ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’

ବ୍ରିଟେନ,୨୩ା୯: କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ ପର୍ଯ୍ୟନ୍ତ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ଘୋଷଣା କରିବା ସହ ସାମାଜିକ ମିଳାମିଶା ଉପରେ କଟକଣା ଜାରିରହିବ ବୋଲି ସତର୍କ କରିଛନ୍ତି। ସେହିଭଳି ସେପ୍ଟେମ୍ବର ୨୪ରୁ ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକୁ ରାତିରେ ଶୀଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କଟକଣାକୁ ଅଧିକ କଡାକଡି କରାଯାଇଛି। ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାସଠାରୁ ହେବାକୁ ଥିବା କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ମଧ୍ୟ ରୋକ ଲଗାଯାଇଛି। ଫେସ୍‌ମାସ୍କ ନ ପିନ୍ଧୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ବର୍ତ୍ତମାନର କଠିନ ମୁହୂର୍ତ୍ତରେ ଏହି ଘାତକ ଭୂତାଣୁକୁ ରୋକିବାକୁ ଆବଶ୍ୟକ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜନ୍‌ସନ୍‌ ମଙ୍ଗଳବାର ବ୍ରିଟେନ୍‌ ପାର୍ଲାମେଣ୍ଟରେ କହିଛନ୍ତି।
କୋଭିଡ୍‌ ମହାମାରୀ ପାଇଁ ବ୍ରିଟେନ୍‌ରେ ଗତ ମାର୍ଚ୍ଚରେ ପ୍ରଥମ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହାଦ୍ୱାରା ଦେଶର ସାମାଜିକ ଓ ବାଣିଜି୍ୟକ କାର୍ଯ୍ୟ ବିଶେଷଭାବେ ପ୍ରଭାବିତ ହୋଇଥିଲା। ଏପରି କି ଗତ ୧୦୦ବର୍ଷ ମଧ୍ୟରେ ବ୍ରିଟେନ୍‌ ସବୁଠାରୁ ବଡ଼ ଆର୍ଥିକ ମାନ୍ଦାବସ୍ଥାକୁ ସାମ୍ନା କରିଥିବା କୁହାଯାଉଛି। ତେବେ କୋଭିଡ୍‌ରେ ଅନ୍ୟ ସମସ୍ତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକଠାରୁ ବ୍ରିଟେନ୍‌ରେ ସର୍ବାଧିକ ଲୋକ ମରିଛନ୍ତି। ଏଭଳିସ୍ଥଳେ ଜନସାଧାରଣଙ୍କ ଜୀବନ ରକ୍ଷା ସହ ଅର୍ଥନୀତିକୁ ସୁରକ୍ଷା ଦେବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯଦି ଏବେଠାରୁ ସତର୍କତା ଅବଲମ୍ବନ କରା ନ ଯାଏ ତା’ହେଲେ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦେଶରେ ଦୈନିକ ୫୦ ହଜାର କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେବେ ବୋଲି ଆଶଙ୍କା କରାଯାଉଛି। ତେଣୁ ଦେଶକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନ କରି ଆଂଶିକଭାବେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଓମିକ୍ରନ୍‌ ଆକ୍ରାନ୍ତ ପାଲଟୁୁଛନ୍ତି ସୁପର ସ୍ପ୍ରେଡର୍‌ …

ଓ୍ବାଶିଂଟନ, ୧୭।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଊଛି। ଫଳରେ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ସୁପର...

ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇଲେ ଇମ୍ରାନ୍‌: କରାଚି ଷ୍ଟକ୍‌ ଏକ୍ସଚେଞ୍ଜ ବିସ୍ଫୋରଣ ପାଇଁ କଲେ ଦାୟୀ

ଇସଲାମାବାଦ୍‌, ୧।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଉପରେ ଆକ୍ରମଣ ହେବାପରେ ସରକାରଙ୍କ ବୁଦ୍ଧି ହଜି ଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ଉପରେ...

ନେପାଳରୁ ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

ଭଦ୍ରକ ଅଫିସ,୩୦।୪: କରୋନା ଲକ୍‌ଡାଉନ ହେବାର କିଛି ମାସ ପୂର୍ବରୁ କେନ୍ଦୁଝର ଓ ଭଦ୍ରକ ଜିଲାର କିଛି ଶ୍ରମିକ କାର୍ଯ୍ୟ ପାଇଁ ନେପାଳ ଯାଇଥିବା ଜଣାପଡ଼ିଛି।...

ୟୁଟ୍ୟୁବରଙ୍କୁ ହତ୍ୟା କଲେ ବାପା

ଦିଓ୍ବାନିୟାହ, ୬।୨: ଇରାକର ୨୨ ବର୍ଷୀୟା ୟୁଟ୍ୟୁବର ଟିବା ଅଲିଙ୍କୁ ତାଙ୍କ ବାପା ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ରବିବାର ଏହି ଅନର...

ଲକ୍‌ଡାଉନ୍‌ରେ ଦର୍ଶକଙ୍କ ପାଇଁ ଖୁସିଖବର: ଶନିବାରଠାରୁ ପୁନଃ ପ୍ରସାରଣ ହେବ ରାମାୟଣ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ରସରକାର ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି...

୨୦୨୨ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ: ନାସା ରିପୋର୍ଟ…

ଓ୍ବାଶିଂଟନ,୧୭।୧ : ୨୦୨୨ରେ ପୃଥିବୀର ହାରାହାରି ତାପମାତ୍ରା ୨୦୧୫ ର ତାପମାତ୍ରା ସହିତ ସମାନ ହୋଇଛି। ୨୦୨୨ରେ ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଏହାକୁ ପଞ୍ଚମ...

ଇମ୍ରାନଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଡାକରା

କରାଚୀ, ୨୦ା୧୦ (ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ଲାଗି ବିରୋଧୀ ଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ-...

ଚାଇନା ବିରୋଧରେ ଭାରତ ଲଢୁଛି ଦୁଇଟି ଯୁଦ୍ଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ଚାଇନାକୁ ଟାର୍ଗେଟ କରିଛନ୍ତି।...

Advertisement
Archives

Model This Week