ଡିପିଆର୍‌ ଅନୁମୋଦନ ବିନା ଚାଲିଛି କାମ

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବାବେଳେ ମେଘନାଦ ପାଚେରିଠାରୁ ୫୫ ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ। ଏଥିଲାଗି ବୁଧବାର ନମୁନା ଆସି ପହଞ୍ଚିଛି। ଶ୍ରୀମନ୍ଦିର ନିକଟରେ ଏହି ନମୁନାକୁ ରଖାଯାଇଛି। ଏହାର ଉଚ୍ଚତା ୫ ଫୁଟ୍‌ ଓ ଦୈର୍ଘ୍ୟ ୮ ଫୁଟ୍‌ରୁ ସାଢ଼େ ୮ଫୁଟ୍‌। ତେବେ ଏହି ନମୁନାକୁ ଏପର୍ଯ୍ୟନ୍ତ ସ୍ବୀକୃତି ମିଳିନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ଅଂଶୀଦାର ଏହି ନମୁନାକୁ ମଞ୍ଜୁର କରିବା ପରେ ଚୂଡ଼ାନ୍ତ ପ୍ରାଚୀର ଉପରେ ମୋହର ଲାଗିବ। ଏହି ନମୁନାକୁ ଠିକା କମ୍ପାନୀ ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ନମୁନାରେ ଉତ୍କଳୀୟ ଶୈଳୀର କାରୁକାର୍ଯ୍ୟ ରହିଥିବାବେଳେ ଏହା ପଛପଟେ ଖଣ୍ଡୋଲାଇଟ୍‌ ପଥରର ଏକ ବାଡ଼ ରହିଛି। ଉତ୍କଳୀୟ କାରୁକାର୍ଯ୍ୟରେ ପ୍ରାଚୀର ନିର୍ମାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁମୋଦନ ବିନା କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି। ଗତ ଫେବୃୟାରୀ ୫ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ପୁରୀ ସବ୍‌ସର୍କଲ ଅଫିସରୁ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକସନ କର୍ପୋରେଶନ ଲିମିଟେଡ୍‌ (ଓବିସିସି)କୁ ହୋଇଥିବା ଚିଠିରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଖନନ ଓ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା। କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ନଚେତ୍‌ କେଉଁ ଅନୁମତି ଆଧାରରେ ନିର୍ମାଣ ଓ ଖନନ ହେଉଛି ସେନେଇ ତଥ୍ୟ ଦେବାକୁ ଏଏସ୍‌ଆଇ କହିଥିଲା। ବେଆଇନ ଖନନକୁ ବିରୋଧ ହେଉଥିବାବେଳେ ଏବେ ପ୍ରାଚୀର ନିର୍ମାଣ ଲାଗି ବିନା ସ୍ବୀକୃତିରେ ନମୁନା ଅଣାଯିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି।

ଫେବୃୟାରୀ ୧୧ରେ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓବିସିସିକୁ ଚିଠି ଲେଖି ଜଣାଇଥିଲେ ଯେ, ଆମ୍‌ସାର୍‌ ଆକ୍ଟ ୨୦(ସି) ଅନୁଯାୟୀ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ହିଁ ନିର୍ମାଣ କାର୍ଯ୍ୟ କରିପାରିବେ। ଶହେ ମିଟର ପରିଧି ଭିତରେ ଚାଲିଥିବା କାର୍ଯ୍ୟକୁ ନେଇ ଜିଲା ପ୍ରଶାସନ ପାଖରେ କେଉଁ ଅନୁମୋଦନ ପତ୍ର ରହିଛି ସେସମ୍ପର୍କରେ ମଧ୍ୟ ଦର୍ଶାଇବା ପାଇଁ ଚିଠିରେ ଉଲ୍ଲେଖ ରହିଥିଲା। ଏହି ଚିଠିର ଏକ ନକଲ ଆଇନ ବିଭାଗର ପ୍ରମୁଖ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ, ଏସ୍‌ପି, ଏଏସ୍‌ଆଇ ଡିଜି କାର୍ଯ୍ୟାଳୟ, ଆଞ୍ଚଳିକ ଡିଜି (କୋଲକାତା), ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଏବଂ ପୁରୀ ଏଏସ୍‌ଆଇ ସବ୍‌ସର୍କଲ ଅଫିସକୁ ପଠାଯାଇଥିଲା। ଏହି ଚିଠି ପଠାଇବା ପରେ ଏଏସ୍‌ଆଇ ଡିଜି ଭି. ବିଦ୍ୟାବତୀ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ଫେବୃୟାରୀ ୨୨ରେ ରାଜ୍ୟ ସରକାରଙ୍କ ସହିତ ଏଏସ୍‌ଆଇ ଡିଜିଙ୍କ ବୈଠକ ହୋଇଥିଲା। ଏହାପରେ ମାର୍ଚ୍ଚ ୫ରେ ସାନି ଡିପିଆର୍‌ ପଠାଇବା ପାଇଁ ଚିଠିରେ କୁହାଯାଇଥିଲା। ସଂପୃକ୍ତ ଚିଠି ଆଧାରରେ ମାର୍ଚ୍ଚ ୮ରେ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ପଠାଯାଇଥିବା ସାନି ଡିପିଆର୍‌କୁ ଏଏସ୍‌ଆଇ ଡିଜି ଅନୁମୋଦନ କରି ନ ଥିବାବେଳେ ସରକାର ଏକପାଖିଆ ଭାବେ ନିର୍ମାଣ କାର୍ଯ୍ୟ କରିଚାଲିଛନ୍ତି। ତେବେ ଖନନ କାର୍ଯ୍ୟ ପରେ ଏବେ ପ୍ରାଚୀର ନିର୍ମାଣକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ପ୍ରାଚୀର ନମୁନା ସମ୍ପର୍କରେ ଓବିସିସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ୫୫ ମିଟରରେ ଏହି ପ୍ରାଚୀର ନିର୍ମାଣ ହେବ। ୫୫ ମିଟରର ବାହାର ୨୦ ମିଟରକୁ ବାହ୍ୟ ରାସ୍ତା ହୋଇଥିବା ବେଳେ ୫୫ ମିଟରକୁ ଲାଗି ବଫର୍‌ ଜୋନ୍‌ ନିର୍ମାଣ ହେବ। ବଫର୍‌ ଜୋନ୍‌ରେ ପ୍ଲାଣ୍ଟେଶନ୍‌ କରାଯିବ। ତାହାକୁ ଲାଗି ପରିକ୍ରମା ମାର୍ଗ, ବସିବା ପାଇଁ ସ୍ଥାନ, ବାହ୍ୟ ପ୍ରଦକ୍ଷିଣ ଓ ମୌଳିକ ସୁବିଧା ପାଇଁ ହେବାକୁ ଥିବା ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟ କ୍ରମେ କରାଯିବ। ଅନ୍ୟପକ୍ଷରେ ନମୁନା ପ୍ରାଚୀରକୁ ନେଇ ଆଇନଜୀବୀ, ବେଆଇନ ନିର୍ମାଣକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ଏବଂ ଶ୍ରୀଜଗନ୍ନାଥ ସେନା ସମେତ ବିଭିନ୍ନ ସଙ୍ଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରକଳ୍ପ ଅଂଶୀଦାରଙ୍କ ସ୍ବୀକୃତି ଓ ବିନା ଡିପିଆର୍‌ ଅନୁମୋଦନରେ କାର୍ଯ୍ୟ ହେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?