ବିଳମ୍ବ ହେଲାଣି ବର୍ଷେ

ବଅଁରପାଳ,୨ା୨(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ଶ୍ରମିକ ସଙ୍ଗଠନ ସ୍ବୀକୃତି ନିର୍ବାଚନ ବିଳମ୍ବ ହେଉଛି। ୨୦୧୭ ନିର୍ବାଚନରେ ସ୍ମେଲଟରରେ ଆଲୁମିନିୟମ ମଜଦୁର ସଂଘ (ଏଏମ୍‌ଏସ୍‌) ଓ ସିପିପିରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ବିଜୟୀ ହୋଇଥିଲା। ତେବେ ୨୦୨୦ ଜାନୁୟାରୀରୁ ଉଭୟ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର କାର୍ଯ୍ୟକାଳ ଶେଷ ହୋଇଛି। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସ୍ମେଲଟରରେ ଆଲୁମିନିୟମ ମଜଦୁର ସଂଘ, ନାଲ୍‌କୋ ଏମ୍ପ୍ଲଇଜ ସଂଘ, ନେପୁ, ଏନ୍‌କେଏସ୍‌ ଓ ଏନ୍‌ଏସ୍‌ଏସ୍‌ଏସ୍‌ ସଙ୍ଗଠନ ରହିଛି। ଗତ ନିର୍ବାଚନରେ ସ୍ମେଲଟରରେ ୨୪ ଶହ ଭୋଟର ରହିଥିଲେ। ସେଥିରୁ ଆଲୁମିନିୟମ ମଜଦୁର ସଂଘ ୧୦୭୦ ଭୋଟ ପାଇ ବିଜୟୀ ହୋଇଥିଲା। ସେହିପରି ସିପିପିରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ, ଏନ୍‌ଏନ୍‌ଇୟୁ, ବିଏମ୍‌ଏସ୍‌, ସିଟୁ ଓ ଲେବର ୟୁନିୟନ ରହିଛି। ଏଠାରେ ଆଇଏନ୍‌ଟିୟୁସି ସହବନ୍ଧିତ ନାଲ୍‌କୋ ଶ୍ରମିକ କଂଗ୍ରେସକୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ସ୍ମେଲଟରରେ ୨ ହଜାରରୁ ଅଧିକ ଭୋଟର ଥିବାବେଳେ ସିପିପିରେ ୬ଶହ ଭୋଟର ରହିଛନ୍ତି। କିନ୍ତୁ କରୋନା ଯୋଗୁ ଦୀର୍ଘ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରି ନାହିଁ। ଅଧିକରୁ ଅଧିକ ବିଳମ୍ବ ହେଉଥିବାରୁ ଶ୍ରମିକମାନଙ୍କ ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ହୋଇପାରୁ ନାହିଁ। ଶ୍ରମିକମାନଙ୍କ ପ୍ରତିନିଧି ବଛା ଯାଇପାରୁ ନ ଥିବାରୁ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ସହ ଶ୍ରମିକମାନଙ୍କ ସମସ୍ୟା, ସୁରକ୍ଷା ଓ ଦାବି ସମ୍ପର୍କରେ ଆଲୋଚନା ହୋଇପାରୁ ନାହିଁ। ସେହିପରି ବୋନସ ଠାରୁ ଆରମ୍ଭ କରି ଦରମା ନିର୍ଦ୍ଧାରଣ ସମ୍ପର୍କିତ ଚୁକ୍ତିନାମା ମଧ୍ୟ ସମ୍ପାଦନ କରିହେଉ ନାହିଁ।
ନିର୍ବାଚନ ହେବା ଦରକାର
୨୦୧୭ରେ ଶ୍ରମିକ ସଙ୍ଗଠନ ନିର୍ବାଚନ ହୋଇଥିଲା। ଇତିମଧ୍ୟରେ କାର୍ଯ୍ୟକାଳ ଶେଷ ହେବାର ବହୁ ଦିନ ବିତିଯାଇଥିଲେ ବି ନିର୍ବାଚନ କରାଯାଉ ନାହିଁ। ଏଥିରେ ଯେତିକି ବିଳମ୍ବ ହେଉଛି, ଶ୍ରମିକମାନଙ୍କ ଦାବି ପୂରଣ ସେତିକି ଘୁଞ୍ଚି ଘୁଞ୍ଚି ଯାଉଛି। ଏ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ।
-ପରେଶ ଚନ୍ଦ୍ର ଜେନା, ସାଧାରଣ ସମ୍ପାଦକ, ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ
ଅଧିକ ବିଳମ୍ବ ସମସ୍ୟା ସୃଷ୍ଟି କରିବ
ବର୍ଷେ ହେଲା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର କାର୍ଯ୍ୟକାଳ ଶେଷ ହୋଇସାରିଛି। ତେଣୁ ତୁରନ୍ତ ନିର୍ବାଚନ କରାଯିବା ଦରକାର ଥିଲା। କିନ୍ତୁ କରୋନା କାରଣରୁ ଏ ନେଇ କାର୍ଯ୍ୟ ଆଗେଇପାରୁ ନାହିଁ। ତେଣୁ ଶ୍ରମିକମାନଙ୍କ ବିଭିନ୍ନ ନ୍ୟାଯ୍ୟ ଦାବି ଉପସ୍ଥାପନ ହୋଇପାରୁ ନାହିଁ।
-ନିର୍ମଳ ଶତପଥୀ, କାର୍ଯ୍ୟକାରୀ ସଭାପତି, ଏନ୍‌ଏନ୍‌ଇୟୁ
ଚୁକ୍ତିନାମା ହୋଇପାରୁ ନାହିଁ
ପ୍ଲାଣ୍ଟର ଉନ୍ନତି ଠାରୁ ଆରମ୍ଭ କରି ଶ୍ରମିକମାନଙ୍କ ସମସ୍ୟା ସମାଧାନ, ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ହେଲା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର କାମ। କିନ୍ତୁ ନିର୍ବାଚନ ହୋଇପାରୁ ନ ଥିବାରୁ ଶ୍ରମିକଙ୍କ ଦାବି ସମ୍ପର୍କିତ ବିଭିନ୍ନ ଚୁକ୍ତିନାମା କର୍ତ୍ତୃପକ୍ଷଙ୍କ ସହ ସମ୍ପାଦନ କରାଯାଇପାରୁ ନାହିଁ।
-ରମେଶ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ, ଆଲୁମିନିୟମ ମଜଦୁର ସଂଘ
ନ୍ୟାଯ୍ୟ ଦାବି ପୂରଣ ହେଉନି
ନାଲ୍‌କୋରେ ଶ୍ରମିକ ସଙ୍ଗଠନ ନିର୍ବାଚନ ଯେଉଁ ସମୟରେ ହେବା କଥା ସେଥିରେ ବହୁ ବିଳମ୍ବ ହେଲାଣି। ଫଳରେ ହଜାର ହଜାର ଶ୍ରମିକ ନାନା ଅସୁବିଧା ଦେଇ ଗତି କରୁଥିଲେ ମଧ୍ୟ ତାହା କର୍ତ୍ତୃପକ୍ଷଙ୍କ ନିକଟକୁ ଠିକ୍‌ ଭାବେ ଯାଇପାରୁ ନାହିଁ। ଫଳରେ ଶ୍ରମିକଙ୍କ ନ୍ୟାଯ୍ୟ ଦାବି ପୂରଣ ହୋଇପାରୁ ନାହିଁ।
-ବୈରାଗୀ ସେଠ, ସାଧାରଣ ସମ୍ପାଦକ, ନେପୁ
ଯଥାଶୀଘ୍ର ପଦକ୍ଷେପ ନିଆଯିବା ଦରକାର
ଶ୍ରମିକମାନଙ୍କ ସମସ୍ୟାର ସମାଧାନ ସହ ପ୍ଲାଣ୍ଟର ବିକାଶ ଦିଗରେ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯଥାଶୀଘ୍ର ନିର୍ବାଚନ କରାଯିବା ଜରୁରୀ ହୋଇପଡ଼ିଛି। ନାଲ୍‌କୋ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ପ୍ଲାଣ୍ଟ ସହ ଶ୍ରମିକଙ୍କ କଲ୍ୟାଣ ହୋଇପାରିବ।
-ମୁରଲୀଧର ପଣ୍ଡା, କାର୍ଯ୍ୟକାରୀ ସଭପତି, ନାଲ୍‌କୋ ଏମ୍ପ୍ଲଇଜ ସଂଘ
କୌଣସି ନିର୍ଦ୍ଦେଶ ଆସିନାହିଁ
ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛି। ନାଲ୍‌କୋରେ ଶ୍ରମିକ ସଂଘ ନିର୍ବାଚନରେ ବିଳମ୍ବ ଘଟିଛି। ତେବେ ନିର୍ବାଚନ ପ୍ରସଙ୍ଗ ଉପରେ ନାଲ୍‌କୋ କର୍ତ୍ତୃପକ୍ଷ କିମ୍ବା ଡେପୁଟି ଚିଫ୍‌ ଲେବର କମିଶନରଙ୍କ ପକ୍ଷରୁ ଏଯାଏ କୌଣସି ନିର୍ଦ୍ଦେଶନାମା ହସ୍ତଗତ ହୋଇନାହିଁ।

-ରାଜେଶ କୁମାର ଗୁପ୍ତା, ଶ୍ରମ ପ୍ରବର୍ତ୍ତନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?