ତାଲିବାନ୍‌କୁ ମହିଳାଙ୍କ ଚ୍ୟାଲେଞ୍ଜ

କାବୁଲ, ୯ା୯: ସରକାର ଗଢ଼ିଲେ ମହିଳାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ସାମିଲ କରିବୁ। ଇସ୍‌ଲାମୀୟ ଆଇନ ଅନୁସାରେ ମହିଳାମାନେ ଅଧିକାର ଓ ସ୍ବାଧୀନତା ଉପଭୋଗ କରିବେ ବୋଲି କଥା ଦେଇଥିଲା ତାଲିବାନ୍‌। ହେଲେ ଆତଙ୍କବାଦୀ ସଙ୍ଗଠନ ସେପ୍ଟେମ୍ବର ୭ରେ କାମଚଳା ସରକାର ଗଠନ କରିବା ପରେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବା ମନେହେଉଛି। ନୂଆ କ୍ୟାବିନେଟରେ ଜଣେ ବି ମହିଳାଙ୍କୁ ସ୍ଥାନ ନ ଦେବା କଠୋରପନ୍ଥୀଙ୍କ ମହିଳା ବିରୋଧୀ ଚରିତ୍ରକୁ ପଦାରେ ପକାଇଛି। କେବଳ ସେତିକି ନୁହେଁ ସରକାର ଗଢ଼ୁ ଗଢ଼ୁ ମହିଳା ବିରୋଧୀ କଠୋର ନୀତି ପ୍ରଣୟନ ମଧ୍ୟ ଆରମ୍ଭ କରିଛି। ମହିଳାଙ୍କ ଅଧିକାର ଛଡ଼ାଇନେଉଥିବା ‘ଶରିଆ’ ଆଇନ୍‌କୁ ତୁରନ୍ତ ଦେଶରେ ଲାଗୁ କରିବାକୁ ଯାଉଛି ତାଲିବାନ୍‌। କ୍ରିକେଟ ସମେତ କୌଣସି କ୍ରୀଡ଼ା ଖେଳିବା ଅଧିକାର ମହିଳାଙ୍କ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି। ହେଲେ ଏ ସବୁକୁ ଚୁପ୍‌ଚାପ୍‌ ସହିଯିବା ଭଳି ମାନସିକତାରୁ ବହୁ ଊର୍ଦ୍ଧ୍ୱକୁ ଉଠିଛନ୍ତି ସାହସୀ ଆଫଗାନ୍‌ ମହିଳା। ରାସ୍ତା ଉପରେ ଖୋଲାଖୋଲି ସେମାନେ ଏହି କଠୋରପନ୍ଥୀ ଶାସକ ଗୋଷ୍ଠୀକୁ ବିରୋଧ କରୁଛନ୍ତି। ଆତଙ୍କବାଦୀଙ୍କ ବନ୍ଧୁକ ସାମ୍‌ନାରେ ସେମାନେ ବିରୋଧର ସ୍ବରକୁ ଶାଣିତ କରିଛନ୍ତି।
ଆଫଗାନ୍‌ ମହିଳାଙ୍କ ସାହସ ଆହୁରି ବଢ଼ାଇବାକୁ ବିକ୍ଷୋଭରେ ହଜାର ହଜାର ସଂଖ୍ୟାରେ ଦେଶବାସୀ ଯୋଡ଼ି ହୋଇଛନ୍ତି। ବିଶ୍ୱ ସମୁଦାୟ ଏହି ସରକାରଙ୍କୁ ସ୍ବୀକୃତି ନ ଦେବାକୁ ଆଫଗାନ୍‌ମାନେ ନିବେଦନ କରିଛନ୍ତି। ପଞ୍ଜଶିର ପ୍ରଦେଶରେ ତାଲିବାନ୍‌ ବିରୋଧୀ ଦଳ ମଧ୍ୟ ଏହି ସରକାରକୁ ବେଆଇନ ଓ ଅସାମ୍ବିଧାନିକ ବୋଲି କହିଛି। ଏହା ଆଫଗାନ୍‌ବାସୀଙ୍କ ସରକାର ନୁହେଁ, ବରଂ ଶତ୍ରୁ ବୋଲି ଅଭିହିତ କରିଛି ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସ। ଏକ ସାକ୍ଷାତକାରରେ ତାଲିବାନ୍‌ ସାଂସ୍କୃତିକ କମିଶନ୍‌ର ଉପମୁଖ୍ୟ ଅହମ୍ମଦୁଲ୍ଲା ଓ୍ବାସିକ୍‌ କହିଛନ୍ତି, ମହିଳାମାନେ କ୍ରିକେଟ ଖେଳିବାର କୌଣସି ଆବଶ୍ୟକତା ନାହିଁ। ଏହା ମିଡିଆର ଯୁଗ। ଖେଳବେଳେ ମହିଳାମାନଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରାଯିବ, ଯାହାକୁ ଇସ୍‌ଲାମ ଏବଂ ଇସ୍‌ଲାମିକ୍‌ ଏମିରେଟ୍ସ ଅନୁମତି ଦିଏ ନାହିଁ। ବିନା ବୁର୍ଖାରେ ମହିଳା ମୁହଁ ଦେଖାଇବା ଇସ୍‌ଲାମ ବିରୋଧୀ ବୋଲି ସେ କହିଛନ୍ତି। ଏଠାରେ ମନେ ପକାଯାଇପାରେ ଯେ, ୨୦୨୦ ନଭେମ୍ବରରେ ୨୫ ଶ୍ରେଷ୍ଠ ମହିଳା କ୍ରିକେଟରଙ୍କୁ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି) ପୁରସ୍କୃତ କରିଥିଲା। ହେଲେ ତାଲିବାନ୍‌ର ଏପରି ନୀତି ପରେ ଏବେ ଏହି ପ୍ରତିଭାବାନ୍‌ ମହିଳା ଖେଳାଳି ଏଥିରୁ ବଞ୍ଚିତ ହେବେ। ମହିଳାମାନେ କେବଳ ଆବଶ୍ୟକ କାମ ପାଇଁ ବାହାରକୁ ଯାଇପାରିବେ। ଏଥିପାଇଁ ସେମାନେ ବୁର୍ଖା ଆଦି ପିନ୍ଧିବା ଜରୁରୀ ବୋଲି ଓ୍ବାସିକ୍‌ କହିଛନ୍ତି।
ସେପଟେ ମହିଳାଙ୍କୁ ବିକ୍ଷୋଭରୁ ହଟାଇବାକୁ ତାଲିବାନ୍‌ ଆତଙ୍କବାଦୀ ଫାଙ୍କା ଗୁଳିଚାଳନା କରିବା ସହ ସମ୍ମୁଖରେ ବନ୍ଧୁକ ଦେଖାଇ ଧମକାଉଛନ୍ତି। କେତେଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି ପାଇଁ ଉଦ୍ୟମ ମଧ୍ୟ ଚଳାଇଛନ୍ତି। ବୁଧବାର ଜଣେ ମହିଳା ଆତଙ୍କବାଦୀଙ୍କ ସମ୍ମୁଖରେ ନିର୍ଭୀକତାର ସହ ଆଖିରେ ଆଖି ମିଶାଇ ଛିଡ଼ା ହୋଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅନ୍ୟପକ୍ଷେ ସମୃଦ୍ଧ ସମାଜ ଗଠନ ପରିବର୍ତ୍ତେ ତାଲିବାନ୍‌ ଏକ ନକାରାତ୍ମକ ବାର୍ତ୍ତା ଦେଇଛି ବୋଲି ଜାତିସଂଘ ମହିଳା ଏଜେନ୍ସି ମୁଖ୍ୟ ପ୍ରମିଳା ପାଟେନ୍‌ କହିଛନ୍ତି।

ମହିଳାଙ୍କ ଅଧିକାର ଥିବା ଶରିଆ ଆଇନ ଲାଗୁ କରୁ ତାଲିବାନ୍‌

ତାଲିବାନ୍‌ ଏବେ ଏକ ବାସ୍ତବତା। ସେମାନଙ୍କ ପୂର୍ବ ଛବି ମାନବାଧିକାର ବିରୋଧୀ ଥିଲା ବୋଲି ସ୍ବୀକାର କରନ୍ତୁ। ଆଫଗାନିସ୍ତାନରେ ଶାସନ କରିବାକୁ ଚାହୁଁଥିଲେ ସେମାନେ ମହିଳାଙ୍କ ଅଧିକାର ଅନ୍ତର୍ଭୂକ୍ତ ଥିବା ପ୍ରକୃତ ଶରିଆ ଆଇନ ଲାଗୁ କରନ୍ତୁ। ଏହା ଦ୍ୱାରା ହିଁ ତାଲିବାନ୍‌କୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିପାରିବ। ୯୦ ଦଶକର ଶୈଳୀକୁ ତାଲିବାନ୍‌ ଫେରିଲେ ସମଗ୍ର ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁଲ୍‌ଗାମର ଏକ ଜନସମାବେଶରେ ଭାଷଣ ଦେଇ ବୋଲି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି କହିଛନ୍ତି।

କ୍ଷମା ମାଗିଲେ ଅଶ୍ରଫ୍‌ ଗନି

ଅଗଷ୍ଟ ୧୫ରେ ତାଲିବାନ୍‌ ଅପ୍ରତ୍ୟାଶିତ ଭାବେ କାବୁଲ ସହରରେ ପ୍ରବେଶ କରିଥିଲା। ରାଜଧାନୀର ୬୦ ଲକ୍ଷ ଲୋକଙ୍କୁ ରକ୍ଷା କରିବା ପାଇଁ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲି। ପଳାୟନ ମୋ ଜୀବନର ସବୁଠୁ କଠିନ ନିଷ୍ପତ୍ତି ହୋଇଥିଲେ ହେଁ ତାଲିବାନୀଙ୍କ ବନ୍ଧୁକକୁ ନୀରବ କରାଇବା ପାଇଁ ଏହା ଏକମାତ୍ର ପନ୍ଥା ଥିଲା। ଦେଶରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବାରେ ବିଫଳ ହୋଇଥିବାରୁ ମୁଁ ଆଫଗାନିସ୍ତାନବାସୀଙ୍କୁ କ୍ଷମା ମାଗୁଛି ବୋଲି ୟୁଏଇ ପଳାୟନ କରିଥିବା କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ବୁଧବାର ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?