ବିଳମ୍ବ ହେଲାଣି ବର୍ଷେ

ବଅଁରପାଳ,୨ା୨(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ଶ୍ରମିକ ସଙ୍ଗଠନ ସ୍ବୀକୃତି ନିର୍ବାଚନ ବିଳମ୍ବ ହେଉଛି। ୨୦୧୭ ନିର୍ବାଚନରେ ସ୍ମେଲଟରରେ ଆଲୁମିନିୟମ ମଜଦୁର ସଂଘ (ଏଏମ୍‌ଏସ୍‌) ଓ ସିପିପିରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ବିଜୟୀ ହୋଇଥିଲା। ତେବେ ୨୦୨୦ ଜାନୁୟାରୀରୁ ଉଭୟ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର କାର୍ଯ୍ୟକାଳ ଶେଷ ହୋଇଛି। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସ୍ମେଲଟରରେ ଆଲୁମିନିୟମ ମଜଦୁର ସଂଘ, ନାଲ୍‌କୋ ଏମ୍ପ୍ଲଇଜ ସଂଘ, ନେପୁ, ଏନ୍‌କେଏସ୍‌ ଓ ଏନ୍‌ଏସ୍‌ଏସ୍‌ଏସ୍‌ ସଙ୍ଗଠନ ରହିଛି। ଗତ ନିର୍ବାଚନରେ ସ୍ମେଲଟରରେ ୨୪ ଶହ ଭୋଟର ରହିଥିଲେ। ସେଥିରୁ ଆଲୁମିନିୟମ ମଜଦୁର ସଂଘ ୧୦୭୦ ଭୋଟ ପାଇ ବିଜୟୀ ହୋଇଥିଲା। ସେହିପରି ସିପିପିରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ, ଏନ୍‌ଏନ୍‌ଇୟୁ, ବିଏମ୍‌ଏସ୍‌, ସିଟୁ ଓ ଲେବର ୟୁନିୟନ ରହିଛି। ଏଠାରେ ଆଇଏନ୍‌ଟିୟୁସି ସହବନ୍ଧିତ ନାଲ୍‌କୋ ଶ୍ରମିକ କଂଗ୍ରେସକୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ସ୍ମେଲଟରରେ ୨ ହଜାରରୁ ଅଧିକ ଭୋଟର ଥିବାବେଳେ ସିପିପିରେ ୬ଶହ ଭୋଟର ରହିଛନ୍ତି। କିନ୍ତୁ କରୋନା ଯୋଗୁ ଦୀର୍ଘ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରି ନାହିଁ। ଅଧିକରୁ ଅଧିକ ବିଳମ୍ବ ହେଉଥିବାରୁ ଶ୍ରମିକମାନଙ୍କ ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ହୋଇପାରୁ ନାହିଁ। ଶ୍ରମିକମାନଙ୍କ ପ୍ରତିନିଧି ବଛା ଯାଇପାରୁ ନ ଥିବାରୁ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ସହ ଶ୍ରମିକମାନଙ୍କ ସମସ୍ୟା, ସୁରକ୍ଷା ଓ ଦାବି ସମ୍ପର୍କରେ ଆଲୋଚନା ହୋଇପାରୁ ନାହିଁ। ସେହିପରି ବୋନସ ଠାରୁ ଆରମ୍ଭ କରି ଦରମା ନିର୍ଦ୍ଧାରଣ ସମ୍ପର୍କିତ ଚୁକ୍ତିନାମା ମଧ୍ୟ ସମ୍ପାଦନ କରିହେଉ ନାହିଁ।
ନିର୍ବାଚନ ହେବା ଦରକାର
୨୦୧୭ରେ ଶ୍ରମିକ ସଙ୍ଗଠନ ନିର୍ବାଚନ ହୋଇଥିଲା। ଇତିମଧ୍ୟରେ କାର୍ଯ୍ୟକାଳ ଶେଷ ହେବାର ବହୁ ଦିନ ବିତିଯାଇଥିଲେ ବି ନିର୍ବାଚନ କରାଯାଉ ନାହିଁ। ଏଥିରେ ଯେତିକି ବିଳମ୍ବ ହେଉଛି, ଶ୍ରମିକମାନଙ୍କ ଦାବି ପୂରଣ ସେତିକି ଘୁଞ୍ଚି ଘୁଞ୍ଚି ଯାଉଛି। ଏ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ।
