ବାଟ ଭୁଲିଗଲେ ହାତୀ

ବେଜିଂ,୧୦।୮: ଶେଷରେ ୧୭ମାସ ପରେ ଘରମୁହାଁ ହେଲେ ଏକ ହାତୀପଲ। ଏହି ହାତୀମାନେ ଚାଇନାରେ ପ୍ରାୟ ୩୦୦ମାଇଲ ଯାତ୍ରା କରିଥିବା ଜଣାପଡ଼ିଛି। ଯାହା ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ୧୪ଏସିଆ ହାତୀ ଗତ କିଛି ମାସରୁ ଖବରର ଶିରୋନାମା ପାଲଟିଛନ୍ତି। ହାତୀପଲ ଦୁଇଟି ସନ୍ତାନ ଜନ୍ମ ଦେଇଥିବା ବେଳେ ପାଖାପାଖି ୭କୋଟି ୮୨ଲକ୍ଷରୁ ଅଧିକ ଟଙ୍କା କ୍ଷତି କରିଥିବା ସୂଚନା ମିଳିଛି। ନିକଟରେ ଏହି ହାତୀପଲ ଜଙ୍ଗଲ ମଝିରେ ବିଶ୍ରାମ ନେଉଥିବାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଯାତ୍ରା ସମୟରେ ପ୍ରାୟ ୪୦୦ଜରୁରୀକାଳୀନ କର୍ମଚାରୀ, ୧୨୦ଯାନ ଏବଂ ଅନେକ ଡ୍ରୋନ ସେମାନଙ୍କ ଉପରେ ନଜର ରଖିଥିଲେ।

ସୂଚନାଯୋଗ୍ୟ, ଶନିବାର ୟୁନାନ ପ୍ରଦେଶର ୟୁଆନଜିଆଙ୍ଗ କାଉଣ୍ଟିର ଏକ ବଗିଚାରେ ଏହି ହାତୀପଲ ବୁଲୁଥିବାର ଦେଖିବାକୁ ମିଳିଥିଲା। ୟୁଆନଜିଆଙ୍ଗ କାଉଣ୍ଟି ଦକ୍ଷିଣ ୟୁନାନର ହାତୀମାନେ ବାସ କରୁଥିବା ଅଭୟାରଣ୍ୟଠାରୁ ମାତ୍ର ୧୨୫ ମାଇଲ ଦୂର ଉତ୍ତରରେ ଅବସ୍ଥିତ। ଏହି ହାତୀପଲ ଗତ ବର୍ଷ ମାର୍ଚ୍ଚରେ ପଳାଇଯାଇଥିଲେ। ହାତୀମାନେ ସେମାନଙ୍କର ପୁରୁଣା ପ୍ରାକୃତିକ ବାସସ୍ଥାନ ଛାଡି ବ୍ୟସ୍ତ ରାଜପଥ, ପ୍ରମୁଖ ସହର କେନ୍ଦ୍ର ଏବଂ ଆବାସିକ ଅଞ୍ଚଳ ଦେଇ ଯାତ୍ରା କରିଥିଲେ। ଯାହା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ରାସ୍ତାରେ ହାତୀମାନେ ବିଭିନ୍ନ ଦୋକାନ ଉପରେ ଆକ୍ରମଣ କରି କବାଟ ଭାଙ୍ଗି ଖାଦ୍ୟ ଖାଇ ନେଇଥିଲେ। ଏଥିସହ ଲୋକଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କେବଳ ସେତିକି ନୁହେଁ ଚଳିତ ମାସ ଆରମ୍ଭରୁ ଭାଇରାଲ ହୋଇଥିବା ଫଟୋରେ ହାତୀମାନେ ଜଙ୍ଗଲରେ ଶୋଇଥିବାର ଦେଖିବାକୁ ମିଳିଥିଲା।

 

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହାତୀପଲ ଦୀର୍ଘ ସମୟ ଧରି ଯାତ୍ରା କରୁଥିବାରୁ ଥକିଯାଇଛନ୍ତି। ଯାହାଫଳରେ ସେମାନେ ଜଙ୍ଗଲ ମଝିରେ ବିଶ୍ରାମ କରିଛନ୍ତି। ତେବେ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ପରିପୂର୍ଣ୍ଣ ମହାନଗର କୁନ୍‌ମିଙ୍ଗର ଉପକୂଳ ଅଞ୍ଚଳରେ ପହଞ୍ଚିବା ପରେ ସେମାନେ ପୁନର୍ବାର ଦକ୍ଷିଣ ଆଡକୁ ଯାଇଥିଲେ। ତେବେ ନିଜର ଅନୁଭୂତି ଅଭାବରୁ ସେମାନେ ରାସ୍ତା ଭୁଲିଯାଇଥିଲେ ବୋଲି ୟୁନାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଚେନ ମିଙ୍ଗ୍‌ୟୋଙ୍ଗ କହିଛନ୍ତି। ରବିବାର ରାତି ସୁଦ୍ଧା ଏହି ହାତୀପଲ ରିଜର୍ଭଠାରୁ ପ୍ରାୟ ୧୨୫ମାଇଲ ଦୂରରେ ଥିବା ୟୁଆନଜିଆଙ୍ଗ କାଉଣ୍ଟିରେ ଥିଲେ। ତେବେ ଉକ୍ତ ହାତୀପଲ ଘରକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସରକାର କହିଛନ୍ତି। ତେବେ ସେମାନଙ୍କୁ ଟ୍ରାକିଂ କରାଯାଇ ପ୍ରାକୃତିକ ବାସସ୍ଥାନକୁ ଫେରାଇ ଆଣିବାକୁ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ପ୍ରଦେଶ ସରକାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri