ଓ୍ବାର୍କିଂ ଓମେନ୍‌ ହଷ୍ଟେଲ ହେବ କୁକୁର ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର, ୨୦।୩ (ବ୍ୟୁରୋ): ରାଜଧାନୀରେ ଗାଈଗୋରୁ ସାଙ୍ଗକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ସହରବାସୀ। ବିଶେଷକରି କୁକୁରମାନେ ହଠାତ୍‌ ଚଳନ୍ତା ଗାଡ଼ି ସମ୍ମୁଖକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିସହ ଅନେକ କୁକୁର କାମୁଡ଼ାରେ ମଧ୍ୟ ଶିକାର ହେଉଛନ୍ତି। ଏପରିକି ବିଗତ ଦିନରେ କୁକୁର କାମୁଡ଼ାକୁ ନେଇ ଭୁବନେଶ୍ୱରରେ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପଦରୁ ସହରବାସୀଙ୍କୁ ସୁରକ୍ଷା ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ଗୋରୁଙ୍କ ଭଳି କୁକୁରମାନଙ୍କୁ କୌଣସି ଗୋଟିଏ ସ୍ଥାନରେ ଆବଦ୍ଧ କରି ରଖାଯାଇ ପାରିବ ନାହିଁ। ସେମାନଙ୍କୁ କେବଳ ଏବିସି (ଆନିମଲ ବାର୍ଥ କଣ୍ଟ୍ରୋଲ) ପ୍ରୋଗ୍ରାମ ମାଧ୍ୟମରେ ନିୟନ୍ତ୍ରଣ କରାଯାଇ ପାରିବ। ତେଣୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦେଉଛି ବିଏମ୍‌ସି। ମାତ୍ର ଦୈନିକ ଯେତିକି ସଂଖ୍ୟକ କୁକୁରଙ୍କ ଅସ୍ତ୍ରୋପଚାର ହେବା କଥା ତାହା ହୋଇପାରୁ ନାହିଁ। କୁକୁର ବନ୍ଧ୍ୟାକରଣକୁ ବ୍ୟାପକ କରିବା ଲାଗି ଏକ ସ୍ବତନ୍ତ୍ର ହସ୍ପିଟାଲ କରିବା ପାଇଁ ଯୋଜନା କରିଛି। ପ୍ରଥମେ ଏହା ଅସ୍ଥାୟୀ ଭାବେ ମଞ୍ଚେଶ୍ୱରଠାରେ ଖୋଲିବ। ସେଠାରେ ଥିବା ବିଏମ୍‌ସିର ଓ୍ବାର୍କିଂ ଓ୍ବିମେନ୍‌ ହଷ୍ଟେଲ ଗତ ୧୦ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଛି। ୩ମହଲା ବିଶିଷ୍ଟ ଏହି ହଷ୍ଟେଲ୍‌ର ମରାମତି କରିବା ପରେ ଏଠାରେ କୁକୁରଙ୍କ ପାଇଁ ହସ୍ପିଟାଲ କରାଯିବ। ଅସ୍ତ୍ରୋପଚାର ଗୃହ ସହିତ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ। ମେ ମାସ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ନୂତନ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାପରେ ଦିନକୁ ୧୫୦ କୁକୁରଙ୍କ ଅସ୍ତ୍ରୋପଚାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏବେ ଜାଗା ଅଭାବରୁ ଓ୍ବାର୍ଡ ଓ୍ବାରି କୁକୁରଙ୍କୁ ଶହୀଦନଗରକୁ ଅଣାଯାଇ ପାରୁନାହିଁ। କେବଳ ଯେଉଁ ସ୍ଥାନରେ ଅଧିକ କୁକୁର ଥିବା ଅଭିଯୋଗ ଆସୁଛି, ସେଠାରୁ କୁକୁରଙ୍କୁ ଅଣାଯାଉଛି। ମାତ୍ର ନୂତନ ହସ୍ପିଟାଲ ହେବା ପରେ ପ୍ରତି ଓ୍ବାର୍ଡରୁ କୁକୁରଙ୍କୁ ଆଣି ନିୟମିତ ଭାବେ ଅସ୍ତ୍ରୋପଚାର କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ସହରରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ବୁଲା କୁକୁର ଥିବାବେଳେ ମାସରେ ୧ହଜାର କୁକୁରଙ୍କ ବନ୍ଧ୍ୟାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମାତ୍ର ଭେଟେରିନାରି ହସ୍ପିଟାଲରେ ଏକ ସମୟରେ ମୋଟ୍‌ ୧୨୦ଟି କୁକୁର ରହିପାରିବାର ବ୍ୟବସ୍ଥା ରହିଛି। ସେଥି ମଧ୍ୟରୁ ୨୦/୨୫ଟି ଆହତ ବା ରୋଗଗ୍ରସ୍ତ କୁକୁରଙ୍କ ପାଇଁ ରହୁଛି। ଗୋଟିଏ କୁକୁରର ଅସ୍ତ୍ରୋପଚାର କରି ତାକୁ ଛାଡିବା ପାଇଁ ପ୍ରାୟ ୩ଦିନ ସମୟ ଲାଗିଥାଏ। ତେଣୁ ମାସକରେ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇ ପାରୁଛି। ଫଳରେ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଅପରପକ୍ଷେ ଭୁବନେଶ୍ୱରକୁ ରାବିଜ୍‌ ଫ୍ରି ବା କୁକୁର କାମୁଡ଼ା ରୋଗୀମୁକ୍ତ ସହର ଭାବେ ପରିଣତ କରିବା ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଥିବାବେଳେ ଏହି ନୂତନ ହସ୍ପିଟାଲ ଏଥିରେ ମଧ୍ୟ ସହାୟକ ହୋଇ ପାରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?