Posted inଖେଳ

ମହିଳା ହକି: ଆର୍ଜେଣ୍ଟିନା ସହ ଡ୍ର ରଖିଲା ଭାରତ

ବୁଏନ୍ସ ଏୟାର୍ସ, ୨ା୨ (ପି.ଟି.)- ଭାରତୀୟ ସିନିୟର ମହିଳା ହକି ଦଳ ବିଶ୍ୱର ୨ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ୧-୧ ଗୋଲ୍‌ରେ ଡ୍ର ରଖିଛି। ଏଥିସହିତ ଦଳର ଆର୍ଜେଣ୍ଟିନା ଟୁର୍‌ ଶେଷ ହୋଇଛି। ଭାରତ ତରଫରୁ ଅଧିନାୟିକା ରାଣୀ ୩୫ତମ ମିନିଟ୍‌ରେ ଗୋଲ ସ୍କୋର କରିଥିବା ବେଳେ ଘରୋଇ ଦଳ ପକ୍ଷରୁ ଏମିଲିଆ ଫର୍ଚେରିଓ (୫୫ତମ ମିନିଟ) ଏକ ପେନାଲ୍ଟି ଷ୍ଟ୍ରୋକ୍‌ ଜରିଆରେ ଗୋଲ ଦେଇଥିଲେ। ଭାରତର ଏହାଥିଲା ଚତୁର୍ଥ ମ୍ୟାଚ। ବର୍ଷା ଯୋଗୁ ଶନିବାର ତୃତୀୟ ମ୍ୟାଚ ଖେଳାଯାଇପାରି ନ ଥିଲା। ଟୁର୍‌ର ପ୍ରାରମ୍ଭରେ ଭାରତ ଆର୍ଜେଣ୍ଟିନାର ଜୁନିୟର ଦଳ ବିପକ୍ଷ ଦୁଇଟି ମ୍ୟାଚ ଯଥାକ୍ରମେ ୨-୨, ୧-୧ ଗୋଲରେ ଡ୍ର ରଖି୍‌ତ୍ଥିଲା ଏବଂ ଆର୍ଜେଣ୍ଟିନା ‘ବି’ ଟିମ୍‌ଠାରୁ ୧-୨, ୨-୩ ଗୋଲରେ ପରାସ୍ତ ହୋଇଥିଲା। ପରେ ଆର୍ଜେଣ୍ଟିନା ସିନିୟର ଦଳ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ୨-୩ ଓ ୦-୨ ଗୋଲରେ ହାରିଯାଇଥିଲା। ଟୁର୍‌ର ଶେଷ ମ୍ୟାଚ ଭାରତ ଯେନତେନ ଭାବେ ଜିତିବା ଲକ୍ଷ୍ୟ ନେଇ ଖେଳିଥିଲା। ଅଭିଜ୍ଞ କିନ୍ତୁ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ଏକାଧିକ ଗୋଲ ସୁଯୋଗ ସୃଷ୍ଟି କରିଥିଲା। ଭାରତୀୟ ଗୋଲକିପର ସବିତା କିନ୍ତୁ ତାହା କରାଇ ଦେଇ ନ ଥିଲେ। ଏପରି କି ଆର୍ଜେଣ୍ଟିନା ୨୩ ଏବଂ ୨୪ ତମ ମିନିଟ୍‌ରେ ଲଗାତର ଦୁଇଟି ପେନାଲ୍ଟି କର୍ନର ପାଇ ମଧ୍ୟ ସଫଳ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ଅଧିନାୟିକା ରାଣୀଙ୍କୁ ଶେଷରେ ସୁଯୋଗ ମିଳିଥିଲା। ୩୫ତମ ମିନିଟ୍‌ରେ ବନ୍ଦନାଙ୍କଠାରୁ ମିଳିଥିବା ଏକ ସୁନ୍ଦର ପାସ୍‌କୁ ସେ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଭାରତ ପରେ ୩୯ତମ ଓ ୫୦ତମ ମିନିଟ୍‌ରେ ଦୁଇଟି ସୁଯୋଗ ପାଇ ହାତଛଡ଼ା କରିଥିଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଦଳ ବହୁବାର ଚେଷ୍ଟା ପରେ ୫୫ତମ ମିନିଟ୍‌ରେ ପାଇଥିବା ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲା। ଫର୍ଚେରିଓ ଏହାକୁ ସ୍କୋର କରିଥିଲେ। ମ୍ୟାଚ ବରାବର ସ୍ଥିତିକୁ ଚାଲି ଆସିଥିଲା। ଚାପରେ ଥିବା ଭାରତ ବିପକ୍ଷରେ ଘରୋଇ ଦଳ ୫୬ତମ ଓ ୫୯ତମ ମିନିଟ୍‌ରେ ମଧ୍ୟ ଦୁଇଟି ପେନାଲ୍ଟି କର୍ନର ସୁଯୋଗ ପାଇ ମଧ୍ୟ କାର୍ଯ୍ୟକାରୀ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ତଳସ୍ତରର ଖେଳାଳିଙ୍କୁ ସାହାଯ୍ୟ କରିବାକୁ ଆଇଟିଏଫ୍‌ର ଯୋଜନା

ମୁମ୍ବାଇ, ୧୯।୫(ପି.ଟି.): କୋଭିଡ-୧୯ ଲକ୍‌ଡାଉନ କାରଣରୁ ପ୍ରଭାବିତ ହୋଇଥିବା ତଳସ୍ତରର ପେସାଦାର ଖେଳାଳିଙ୍କୁ ସାହାଯ୍ୟ ଓ ସମର୍ଥନ କରିବାକୁ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଅଣ୍ଟା...

ଦଳ ଚୟନ ନେଇ ଦ୍ୱନ୍ଦ୍ୱରେ କୋହଲି: ରାହାନେ, ରୋହିତ୍‌ କିମ୍ବା ପଞ୍ଚମ ବୋଲର

ଆଣ୍ଟିଗୁଆ, ୨୧।୮(ପି.ଟି.)- ଗୁରୁବାରଠାରୁ ଏଠାରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେବେ...

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଭୁବନେଶ୍ୱର ଭାରତର ଭେନ୍ୟୁ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)- ୨୦୨୦ ଜାନୁୟାରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।...

ପାକିସ୍ତାନକୁ ୧୭୬ ରନ୍‌ରେ ରୋକି ଦେଲା ଅଷ୍ଟ୍ରେଲିଆ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ପଏଣ୍ଟ ପ୍ରତିଶତକୁ ବିଚାର କରି ଫାଇନାଲିଷ୍ଟ ସ୍ଥିର କରାଯିବ

ନୂଆଦିଲ୍ଲୀ,୧୬।୧୧(ପି.ଟି.): ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରାରମ୍ଭିକ ସଂସ୍କରଣର ଦୁଇ ଫାଇନାଲିଷ୍ଟଙ୍କୁ ଚୟନ କରିବା ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତା’ର ନୀତି ସ୍ପଷ୍ଟ କରିଛି।...

ଅବସର ପଛର କାରଣ ହୃଦୟ ବିଦାରକ ପରାଜୟ

ଆବୁଧାବି,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ ମଝିରେ ଅବସର ଘୋଷଣା କରିଛନ୍ତି ଅସଘର ଅଫଘାନ। ତେବେ ଗତ ମ୍ୟାଚ୍‌ରେ ପାକିସ୍ତାନଠାରୁ ହୃଦୟ ବିଦାରକ ପରାଜୟ ପରେ ହଠାତ୍‌...

ଆଇଏସ୍‌ଏଲ୍‌: ଓଡ଼ିଶା ଏଫ୍‌ସିର ପ୍ଲେ-ଅଫ୍‌ ଆଶା ଶେଷ

କୋଲକାତା,୯।୨ (ପି.ଟି.)- ରୟ କ୍ରିଷ୍ଣାଙ୍କ ହ୍ୟାଟ୍ରିକ ବଳରେ ଏଟିକେ ଇଣ୍ଡିଆ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସିକୁ ୩-୧ ଗୋଲରେ ପରାସ୍ତ କରିଛି। ଘରୋଇ...

Advertisement
Archives

Model This Week