-ପରେଶ ଚନ୍ଦ୍ର ଜେନା, ସାଧାରଣ ସମ୍ପାଦକ, ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ
ଅଧିକ ବିଳମ୍ବ ସମସ୍ୟା ସୃଷ୍ଟି କରିବ
ବର୍ଷେ ହେଲା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର କାର୍ଯ୍ୟକାଳ ଶେଷ ହୋଇସାରିଛି। ତେଣୁ ତୁରନ୍ତ ନିର୍ବାଚନ କରାଯିବା ଦରକାର ଥିଲା। କିନ୍ତୁ କରୋନା କାରଣରୁ ଏ ନେଇ କାର୍ଯ୍ୟ ଆଗେଇପାରୁ ନାହିଁ। ତେଣୁ ଶ୍ରମିକମାନଙ୍କ ବିଭିନ୍ନ ନ୍ୟାଯ୍ୟ ଦାବି ଉପସ୍ଥାପନ ହୋଇପାରୁ ନାହିଁ।
-ନିର୍ମଳ ଶତପଥୀ, କାର୍ଯ୍ୟକାରୀ ସଭାପତି, ଏନ୍‌ଏନ୍‌ଇୟୁ
ଚୁକ୍ତିନାମା ହୋଇପାରୁ ନାହିଁ
ପ୍ଲାଣ୍ଟର ଉନ୍ନତି ଠାରୁ ଆରମ୍ଭ କରି ଶ୍ରମିକମାନଙ୍କ ସମସ୍ୟା ସମାଧାନ, ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ହେଲା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର କାମ। କିନ୍ତୁ ନିର୍ବାଚନ ହୋଇପାରୁ ନ ଥିବାରୁ ଶ୍ରମିକଙ୍କ ଦାବି ସମ୍ପର୍କିତ ବିଭିନ୍ନ ଚୁକ୍ତିନାମା କର୍ତ୍ତୃପକ୍ଷଙ୍କ ସହ ସମ୍ପାଦନ କରାଯାଇପାରୁ ନାହିଁ।
-ରମେଶ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ, ଆଲୁମିନିୟମ ମଜଦୁର ସଂଘ
ନ୍ୟାଯ୍ୟ ଦାବି ପୂରଣ ହେଉନି
ନାଲ୍‌କୋରେ ଶ୍ରମିକ ସଙ୍ଗଠନ ନିର୍ବାଚନ ଯେଉଁ ସମୟରେ ହେବା କଥା ସେଥିରେ ବହୁ ବିଳମ୍ବ ହେଲାଣି। ଫଳରେ ହଜାର ହଜାର ଶ୍ରମିକ ନାନା ଅସୁବିଧା ଦେଇ ଗତି କରୁଥିଲେ ମଧ୍ୟ ତାହା କର୍ତ୍ତୃପକ୍ଷଙ୍କ ନିକଟକୁ ଠିକ୍‌ ଭାବେ ଯାଇପାରୁ ନାହିଁ। ଫଳରେ ଶ୍ରମିକଙ୍କ ନ୍ୟାଯ୍ୟ ଦାବି ପୂରଣ ହୋଇପାରୁ ନାହିଁ।
-ବୈରାଗୀ ସେଠ, ସାଧାରଣ ସମ୍ପାଦକ, ନେପୁ
ଯଥାଶୀଘ୍ର ପଦକ୍ଷେପ ନିଆଯିବା ଦରକାର
ଶ୍ରମିକମାନଙ୍କ ସମସ୍ୟାର ସମାଧାନ ସହ ପ୍ଲାଣ୍ଟର ବିକାଶ ଦିଗରେ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯଥାଶୀଘ୍ର ନିର୍ବାଚନ କରାଯିବା ଜରୁରୀ ହୋଇପଡ଼ିଛି। ନାଲ୍‌କୋ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ପ୍ଲାଣ୍ଟ ସହ ଶ୍ରମିକଙ୍କ କଲ୍ୟାଣ ହୋଇପାରିବ।
-ମୁରଲୀଧର ପଣ୍ଡା, କାର୍ଯ୍ୟକାରୀ ସଭପତି, ନାଲ୍‌କୋ ଏମ୍ପ୍ଲଇଜ ସଂଘ
କୌଣସି ନିର୍ଦ୍ଦେଶ ଆସିନାହିଁ
ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛି। ନାଲ୍‌କୋରେ ଶ୍ରମିକ ସଂଘ ନିର୍ବାଚନରେ ବିଳମ୍ବ ଘଟିଛି। ତେବେ ନିର୍ବାଚନ ପ୍ରସଙ୍ଗ ଉପରେ ନାଲ୍‌କୋ କର୍ତ୍ତୃପକ୍ଷ କିମ୍ବା ଡେପୁଟି ଚିଫ୍‌ ଲେବର କମିଶନରଙ୍କ ପକ୍ଷରୁ ଏଯାଏ କୌଣସି ନିର୍ଦ୍ଦେଶନାମା ହସ୍ତଗତ ହୋଇନାହିଁ।

-ରାଜେଶ କୁମାର ଗୁପ୍ତା, ଶ୍ରମ ପ୍ରବର୍ତ୍ତନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ହେବ ନୂତନ ସ୍ପିଲଓ୍ବେ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ହୀରାକୁଦ ବନ୍ଧର ଦୀର୍ଘ ମିଆଦୀ ନିରାପତ୍ତା ପାଇଁ ରାଜ୍ୟ ସରକାର ସ୍ପିଲଓ୍ବେ ନିର୍ମାଣ କରୁଛନ୍ତି। ସମାନଭାବେ ଆଉ ଏକ ସ୍ପିଲଓ୍ବେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ...

ସମୁଦ୍ର ଜୁଆର ମାଡରେ ୩୦ ପରିବାରର ବାସଗୃହ ଧ୍ୱସ୍ତବିଧ୍ୱଂସ୍ତ

ଚିକିଟି,୨୮ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତ ସମୁଦ୍ରତଟବର୍ତ୍ତୀ ଗ୍ରାମ ରାମେୟାପାଟଣା ବୁଧବାର ସକାଳେ ପୁଣି ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଜୁଆର...

ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡ଼ିଛି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ଦାବି...

ଏଣିକି ବଜାରରେ ମିଳିବ କରୋନା ଔଷଧ

ଭୁବନେଶ୍ୱର, ୧୨।୯(ବ୍ୟୁରୋ)- ଏଣିକି ବଜାରରେ କରୋନା ଔଷଧ ମିଳିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାଭିପିରାଭିର୍‌ ଟାବ୍‌ଲେଟ୍‌ ଓ ରେମ୍‌ଡେସିଭିର ଇଞ୍ଜେକ୍ସନ ବିକ୍ରି...

‘ଏକ ଦୌଡ ଦେଶ କା ନାମ’

ଭୁବନେଶ୍ୱର,୫।୯ (ବ୍ୟୁରୋ):ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ପାହାଳଠାରେ ‘ଏକ...

ମକର ସଂକ୍ରାନ୍ତି ପାଇଁ ସରକାରୀ ଛୁଟି

ଭୁବନେଶ୍ୱର, ୧୪-୧(ବ୍ୟୁରୋ):ଆସନ୍ତା ୧୫ ତାରିଖ ମକର ସଂକ୍ରାନ୍ତି ସରକାରୀ ଛୁଟି। ଉକ୍ତଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏ ନେଇ ମୁଖ୍ୟମନ୍ତ୍ରୀ...

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ଝଟ୍‌କା

ଭୁବନେଶ୍ୱର,୩।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚକୁ ଝଟ୍‌କା ଲାଗିଛି। ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତିର ପୁନଃଯାଞ୍ଚ ପାଇଁ...

ବରଯାତ୍ରୀ ହୋଇ ଆସୁଥିଲେ,ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଠାକୁରମୁଣ୍ଡା,୧୯।୩ (ଡି.ଏନ୍‌.ଏ.): ବରଯାତ୍ରୀ ହୋଇ ଆସୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ...

Advertisement
Archives

Model This Week