Posted inଖେଳ

‘ମହିଳା ଆଇପିଏଲ୍‌ ଗେମ୍‌ ଚେଞ୍ଜର ହୋଇପାରେ’

ନୂଆଦିଲ୍ଲୀ, ୨୮ା୧୦ (ପି.ଟି.):ମହିଳା କ୍ରିକେଟରଙ୍କ ମ୍ୟାଚ୍‌ ଫି’ ପୁରୁଷଙ୍କ ସହ ସମାନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ବାଗତଯୋଗ୍ୟ। ମାର୍ଚ୍ଚରେ ମହିଳା ଆଇପିଏଲ୍‌ରେ ତାହା ପ୍ରତିଫଳିତ ହେବ ବୋଲି ଆଶା କରାଯାଏ। ଏଣିକି ମହିଳା ଖେଳାଳିମାନେ ପ୍ରତିଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପାଇଁ ୬ ଲକ୍ଷ ଟଙ୍କା ଲେଖାଏ ପାଇବେ। ବର୍ତ୍ତମାନ ସେମାନଙ୍କର ଯାହାଥିଲା ତା’ଠାରୁ ୬ଗୁଣା ଅଧିକ। ଏଣିକି ମହିଳା କ୍ରିକେଟରମାନେ ଏକ ଟେଷ୍ଟ ମ୍ୟାଚ ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ପାଇବେ। ପୂର୍ବରୁ ସେମାନେ ଏ ବାବଦରେ ୪ ଲକ୍ଷ ଟଙ୍କା ଲେଖାଏ ପାଉଥିଲେ। ଭାରତରେ ମହିଳା କ୍ରିକେଟ ପ୍ରତି ଲୋକପ୍ରିୟତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଯଦି ପୁରୁଷ ଓ ମହିଳା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅବା କେନ୍ଦ୍ରୀୟ ଚୁକ୍ତି କଥା ବିଚାରକୁ ନିଆଯାଏ ତେବେ ସେଥିରେ ଅନେକ ତାରତମ୍ୟ ରହିଛି। ‘ଏ’ କାଟେଗୋରିରେ ଜଣେ ପୁରୁଷ କ୍ରିକେଟର ୫ କୋଟି ଟଙ୍କାର ଚୁକ୍ତି କରୁଥିବା ବେଳେ ସେ କ୍ଷେତ୍ରରେ ମହିଳାଙ୍କର ମାତ୍ର ୫୦ ଲକ୍ଷ ଟଙ୍କା ରହିଛି। ବିସିସିଆଇ ଭବିଷ୍ୟତରେ ଏଥିପ୍ରତି ଧ୍ୟାନ ଦେବ ବୋଲି ଆଶା ପ୍ରକାଶ କରି କହିଛନ୍ତି ପୂର୍ବତନ ଭାରତୀୟ ମହିଳା ପେସ୍‌ ବୋଲର ଅମିତା ଶର୍ମା। ଅମିତା ଦେଶ ପାଇଁ ୫ ଟେଷ୍ଟ,୧୧୬ ଅନ୍ତର୍ଜାତୀୟ ଦିନିକିଆ ଓ ୪୧ ଟି୨୦ ଖେଳିଛନ୍ତି। ମହିଳା କ୍ରିକେଟର ହାତଗଣତି କେତେଜଣ ବର୍ଦ୍ଧିତ ହାରରେ ମ୍ୟାଚ୍‌ ଫି’ ପାଇବେ। ଏକ୍ଷେତ୍ରରେ ପୂର୍ବତନ ଖେଳାଳି ଓ ଅଧିନାୟିକାମାନେ ଆସନ୍ତା ମହିଳା ଆଇପିଏଲ୍‌କୁ ଗେମ୍‌ ଚେଞ୍ଜର ରୂପେ ଦେଖିବାକୁ ଚାହୁଁଛନ୍ତି। ପୁରୁଷ ଓ ମହିଳା ମ୍ୟାଚ ଫି’କୁ ସମାନ କରାଯାଇଥିବାରୁ ବିସିସିଆଇକୁ ବଧେଇ ଜଣାଇଛନ୍ତି ଭାରତୀୟ ମହିଳା କ୍ରିକେଟର ପୂର୍ବତନ ଅଧିନାୟିକା ଡାଏନା ଇଦୁଲ୍‌ଜୀ। ମହିଳା ଆଇପିଏଲ୍‌ ଆସୁଛି। ଏଥିରେ ଜାତୀୟ ଖେଳାଳିଙ୍କ ବ୍ୟତୀତ ବହୁ ଘରୋଇ ଖେଳାଳି ଅଂଶଗ୍ରହଣ କରିବେ। ବହୁ ଖେଳାଳିଙ୍କର ହୁଏତ ଭାଗ୍ୟରେ ପରିବର୍ତ୍ତନ ଘଟିପାରେ। ପାରିଶ୍ରମିକ ବୃଦ୍ଧି ଦ୍ୱାରା ସେମାନଙ୍କଠାରୁ ଅଧିକ ପ୍ରତ୍ୟାଶା ରହିବା ସ୍ବାଭାବିକ। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ଚେଷ୍ଟିତ ହେବେ। ମହିଳା ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ଅତି କମ୍‌ରେ ୫ଟି ଦଳ ଭାଗ ନେବେ। ପ୍ରତିଟି ଦଳରେ ୧୮ଜଣ ଲେଖାଏ ଖେଳାଳି ରହିବେ। ତନ୍ମଧ୍ୟରେ ୧୨ ଭାରତୀୟ ଓ ୬ ବିଦେଶୀ ରହିବେ। ମୋଟ ଉପରେ ୬୦ ଜଣ ଘରୋଇ ଖେଳାଳି ଅଂଶଗ୍ରହଣ କରିବେ। ବିସିସିଆଇ ତରଫରୁ ଏ ପର୍ଯ୍ୟନ୍ତ ସର୍ବନିମ୍ନ ବେସ୍‌ ପ୍ରାଇସ୍‌ ଘୋଷଣା କରାଯାଇ ନାହିଁ। କିନ୍ତୁ ଏକ ସିଜନରେ ଜଣେ ଖେଳାଳି ଅତିକମ୍‌ରେ ୫ ଲକ୍ଷ ଟଙ୍କା ଆୟ କରିପାରିବ, ଯଦିଓ ଏହା ଆଇପିଏଲ୍‌ ରାଶି ସହ ତୁଳନୀୟ ନୁହେଁ। ଜଣେ ଘରୋଇ ମହିଳା କ୍ରିକେଟର ୧୦ ହଜାର ଟଙ୍କାରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିପାରିବ, ଯାହାକି ବଡ଼ ଫରକ ଆଣିଦେଇପାରିବ। ମହିଳା ଆଇପିଏଲ୍‌ ଗେମ୍‌ ଚେଞ୍ଜର ହେବ ବୋଲି ଅନ୍ୟ ଜଣେ ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗାସ୍ବାମୀ କହିଛନ୍ତି। ବିସିସିଆଇର ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ପୂର୍ବତନ ଅଧିନାୟିକା ମିଥାଲି ରାଜ ପ୍ରକାଶ କରିଛନ୍ତି। ମହିଳା କ୍ରିକେଟ ପାଇଁ ଶୁଭ ଲକ୍ଷଣ। ଦେଶରେ ମହିଳା କ୍ରିକେଟରଙ୍କ ସଂଖ୍ୟା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri