Posted inଜାତୀୟ

ପିପିଇ କିଟ୍‌ ପିନ୍ଧି ଲୁଟି ନେଇଥିଲେ ୧୩ କୋଟି ଟଙ୍କାର ଅଳଙ୍କାର

ନୂଆଦିଲ୍ଲୀ, ୨୧।୧:ପିପିଇ କିଟ୍‌ ପିନ୍ଧି ଫିଲ୍ମ ଷ୍ଟାଇଲ୍‌ରେ ଜଣେ ଇଲେକ୍ଟ୍ରିସିଆନ୍‌ ଦକ୍ଷିଣ ପୂର୍ବ ଦିଲ୍ଲୀର କାଲକାଜି ସ୍ଥିତ ଅଞ୍ଜଳି ଜୁଏଲରର୍ସରୁ ୧୩ କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମହମ୍ମଦ୍‌ ଶେଖ୍‌ ନୁର୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଳଙ୍କାର ଦୋକାନର ଆଗପଛରେ ୫ ଜଣ ସୁରକ୍ଷାକର୍ମୀ ଥିଲେ। ଦୋକାନ ଭିତରେ ତଥା ବାହାରେ ସିସିଟିଭି କ୍ୟାମେରା ମଧ୍ୟ ରହିଛି। ତେବେ ଅଭିଯୁକ୍ତ ଚାଲାକିରେ ଦୋକାନ ନିକଟରେ ଥିବା ବିଲ୍ଡିଂରେ ଚଢ଼ି ଛାତବାଟେ ଭିତରେ ପ୍ରବେଶ କରିଥିଲେ। ଦୋକାନରୁ ୨୫ କିଲୋଗ୍ରାମ୍‌ ଅଳଙ୍କାର ବୁଧବାର ପୂର୍ବାହ୍ନ ୧୧ଟାରେ ସେ ଲୁଟ୍‌ କରିଥିଲେ। ଲୁଟ୍‌ ପରେ ଅଳଙ୍କାରକୁ ବ୍ୟାଗ୍‌ରେ ଭର୍ତ୍ତି କରି ଅଟୋରେ ବସି ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସିସିଟିଭି କ୍ୟାମେରାରୁ ଦୋକାନ ଭିତରେ ପିପିଇ କିଟ୍‌ ପିନ୍ଧିଥିବା ଜଣେ କେହି ବୁଲୁଥିବାର ଜଣାପଡ଼ିଥିଲା। ଏହାପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲା। ଅଭିଯୁକ୍ତ ହୁବଲିର ବାସିନ୍ଦା ବୋଲି ପୋଲିସ କହିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚିବଙ୍କୁ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶନାମା ବିଷୟରେ ସମସ୍ତ ସଚିବଙ୍କୁ କ୍ୟାବିନେଟ ସଚିବ ରାଜୀବ ଗୌବା ଏକ ଚିଠି...

ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ: ସ୍ବର୍ଣ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଅମ୍ରିତସର,୧୨।୧୧: ପଞ୍ଜାବର ଅମ୍ରିତସରରେ ଥିବା ସ୍ବର୍ଣ୍ଣ ମନ୍ଦିରରେ ଶିଖ୍‌ ଧର୍ମଗୁରୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି।...

ବିନା ଟ୍ରାଏଲ୍‌ ପ୍ରତିଷେଧକ ଟୀକାର ଉତ୍ପାଦନ ମେ ମାସରୁ: ଭାରତରେ ୧୦୦୦ ଟଙ୍କାରେ ମିଳିବ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ପୁଣେ ସ୍ଥିତ କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ...

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ...

ପଶ୍ଚିମବଙ୍ଗରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଆତ୍ମହତ୍ୟା

କୋଲକତା,୧।୪: ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଥିବାବେଳେ ଏକ ଦୁଃଖଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଜପା କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଛନ୍ତି।...

‘ଛୋଟୁ ରିପୋର୍ଟର୍‌’ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ...

ଇରାନରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୯ା୧: ଓ୍ବାଶିଂଟନ ଓ ତେହେରାନ ଯୁଦ୍ଧମୁହଁ। ହୋଇଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢ଼ିଲାଣି। ସେଥିପାଇଁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଆଣିବା ଲାଗି...

ଆଜାଦିସାଟ୍‌ ବାଟବଣା

ଶ୍ରୀହରିକୋଟା, ୮ା୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ରବିବାର ଉତ୍‌କ୍ଷେପଣ କରାଯାଇଥିବା ଇଓଏସ୍‌-୨ ଏବଂ ଆଜାଦିସାଟ୍‌ ଉପଗ୍ରହ ପୃଥିବୀ କକ୍ଷପଥରେ ଠିକ୍‌ ସ୍ଥାନରେ...

Advertisement
Archives

Model This Week