ଭାରତର ବିକାଶ ହାର ୬.୩ ପ୍ରତିଶତ ଆକଳନ କଲା ବିଶ୍ୱବ୍ୟାଙ୍କ…

ନୂଆଦିଲ୍ଲୀ,୩।୧୦ : ଭାରତୀୟ ଅର୍ଥନୀତି ବିଷୟରେ ଏକ ଖୁସି ଖବର ଆସିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ବିଶ୍ୱ ଅଥନୈତିକ ଚାପ ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପ୍ରିଲ ୧ ରୁ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ଜାରି ରହିଛି।  ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ୱେ ଦକ୍ଷିଣ ଏସୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପ୍ରିଲ ସମୀକ୍ଷା ସମୟରେ ଏହାକୁ ହ୍ରାସ କରିବା ପରେ ବିଶ୍ୱ ବ୍ୟାଙ୍କ ଭାରତ ପାଇଁ ୬.୩ ପ୍ରତିଶତ ଅଭିବୃଦ୍ଧି ପୂର୍ବାନୁମାନ ବଜାୟ ରଖିଛି।

ବିଶ୍ୱବ୍ୟାପୀ ଆହ୍ବାନ ସତ୍ତ୍ୱେ ମଙ୍ଗଳବାର ପ୍ରକାଶିତ ବିଶ୍ୱ ବ୍ୟାଙ୍କର ନୂତନ ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ (ଆଇଡିୟୁ) ଅନୁଯାୟୀ ଭାରତ ୨୦୨୨-୨୦୨୩ ରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ। ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ପାଖାପାଖି ଥିଲା। ଜି -୨୦ ଦେଶ ମଧ୍ୟରେ ମଧ୍ୟ ଭାରତର ଅଭିବୃଦ୍ଧି ହାର ଦ୍ୱିତୀୟ ସର୍ବାଧିକ ଥିଲା ଏବଂ ଉଦୀୟମାନ ଅର୍ଥନୀତିର ହାରାହାରି ଦ୍ୱିଗୁଣିତ ହୋଇଥିଲା। ଶକ୍ତିଶାଳୀ ଘରୋଇ ଚାହିଦା, ଜନସାଧାରଣଙ୍କ ଭିତ୍ତିଭୂମି ବିନିଯୋଗ ଏବଂ ଏକ ଶକ୍ତିଶାଳୀ ଆର୍ଥିକ କ୍ଷେତ୍ର ଯୋଗୁଁ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।

ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତରେ ବ୍ୟାଙ୍କ ଋଣ ପ୍ରାୟ ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ବ୍ୟାଙ୍କ କହିଛି। ଅର୍ଥାତ ପ୍ରଥମ ତ୍ରୟମାସରେ ଭାରତରେ ବ୍ୟାଙ୍କ ଋଣ ୧୫.୮ ପ୍ରତିଶତ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏହା ୧୩.୩ପ୍ରତିଶତ ଥିଲା । ୭.୪ ପ୍ରତିଶତ ଅଭିବୃଦ୍ଧି ସହିତ ଭାରତର ସେବା କ୍ଷେତ୍ର ଦୃଢ଼ ଼ ରହିବ ଏବଂ ପୁଞ୍ଜି ବିନିଯୋଗ ଅଭିବୃଦ୍ଧି ମଧ୍ୟ ୮.୯ ପ୍ରତିଶତରେ ରହିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଦୁର୍ବଳ ବିଶ୍ୱର ପରିବେଶର ଚାପରେ ବିଶ୍ୱ ବ୍ୟାଙ୍କ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରର ବିକାଶଶୀଳ ଦେଶମାନଙ୍କ ପାଇଁ ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି। ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାଦେଶ ପାଇଁ ବ୍ୟାଙ୍କର ଆର୍ଥିକ ଅଦ୍ୟତନ ଅନୁଯାୟୀ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି (ଜିଡିପି) ୨୦୨୩ ରେ ୫ ପ୍ରତିଶତ ଏବଂ ୨୦୨୪ ରେ ୪.୫ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏପ୍ରିଲରେ ଏହା ଚଳିତ ବର୍ଷ ୫.୧ ପ୍ରତିଶତ ଏବଂ ପରବର୍ତ୍ତୀ ବର୍ଷ ପାଇଁ ୪.୮ ପ୍ରତିଶତ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri