କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏହି ଯୋଜନାରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ଉଚ୍ଚସ୍ତରୀୟ ତଦାରଖ ଅଭବାରୁ ଉକ୍ତ ବିଭାଗରେ ବ୍ଲକ ଓ ପଞ୍ଚାୟତସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହି ଯୋଜନ ସୁନା ଅଣ୍ଡା ଦିଆ କୁକୁଡା ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ଗତ ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ୫ଟି ପଞ୍ଚାୟତ ଯଥା ବୁଢୀଦଦର, କୁଶମେଲ, ରତାଖଣ୍ଡି, ତାଲିଉଡାର ଓ ଉପରବାହାଲ ପଞ୍ଚାୟତରେ ମୋଟ ୬ଟି ପ୍ରକଳ୍ପରେ ୧୮୭ ଜଣ ଶ୍ରମିକ କାମ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଉପରବାହାଲ ପଞ୍ଚାୟତର ଜାମଜୁରି ଗ୍ରାମ୍ୟ ଡଙ୍ଗରରେ ଷ୍ଟାଗ୍ରେଡ ଟ୍ରେଚଂ କାମ ଚାଲିଛି। ଏହି ପ୍ରକଳ୍ପରେ ୪ଟି ମଷ୍ଟରରୋଲରେ ବୁଧବାର ୩୨ ଜଣ ଶ୍ରମିକ କାମ କରିଛନ୍ତି। ଏମଜିଏନଆରଇଜିଏସ ସାଇଟର ଏନଏମଏମଏସ ତଥ୍ୟରେ ଏହି ୪ଟି ଯାକ ମଷ୍ଟରରୋଲରେ ଭିନ୍ନ ଶ୍ରମିକଙ୍କ ଉପସ୍ଥାନ ଦର୍ଶା ଯାଇଥିବାବେଳେ ୯ ଜଣିଆ ଏକ ଗୋଷ୍ଠୀ ଶ୍ରମିକଙ୍କ ଏକ ପ୍ରକାର ଫଟୋ ଅପଲୋଡ ହୋଇଛି। ଯାହା କି ସଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଶ୍ରମିକଙ୍କ ଉପସ୍ଥାନ ପକାଇ ଦୈନିକ ମଜୁରୀ ଆମତ୍ସାତ କରାଯାଉଥିବା ଅଭିଯୋଗ ହେଉଛି। ଏହି ପ୍ରକଳପ୍ର ମାଷ୍ଟରରୋଲ ନଂ ୧୦୯୯୦ରେ ଜଣେ ମହିଲା ଏବଂ ୮ ଜଣ ପୁୁରଷ ଏପରିକି ମୋଟ ୯ ଜଣ ଶ୍ରମିକ କାମ କରିଥିବା ଦର୍ଶଯାଇଛି ଏବଂ ସେମାନଙ୍କ ଫଟୋ ମଧ୍ୟ ଉକ୍ତ ଏନଏମଏମଏସ ଆପରେ ଲୋଡ କରାଯାଇଛି। ସେହିପରି ମାଷ୍ଟରରୋଲ ୧୦୯୯୧ରେ ଜଣେ ମହିଳା ସମେତ ୬ ଜଣ ଶ୍ରମିକ, ୧୦୯୯୨ରେ କେବଳ ୮ ଜଣ ପୁରୁଷ ଶ୍ରମିକ ଏବଂ ୧୦୯୯୩ ରେ ଜଣେ ମହିଳା ସମେତ ୯ ଜଣ ଶ୍ରମିକ କାମ କରିଛନ୍ତି। ୪ଟି ଯାକ ମଷ୍ଟରରୋଲରେ ଭିନ୍ନ ଶ୍ରମିକଙ୍କ ନାମ ରହିଥିବାବେଳେ ଏକପ୍ରକାର ଫଟୋ ଅପଲୋଡ ହୋଇଛି। ସକାଳ ବେଳା ଫଟୋ ଅପଲୋଡ ହୋଇଥିବାବେଳେ ଅପରାହ୍ନ ସମୟର ଫଟୋ ମ୍ଯଯ ଅପଲୋଡ ନାହିଁ। ୧୦୯୯୨ ମାଷଟରରୋଲକୁ ଅନୁଧ୍ୟାନ କଲେ କେବଳ ୮ ଜଣ ପୁରୁଷ ଶ୍ରମିକ କାମ କରିଛନ୍ତି୍‌ ଏଠାରେ ଜଣେ ମହିଳା। ସମେତ ୯ ଜଣିଆ ଶ୍ରମିକଙ୍କ ଫଡୋ ରହିଛି।

ସେହିପରି ୧୯୦୯୧ରେ ୬ ଜଣ ଶ୍ରମିକ କରିଥିବାବେଳେ ୯ ଜଣିଆ ଶ୍ରମିକଙ୍କ ଫଟୋ ଅପଲୋଡ ସାଧାରଣରେ କାମର ସତ୍ୟତାକୁ ନେଇ ସନ୍ଦେହ ଗେରକୁ ଟାଣି ଆଣୁଛି। ଏସମ୍ପର୍କରେ କାମ ତଦାରଖ କରୁଥିବା ଗାଁ ସାଥୀ ରମେଶ ବିଶ୍ୱାଳଙ୍କୁ ପଚାରିବାରୁ ନେଟୱର୍କ ନ ଥିବାରୁ ଗୋଟିଏ ଫୋଟ ଅପଲୋଡ କରିଥିବା କହିଥିଲେ ା ଏହା ଗୋଟିଏଦିନ ପାଇଁ ଭୁଲ ହୋଇଥିବା ସ୍ବୀକାର କରିଥିଲେ। ବ୍ଲକର କର୍ମଚାରୀ ସାନ୍ତନୁ ଭୋଇ କହନ୍ତି, ଯଦି ଏପରି ଅନିୟମିତତା ହୋଇଛି ା ତେବେ ଶ୍ରମିକଙ୍କ ଶୂନ୍ୟ ଉପସ୍ଥାନ ପକାଯିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri