Posted inଜାତୀୟ

‘କେବେ ଭାବିଛନ୍ତି କି ମୋଦି ଜୀ କାହିଁକି ୧୦ ବର୍ଷ ଅପେକ୍ଷା କରିଥିଲେ …’ ମହିଳା ସଂରକ୍ଷଣ ବିଲ୍‌ ଉପରେ କହିଲେ କପିଲ ସିବଲ

ନୂଆଦିଲ୍ଲୀ,୧୯।୯: ମହିଳା ସଂରକ୍ଷଣ ବିଲ୍‌ ଉପରେ ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଓକିଲ କପିଲ ସିବଲ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଯେତେବେଳେ ସମସ୍ତ ଦଳ ଏହି ବିଲ୍‌କୁ ସମର୍ଥନ କରୁଥିଲେ, ସେତେବେଳେ ୧୦ ବର୍ଷ ଅପେକ୍ଷା କରିବାର ଆବଶ୍ୟକତା କ’ଣ ଥିଲା? ସିବଲ କହିଛନ୍ତି, ୨୦୨୪ ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ବୁଧବାର ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X ’ରେ ପୋଷ୍ଟ କରିଥିଲେ ଯେ, ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ ଅନୁମୋଦନ କରିଛି। ତେବେ ସେ ଏକ ଘଣ୍ଟା ମଧ୍ୟରେ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ସୋମବାର ସାରେ ୯୦ ମିନିଟ ଧରି ଚାଲିଥିବା କ୍ୟାବିନେଟ୍‌ ବୈଠକ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇନାହିଁ। କିନ୍ତୁ ଆଲୋଚନା ଜୋରଦାର ହେଉଛି ଯେ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି।

ଏଥି ସହିତ ପୂର୍ବତନ କଂଗ୍ରେସ ନେତା କପିଲ ସିବଲ ‘X ’ରେ ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ ହେଉଛି କି ମହିଳା ସଂରକ୍ଷଣ ବିଲ୍‌କୁ ଆଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ୧୦ ବର୍ଷ କାହିଁକି ଅପେକ୍ଷା କରିଥିଲେ। ବୋଧହୁଏ ୨୦୨୪ ଏହାର କାରଣ ଅଟେ। କିନ୍ତୁ ଯଦି ସରକାର ଓବିସି ମହିଳାଙ୍କୁ କୋଟା ପ୍ରଦାନ କରୁନାହାଁନ୍ତି, ତେବେ ୨୦୨୪ରେ ଭାଜପା ମଧ୍ୟ ୟୁପିରେ ହାରିପାରେ। ଟିକେ ଏହା ବିଷୟରେ ଚିନ୍ତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍‌କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…

ଦିଲ୍ଲୀର ପ୍ଲେଅଫ୍‌ ଆଶା ଉଜ୍ଜୀବିତ

ଦିଲ୍ଲୀ,୧୭ା୫: ଆଇପିଏଲର ଏକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ୧୨ ପଏଣ୍ଟ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri