୁଛି। ଏହାର ବିକଳ୍ପ ଭାବେ ଜୈବ ଇନ୍ଧନ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ନୂଆ ଇନ୍ଧନର ଉତ୍ସକୁ ପ୍ରୋତ୍ସାହିତ କରିବ। ଅଥବା ଜୀବାଶ୍ମ ଇନ୍ଧନରେ ଇଥାନଲର ମିଶ୍ରଣ ହେବ; ଯାହା କି ପରିବେଶକୁ ସୁରକ୍ଷା ଦେବାରେ ସହାୟକ ହେବ। ଜୈବ ଇନ୍ଧନ ମୁଖ୍ୟତଃ ଗଛଲତା ଏବଂ ପ୍ରାଣୀଙ୍କ ବର୍ଜ୍ୟରୁ ପ୍ରସ୍ତୁତ ହୁଏ, ଯାହା କି ପ୍ରକୃତି ଉପରେ କୁପ୍ରଭାବ ପକାଏ ନାହିଁ।
ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବରେ ଅଣ-ଜୀବାଶ୍ମ ଇନ୍ଧନର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧୦ ଅଗଷ୍ଟରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରାଯାଇଥାଏ। ଏହି ଦିନ, ସରକାରୀ ଏବଂ ବେସରକାରୀ ସଂଗଠନ ଏକତ୍ରିତ ହୋଇ ଏକ ଭିନ୍ନ ଶକ୍ତି ଉତ୍ସ ଭାବରେ ଅଣ-ଜୀବାଶ୍ମ ଇନ୍ଧନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥାନ୍ତି। ଅଗଷ୍ଟ ୧୦କୁ ବିଶ୍ୱ ଜୈବ ଇନ୍ଧନ ଦିବସ ଭାବରେ ମନୋନୀତ କରାଯିବାର କାରଣ ୧୮୯୩ରେ ଏହି ଦିନରେ ଜର୍ମାନ ଉଦ୍ଭାବକ ସାର୍‌ ରୁଡଲ୍ଫ ଡିଜେଲ ବାଦାମ ତେଲରେ ଡିଜେଲ ଇଞ୍ଜିନକୁ ସଫଳତାର ସହ ଚଳାଇଥିଲେ। ଏହା ଜୀବାଶ୍ମ ଇନ୍ଧନ ପାଇଁ ଏକ ନିରାପଦ, ନବୀକରଣଯୋଗ୍ୟ ଏବଂ ସ୍ଥାୟୀ ବିକଳ୍ପ ସୃଷ୍ଟି କରିବାର ଆଶା ସୃଷ୍ଟି କରିଥିଲା। ଭାରତରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୨୦୧୫ଠାରୁ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରିବା ଆରମ୍ଭ କରିଛି। ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଜୈବ ଇନ୍ଧନ ହେଉଛି ଏକ ଚାବି କାଠି ଏବଂ ଏହା ଏକ ପରିଛନ୍ନ ପରିବେଶ ସୁନିଶ୍ଚିତ କରିଥାଏ। ଅପରପକ୍ଷେ ଏହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ମଧ୍ୟ ସାହାଯ୍ୟ କରିଥାଏ। ଜୀବାଶ୍ମ ଇନ୍ଧନ ଜାଳିବା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ; ଯାହା ବାୟୁ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri