ପୁରୁଷଙ୍କ ତୁଳନାରେ ମହିଳା ଶ୍ରମିକଙ୍କୁ ଉଚିତ ମୂଲ୍ୟ ମିଳୁନି

ମହାକାଳପଡ଼ା,୧ା୫(ଡି.ଏନ୍‌.ଏ.): ମେ’ ୧ ତାରିଖକୁ ଶ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହା ୧୮୮୬ ମସିହାରୁ ବିଶ୍ୱର ୮୦ଟି ଦେଶରେ ପାଳନ ହୋଇଆସୁଛି। ଏହି ଶ୍ରମ ଦିବସ ପାଳନ କରିବାର ମୁଖ୍ୟ ତାତ୍ପର୍ଯ୍ୟ ହେଲା ଶ୍ରମିକମାନଙ୍କର ହକ୍‌ ଅଧିକାର, ଅଂଶଗ୍ରହଣ ଓ ଭୂମିକାକୁ ଗୁରୁତ୍ୱ ଦିଆଯାଏ। ବିଶ୍ୱର ଅର୍ଥନୈତିକ କ୍ଷେତ୍ରରେ ଶ୍ରମିକମାନଙ୍କର ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବୋଲି କୁହାଯାଏ। ସେହିପରି ଏହି ଦିବସରେ ଶ୍ରମିକମାନେ ସେମାନଙ୍କର ନ୍ୟାଯ୍ୟ ଦାବି ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଘୋଷଣା କରାଯାଏ। ସାମ୍ପ୍ରତିକ ସମାଜରେ ପୁରୁଷ ଶ୍ରମିକଙ୍କୁ ଉପଯୁକ୍ତ ପ୍ରାପ୍ୟ ବା ମଜୁରି ମିଳୁଥିବାବେଳେ ସେହି ତୁଳନାରେ ମହିଳା ଶ୍ରମିକଙ୍କ କ୍ଷେତ୍ରରେ ଅସମାନତା ଦେଖାଯାଏ।
ଅପରପକ୍ଷରେ ବିଶେଷକରି ମହିଳା ଓ ପୁରୁଷ ଶ୍ରମିକମାନେ ଗଁାଗୁଡ଼ିକରେ କାମ ଧନ୍ଦା ନ ପାଇ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ଦଲାଲମାନଙ୍କ ଦ୍ୱାରା ବହୁ ସମୟରେ ଶୋଷଣ ହେଉଥିବା ନଜିର ରହିଛି। କେତେବେଳେ ବକେୟା ପାଉଣା ପାଇଁ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥା’ନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଅଧ୍ୟୁଷିତ ସ୍ଥାନରେ ଶ୍ରମିକମାନେ ନିରକ୍ଷର ହୋଇଥିବାରୁ ବହୁ ସମୟରେ ଶୋଷଣର ଶିକାର ହୋଇଥା’ନ୍ତି। ଦଲାଲମାନେ ଠିକାଦାରମାନଙ୍କଠାରୁ ଉଚିତ ମୂଲ୍ୟ ଆଣି ସେମାନଙ୍କୁ ସ୍ବଳ୍ପ ମଜୁରି ଦେଇଥା’ନ୍ତି। ଏହି ଅଞ୍ଚଳରେ ବହୁସଂଖାରେ କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଶ୍ରମିକ ରହିଥିବା ବେଳେ ସଚେତନତା ଅଭାବରୁ ଜିଲା ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ କରିବାରେ ବହୁ ବାଦ୍‌ ପଡ଼ୁଛନ୍ତି। ସେମାନଙ୍କୁ ପ୍ରଲୋଭନ ଦେଖାଇ ଗ୍ରାମାଞ୍ଚଳରେ ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଶ୍ରମ ଜବ୍‌କାର୍ଡ କରେଇ ଦେବାକୁ କହି ଶତାଧିକ ଟଙ୍କା ଲୁଟୁଥିବା ନେଇ ବିଗତ ଦିନରେ ନଜିର ରହିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ସଚେତନ କରାଇବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି। ବ୍ଲକର ଅନେକ ଶ୍ରମିକ ଦେଶ ବିଦେଶର ବିଭିନ୍ନ ଶିଳ୍ପ କାରଖାନାରେ କାର୍ଯ୍ୟ କରୁଛନ୍ତି। ବହୁ ସମୟରେ ଶ୍ରମିକଙ୍କ ଜୀବନ ଚାଲି ଯାଉଥିଲେ ମଧ୍ୟ ସେମାନଙ୍କ ମୃତଦେହ ଭିଟାମାଟିରେ ପହଞ୍ଚତ୍ବା ସମ୍ଭବ ହୋଇ ନ ଥାଏ। ଫଳରେ ଶ୍ରମିକମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିବା ସହ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଥା’ନ୍ତି ବୋଲି ଅଭିଯୋଗ ହେଉଛି। ସେହିପରି ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କାମ ଧନ୍ଦା ଅଭାବରୁ ବାଧ୍ୟ ହୋଇ ଶ୍ରମିକମାନେ ଦେଶ ବିଦେଶ ଯାଉଥିବା ଅଭିଯୋଗ ହେଉଛି। ଏଠି ଶ୍ରମିକମାନଙ୍କ କାମ ମେଶିନ ମୁଣ୍ଡାଉଛି ବୋଲି ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?