Posted inଖେଳ

ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଜିକ୍ୱେବର୍ହା, ୧୮ା୨(ପି.ଟି.): ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଶନିବାର ବିଶ୍ୱର ଦୁଇ ନମ୍ବର ଦଳ ଇଂଲଣ୍ଡକୁ ଭେଟିବ। ହରମନପ୍ରୀତ କୌରଙ୍କ ଦଳ ପୂର୍ବରୁ ପାକିସ୍ତାନକୁ ୭ ଉଇକେଟ ଏବଂ ଓ୍ବେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି। ଦୁଇଟି ବିଜୟ ଯୋଗୁ ସେମିଫାଇନାଲରେ ପ୍ରବେଶ ପାଇଁ ଭାରତ ଦୃଢ ସ୍ଥିତିରେ ରହିଛି। ଉଭୟ ମ୍ୟାଚରେ ସ୍ବଳ୍ପ ବୟସ୍କା ପ୍ରତିଭା ରିଚା ଘୋଷଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବାକୁ ହେଲେ ଟପ୍‌ ଅର୍ଡରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଅଧିନାୟିକା ଶେଫାଳି ବର୍ମା ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ ତାଙ୍କ ଉଇକେଟ ହରାଇ ବସୁଛନ୍ତି। ଆଙ୍ଗୁଠି ଇଞ୍ଜୁରିରୁ ମୁକ୍ତି ପାଇବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ସ୍ମୃତି ମନ୍ଧାନା ଭଲ ବ୍ୟାଟିଂ କରିପାରୁଥିବା ମନେ ହେଉଛନ୍ତି। ଜେମିମା ରୋଡ୍ରିଗୁଏଜ୍‌ କ୍ରମାଗତ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଅଧିନାୟିକା କୌରଙ୍କର ମଧ୍ୟ ଅବଦାନ ରହିଛି। ହେଲେ ସେ ପ୍ରତିଯୋଗିତାରେ ଏପର୍ଯ୍ୟ ବଡ଼ ସ୍କୋର କରିପାରି ନାହାନ୍ତି। ତାଙ୍କର ସର୍ବାଧିକ ୩୩ ରନ ରହିଛି। ଇଂଲଣ୍ଡର ସ୍ପିନର ତ୍ରୟ ଚାର୍ଲି ଡିନ୍‌, ସୋଫି ଏକ୍ଲେଷ୍ଟୋନ୍‌ ଓ ସାରା ଗ୍ଲେନଙ୍କ ବୋଲିଂକୁ ଠିକଣା ରୂପେ ସାମ୍ନା କରିବାକୁ ହେବ। ନୂଆ ବଲ୍‌ରେ ପୂଜା ବସ୍ତ୍ରକାର-ରେଣୁକା ସିଂ ଯୋଡ଼ି ବୋଲିଂ ପ୍ରଭାବୀ ମନେ ହେଉଛି। ଡେଥ୍‌ ଓଭର ବୋଲିଂ ପାଇଁ ଦୀପ୍ତି ଶର୍ମା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଭରଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି। ଭାରତୀୟ ଦଳର ଫିଲ୍ଡରେ ଦୁର୍ବଳ ଥିବା ପରିଲକ୍ଷିତ ହେଉଛି। ଏଥିରେ ସୁଧାର ଆଣି ନ ପାରିଲେ ଇଂଲଣ୍ଡ ଏହାର ସୁଯୋଗ ନେଇପାରେ। ଅନ୍ୟତମ ଟାଇଟଲ ଦାବିଦାର ଇଂଲଣ୍ଡ ଭାରତ ଭଳି ଦୁଇଟି ବିଜୟ ସହ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ହେଲେ ଭାରତର ପଏଣ୍ଟ ସଂଖ୍ୟା ବର୍ତ୍ତମାନ +୦.୫୯୦ ରହିଥିବା ବେଳେ ହିଥର ନାଇଟ୍‌ ଓ ତାଙ୍କ ଦଳ +୨.୪୯୭ ପଏଣ୍ଟ ସହ ନେଟ୍‌ ରନ୍‌ ରେଟ୍‌ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri