ବାଟ ଭୁଲିଗଲେ ହାତୀ

ବେଜିଂ,୧୦।୮: ଶେଷରେ ୧୭ମାସ ପରେ ଘରମୁହାଁ ହେଲେ ଏକ ହାତୀପଲ। ଏହି ହାତୀମାନେ ଚାଇନାରେ ପ୍ରାୟ ୩୦୦ମାଇଲ ଯାତ୍ରା କରିଥିବା ଜଣାପଡ଼ିଛି। ଯାହା ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ୧୪ଏସିଆ ହାତୀ ଗତ କିଛି ମାସରୁ ଖବରର ଶିରୋନାମା ପାଲଟିଛନ୍ତି। ହାତୀପଲ ଦୁଇଟି ସନ୍ତାନ ଜନ୍ମ ଦେଇଥିବା ବେଳେ ପାଖାପାଖି ୭କୋଟି ୮୨ଲକ୍ଷରୁ ଅଧିକ ଟଙ୍କା କ୍ଷତି କରିଥିବା ସୂଚନା ମିଳିଛି। ନିକଟରେ ଏହି ହାତୀପଲ ଜଙ୍ଗଲ ମଝିରେ ବିଶ୍ରାମ ନେଉଥିବାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଯାତ୍ରା ସମୟରେ ପ୍ରାୟ ୪୦୦ଜରୁରୀକାଳୀନ କର୍ମଚାରୀ, ୧୨୦ଯାନ ଏବଂ ଅନେକ ଡ୍ରୋନ ସେମାନଙ୍କ ଉପରେ ନଜର ରଖିଥିଲେ।

ସୂଚନାଯୋଗ୍ୟ, ଶନିବାର ୟୁନାନ ପ୍ରଦେଶର ୟୁଆନଜିଆଙ୍ଗ କାଉଣ୍ଟିର ଏକ ବଗିଚାରେ ଏହି ହାତୀପଲ ବୁଲୁଥିବାର ଦେଖିବାକୁ ମିଳିଥିଲା। ୟୁଆନଜିଆଙ୍ଗ କାଉଣ୍ଟି ଦକ୍ଷିଣ ୟୁନାନର ହାତୀମାନେ ବାସ କରୁଥିବା ଅଭୟାରଣ୍ୟଠାରୁ ମାତ୍ର ୧୨୫ ମାଇଲ ଦୂର ଉତ୍ତରରେ ଅବସ୍ଥିତ। ଏହି ହାତୀପଲ ଗତ ବର୍ଷ ମାର୍ଚ୍ଚରେ ପଳାଇଯାଇଥିଲେ। ହାତୀମାନେ ସେମାନଙ୍କର ପୁରୁଣା ପ୍ରାକୃତିକ ବାସସ୍ଥାନ ଛାଡି ବ୍ୟସ୍ତ ରାଜପଥ, ପ୍ରମୁଖ ସହର କେନ୍ଦ୍ର ଏବଂ ଆବାସିକ ଅଞ୍ଚଳ ଦେଇ ଯାତ୍ରା କରିଥିଲେ। ଯାହା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ରାସ୍ତାରେ ହାତୀମାନେ ବିଭିନ୍ନ ଦୋକାନ ଉପରେ ଆକ୍ରମଣ କରି କବାଟ ଭାଙ୍ଗି ଖାଦ୍ୟ ଖାଇ ନେଇଥିଲେ। ଏଥିସହ ଲୋକଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କେବଳ ସେତିକି ନୁହେଁ ଚଳିତ ମାସ ଆରମ୍ଭରୁ ଭାଇରାଲ ହୋଇଥିବା ଫଟୋରେ ହାତୀମାନେ ଜଙ୍ଗଲରେ ଶୋଇଥିବାର ଦେଖିବାକୁ ମିଳିଥିଲା।

 

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହାତୀପଲ ଦୀର୍ଘ ସମୟ ଧରି ଯାତ୍ରା କରୁଥିବାରୁ ଥକିଯାଇଛନ୍ତି। ଯାହାଫଳରେ ସେମାନେ ଜଙ୍ଗଲ ମଝିରେ ବିଶ୍ରାମ କରିଛନ୍ତି। ତେବେ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ପରିପୂର୍ଣ୍ଣ ମହାନଗର କୁନ୍‌ମିଙ୍ଗର ଉପକୂଳ ଅଞ୍ଚଳରେ ପହଞ୍ଚିବା ପରେ ସେମାନେ ପୁନର୍ବାର ଦକ୍ଷିଣ ଆଡକୁ ଯାଇଥିଲେ। ତେବେ ନିଜର ଅନୁଭୂତି ଅଭାବରୁ ସେମାନେ ରାସ୍ତା ଭୁଲିଯାଇଥିଲେ ବୋଲି ୟୁନାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଚେନ ମିଙ୍ଗ୍‌ୟୋଙ୍ଗ କହିଛନ୍ତି। ରବିବାର ରାତି ସୁଦ୍ଧା ଏହି ହାତୀପଲ ରିଜର୍ଭଠାରୁ ପ୍ରାୟ ୧୨୫ମାଇଲ ଦୂରରେ ଥିବା ୟୁଆନଜିଆଙ୍ଗ କାଉଣ୍ଟିରେ ଥିଲେ। ତେବେ ଉକ୍ତ ହାତୀପଲ ଘରକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସରକାର କହିଛନ୍ତି। ତେବେ ସେମାନଙ୍କୁ ଟ୍ରାକିଂ କରାଯାଇ ପ୍ରାକୃତିକ ବାସସ୍ଥାନକୁ ଫେରାଇ ଆଣିବାକୁ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ପ୍ରଦେଶ ସରକାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri