Posted inଖେଳ

ମହିଳା ହକି: ଆର୍ଜେଣ୍ଟିନା ସହ ଡ୍ର ରଖିଲା ଭାରତ

ବୁଏନ୍ସ ଏୟାର୍ସ, ୨ା୨ (ପି.ଟି.)- ଭାରତୀୟ ସିନିୟର ମହିଳା ହକି ଦଳ ବିଶ୍ୱର ୨ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ୧-୧ ଗୋଲ୍‌ରେ ଡ୍ର ରଖିଛି। ଏଥିସହିତ ଦଳର ଆର୍ଜେଣ୍ଟିନା ଟୁର୍‌ ଶେଷ ହୋଇଛି। ଭାରତ ତରଫରୁ ଅଧିନାୟିକା ରାଣୀ ୩୫ତମ ମିନିଟ୍‌ରେ ଗୋଲ ସ୍କୋର କରିଥିବା ବେଳେ ଘରୋଇ ଦଳ ପକ୍ଷରୁ ଏମିଲିଆ ଫର୍ଚେରିଓ (୫୫ତମ ମିନିଟ) ଏକ ପେନାଲ୍ଟି ଷ୍ଟ୍ରୋକ୍‌ ଜରିଆରେ ଗୋଲ ଦେଇଥିଲେ। ଭାରତର ଏହାଥିଲା ଚତୁର୍ଥ ମ୍ୟାଚ। ବର୍ଷା ଯୋଗୁ ଶନିବାର ତୃତୀୟ ମ୍ୟାଚ ଖେଳାଯାଇପାରି ନ ଥିଲା। ଟୁର୍‌ର ପ୍ରାରମ୍ଭରେ ଭାରତ ଆର୍ଜେଣ୍ଟିନାର ଜୁନିୟର ଦଳ ବିପକ୍ଷ ଦୁଇଟି ମ୍ୟାଚ ଯଥାକ୍ରମେ ୨-୨, ୧-୧ ଗୋଲରେ ଡ୍ର ରଖି୍‌ତ୍ଥିଲା ଏବଂ ଆର୍ଜେଣ୍ଟିନା ‘ବି’ ଟିମ୍‌ଠାରୁ ୧-୨, ୨-୩ ଗୋଲରେ ପରାସ୍ତ ହୋଇଥିଲା। ପରେ ଆର୍ଜେଣ୍ଟିନା ସିନିୟର ଦଳ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ୨-୩ ଓ ୦-୨ ଗୋଲରେ ହାରିଯାଇଥିଲା। ଟୁର୍‌ର ଶେଷ ମ୍ୟାଚ ଭାରତ ଯେନତେନ ଭାବେ ଜିତିବା ଲକ୍ଷ୍ୟ ନେଇ ଖେଳିଥିଲା। ଅଭିଜ୍ଞ କିନ୍ତୁ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ଏକାଧିକ ଗୋଲ ସୁଯୋଗ ସୃଷ୍ଟି କରିଥିଲା। ଭାରତୀୟ ଗୋଲକିପର ସବିତା କିନ୍ତୁ ତାହା କରାଇ ଦେଇ ନ ଥିଲେ। ଏପରି କି ଆର୍ଜେଣ୍ଟିନା ୨୩ ଏବଂ ୨୪ ତମ ମିନିଟ୍‌ରେ ଲଗାତର ଦୁଇଟି ପେନାଲ୍ଟି କର୍ନର ପାଇ ମଧ୍ୟ ସଫଳ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ଅଧିନାୟିକା ରାଣୀଙ୍କୁ ଶେଷରେ ସୁଯୋଗ ମିଳିଥିଲା। ୩୫ତମ ମିନିଟ୍‌ରେ ବନ୍ଦନାଙ୍କଠାରୁ ମିଳିଥିବା ଏକ ସୁନ୍ଦର ପାସ୍‌କୁ ସେ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଭାରତ ପରେ ୩୯ତମ ଓ ୫୦ତମ ମିନିଟ୍‌ରେ ଦୁଇଟି ସୁଯୋଗ ପାଇ ହାତଛଡ଼ା କରିଥିଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଦଳ ବହୁବାର ଚେଷ୍ଟା ପରେ ୫୫ତମ ମିନିଟ୍‌ରେ ପାଇଥିବା ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲା। ଫର୍ଚେରିଓ ଏହାକୁ ସ୍କୋର କରିଥିଲେ। ମ୍ୟାଚ ବରାବର ସ୍ଥିତିକୁ ଚାଲି ଆସିଥିଲା। ଚାପରେ ଥିବା ଭାରତ ବିପକ୍ଷରେ ଘରୋଇ ଦଳ ୫୬ତମ ଓ ୫୯ତମ ମିନିଟ୍‌ରେ ମଧ୍ୟ ଦୁଇଟି ପେନାଲ୍ଟି କର୍ନର ସୁଯୋଗ ପାଇ ମଧ୍ୟ କାର୍ଯ୍ୟକାରୀ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri