Posted inଖେଳ

ମହିଳା ଫୁଟ୍‌ବଲ ଯୋଡ଼ିଲା ନୂଆ ଅଧ୍ୟାୟ

ଭୁବନେଶ୍ୱରରେ ଏବେ ମହିଳା ଫୁଟ୍‌ବଲ୍‌ର ରାଇଜିଂ ଷ୍ଟାର୍‌ଙ୍କ ସମାଗମ। ଅକ୍ଟୋବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। ଏହା ଭୁବନେଶ୍ୱର ସମେତ ଗୋଆ ଓ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ। ହକି ବିଶ୍ୱକପ ପରେ ଏବେ ଫିଫାର ଏକ ମେଗା ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଅଗ୍ରସର ହୋଇଛି ଓଡ଼ିଶା। ମହିଳା ଫୁଟ୍‌ବଲ ଯୋଡ଼ିଛି ନୂଆ ଅଧ୍ୟାୟ…

ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଓଡ଼ିଶା ଆଉପାଦେ ଆଗକୁ ବଢ଼ିଛି। ହକି ବିଶ୍ୱକପ ସମେତ ପାଖାପାଖି ଡଜନେ ହକି ଇଭେଣ୍ଟ ସମେତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ମହିଳା ଗୋଲ୍ଡକପ୍‌ ଫୁଟବଲ, ୨୦ ବର୍ଷରୁ କମ୍‌ ସାଉଥ୍‌ ଏସିଆନ ଫୁଟବଲ ଚାମ୍ପିୟନଶିପ୍‌, ଇଣ୍ଡିଆ ଏ-୧ ଫ୍ୟୁଚର ଟେନିସ, ୧୮ ବର୍ଷରୁ କମ୍‌ ଏସିଆନ ରଗ୍‌ବୀ ସେଭେନ୍ସ ଆଦି ଆୟୋଜନ କରି ସାରିଥିବା ଓଡ଼ିଶା ଏବେ ୧୭ ବର୍ଷରୁ କମ୍‌ ବର୍ଗରେ ପ୍ରଥମଥରପାଇଁ ମହିଳା ଫିଫା ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ଏହି ପ୍ରତିଯୋଗିତା ଭାରତରେ ମଧ୍ୟ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି। ଏହା ଭୁବନେଶ୍ୱର ସମେତ ନଭି ମୁମ୍ବାଇ ଓ ଗୋଆରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୧ରେ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ଏହାର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବ।
ଗ୍ରୁପ୍‌ ‘ଏ’ରେ ଭାରତ
ପ୍ରତିଯୋଗିତାର ଡ୍ର’ ଅନୁସାରେ ଭାରତ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ର ଅନ୍ୟ ୩ ଦଳ ହେଲେ ଆମେରିକା, ମରକ୍କୋ ଓ ବ୍ରାଜିଲ। ଭାରତ ଏଥର ପ୍ରଥମଥରପାଇଁ ବିଶ୍ୱକପ ସ୍ବାଦ ଚାଖିବାକୁ ଯାଉଥିବାବେଳେ ମରକ୍କୋ ମଧ୍ୟ ଡେବ୍ୟୁ କରିବ। ଅନ୍ୟପକ୍ଷରେ ଆମେରିକା ୫ମ ଓ ବ୍ରାଜିଲ ୬ଷ୍ଠ ଥରପାଇଁ ଏହି ବିଶ୍ୱକପ ଖେଳିବାକୁ ଯାଉଛି। ୨୦୦୮ରେ ଆମେରିକା ଏହାର ଶ୍ରେଷ୍ଠ ପ୍ରଦର୍ଶନ କରି ରନର୍ସଅପ୍‌ ହୋଇଥିଲା। ସେହିପରି ବ୍ରାଜିଲ ୨୦୧୦ ଓ ୨୦୧୨ରେ ୨ ଥର କ୍ୱାର୍ଟର ଫାଇନାଲ ଖେଳିସାରିଛି। ତେଣୁ ଆଗାମୀ ଟୁର୍ନାମେଣ୍ଟ ଭାରତ ପାଇଁ କଷ୍ଟସାଧ୍ୟ ହେବା ନିଶ୍ଚିତ। ଇତି ମଧ୍ୟରେ ବ୍ରାଜିଲ ଦଳ ଭୁବନେଶ୍ୱରରେ ପହଞ୍ଚତ୍ ଅଭ୍ୟାସ ଆରମ୍ଭ କରିଛି। ସେପ୍ଟେମ୍ବର ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜକ ସହର (ଭୁବନେଶ୍ୱର) ଲୋଗୋ ଉନ୍ମୋଚନ କରିଥିଲେ। ସେବେଠାରୁ ରାଜ୍ୟର ବିଭିନ୍ନ ସହରରେ ଫୁଟବଲ କାର୍ନିଭାଲ ଆରମ୍ଭ ହୋଇଯାଇଛି।
କିକ୍‌ ଅଫ୍‌ ଦି ଡ୍ରିମ୍‌
ଟୁର୍ନାମେଣ୍ଟର ଅଫିସିଆଲ୍‌ ସ୍ଲୋଗାନ ‘କିକ୍‌ ଅଫ୍‌ ଦି ଡ୍ରିମ୍‌’ ରଖାଯାଇଛି। ୨୦୨୦ ଫେବୃୟାରୀରେ ଏହାର ଶୁଭାରମ୍ଭ କରାଯାଇଥିଲା। ପ୍ରତିଯୋଗିତାର ଏହା ହେଉଛି ୭ମ ସଂସ୍କରଣ। ଏଥିରେ ୬ଟି କନ୍‌ଫେଡେରେଶନର ୧୬ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତ ଓ ମରକ୍କୋ ବ୍ୟତୀତ ତାଞ୍ଜାନିଆ ମଧ୍ୟ ଏଥର ପ୍ରତିଯୋଗିତାରେ ଡେବ୍ୟୁ କରିବାକୁ ଯାଉଛି। ୨୦୧୮ରେ ଚାମ୍ପିୟନ ହୋଇଥିବାରୁ ସ୍ପେନ୍‌ ଡିଫେଣ୍ଡିଂ ଚାମ୍ପିୟନଭାବେ ଟୁର୍ନାମେଣ୍ଟ ଖେଳିବ।
ଆକର୍ଷଣରେ ୩ ଚାମ୍ପିୟନ
ଟୁର୍ନାମେଣ୍ଟରେ ଏଥର ୩ ଚାମ୍ପିୟନ ଦଳକୁ ଦେଖିବାକୁ ମିଳିବ। ଏହି ଦଳଗୁଡ଼ିକ ହେଲେ ଜାପାନ, ଫ୍ରାନ୍ସ ଓ ସ୍ପେନ୍‌। ଜାପାନ ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ଫ୍ରାନ୍ସ ୨୦୧୨ ଓ ସ୍ପେନ୍‌ ୨୦୧୮ରେ ଟାଇଟଲ ହାସଲ କରିଥିଲେ। ତେଣୁ ସ୍ବାଭାବିକଭାବେ ଏହି ୩ ଦଳ ଆକର୍ଷଣର କେନ୍ଦ୍ରରେ ରହିଛନ୍ତି। ଏହା ବ୍ୟତୀତ ୨ ଫାଇନାଲିଷ୍ଟ ମେକ୍ସିକୋ (୨୦୧୮) ଓ ଆମେରିକା (୨୦୦୮) ମଧ୍ୟ ଟକ୍କର ଦେବାକୁ ପ୍ରସ୍ତୁତ।
ନଭି ମୁମ୍ବାଇରେ ଫାଇନାଲ
ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ ପ୍ରତି ଗ୍ରୁପ୍‌ରୁ ୨ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ। ଯଦି ୨ରୁ ଊର୍ଦ୍ଧ୍ୱ ଦଳ ସମାନ ପଏଣ୍ଟରେ ରହିବେ ତେବେ ସେ କ୍ଷେତ୍ରରେ ଗୋଲ ବ୍ୟବଧାନ ଦେଖାଯିବ। ଯଦି ଏଥିରେ ମଧ୍ୟ ସମାଧାନର ସୂତ୍ର ନ ମିଳିଲା ତେବେ ଲିଗ୍‌ ପର୍ଯ୍ୟାୟରେ କେଉଁ ଦଳ କେତେ ଗୋଲ ଦେଇଛି ତାହାକୁ ବିଚାରକୁ ନିଆଯିବ। ଅକ୍ଟୋବର ୨୧ରେ ୨ଟି କ୍ୱାର୍ଟର ଫାଇନାଲ ନଭି ମୁମ୍ବାଇସ୍ଥିତ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଏବଂ ୨୨ରେ ଅନ୍ୟ ୨ଟି କ୍ୱାର୍ଟର ଫାଇନାଲ ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୨୬ ତାରିଖରେ ୨ଟି ଯାକ ସେମିଫାଇନାଲ ଗୋଆରେ ଅନୁଷ୍ଠିତ ହେବ। ବ୍ରୋଞ୍ଜ ପଦକ ମ୍ୟାଚ ଏବଂ ଫାଇନାଲ ନଭି ମୁମ୍ବାଇରେ ଅକ୍ଟୋବର ୩୦ରେ ଆୟୋଜନ ହେବ।

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ

ଗ୍ରୁପ୍‌ ‘ଏ’: ଭାରତ, ଆମେରିକା, ମରକ୍କୋ, ବ୍ରାଜିଲ
ଗ୍ରୁପ୍‌ ‘ବି’: ଜର୍ମାନୀ, ନାଇଜେରିଆ, ଚିଲି, ନ୍ୟୁଜିଲାଣ୍ଡ
ଗ୍ରୁପ୍‌ ‘ସି’: ସ୍ପେନ୍‌, କଲମ୍ବିଆ, ମେକ୍ସିକୋ, ଚାଇନା
ଗ୍ରୁପ୍‌ ‘ଡି’: ଜାପାନ, ତାଞ୍ଜାନିଆ, କାନାଡ଼ା, ଫ୍ରାନ୍ସ

-ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri