ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି

ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା ବ୍ଲକ୍‌ ଦଲ୍‌କି ପଞ୍ଚାୟତ କୁରେବଗା ଗ୍ରାମର ମହିଳା ଏକାଠି ହୋଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।
ବେଦାନ୍ତ କମ୍ପାନୀରୁ ନିର୍ଗତ ପାଉଁଶ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଡମ୍ପିଂ କରାଯାଉଛି। ଯଦି ଏଭଳି ଚାଲୁରହିବ ତେବେ ବର୍ଷ କେଇଟା ପରେ ଜିଲା ପାଉଁଶ ପାହାଡ଼ର ସ୍ତୂପ ପାଲଟିବ ବୋଲି ପରିବେଶବିତ୍‌ ପୂର୍ବାନୁମାନ କଲେଣି ା ଏଥିରେ ଜଙ୍ଗଲ, ଚାଷଜମି, ଗୋଚର ଜମି, ନଦୀନାଳ, କଟା, ବନ୍ଧ ଓ ପୋଖରୀ ଆଦି ପ୍ରଭାବିତ ହେବାରେ ଲାଗିଛି। ଏହି ପାଉଁଶ ଗୁଣ୍ଡ ପବନରେ ଉଡି ବାୟୁମଣ୍ଡଳ ପ୍ରଦୂଷିତ କରୁଛି। ଜୀବଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏଥିରେ ଜିଲାବାସୀ ଅତିଷ୍ଠ ହୋଇ ଜିଲା ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏ ନେଇ ଜିଲାର ବିଭିନ୍ନ ସ୍ଥାନରେ ଲୋକେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏଭଳି ସ୍ଥିତି ଦଲ୍‌କି ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର କୁମୁଡାପାଲି ଓ କୁରେବଗା ଗ୍ରାମ ମଝିରେ ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ହେଉଛି। ଏହି ଅଞ୍ଚଳର କିଛିଅଂଶ ଝାରସୁଗୁଡ଼ା ବ୍ଲକ୍‌ରେ ଆସୁଥିବାବେଳେ ଆଉ କିଛିଅଂଶ ଝାରସୁଗୁଡ଼ା ପୌରାଞ୍ଚଳରେ ଆସୁଛି ା ଏହି ଡମ୍ପିଂ ପାଉଁଶ ଏବେ ବର୍ଷାପାଣିରେ ବୋହିଆସି କୁରେବଗା ଗ୍ରାମର ଏକ ପୋଖରୀରେ ମିଶୁଛି। ଫଳରେ ପୋଖରୀର ପାଣି ପ୍ରଦୂଷିତ ହେଉଛି ା କୁରେବଗା ଗ୍ରାମ ଓରାମପଡାରେ ଏକମାତ୍ର ଗଭୀର ନଳକୂପ ରହିଛି। ନଳକୂପରେ କୌଣସି ସମସ୍ୟା ଦେଖାଦେଲେ ପଡାବାସୀ ପୋଖରୀ ପାଣି ଉପରେ ନିର୍ଭର କରନ୍ତି। ଏପରି କି ଏହାକୁ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି। ପୋଖରୀ ପାଣି ବ୍ୟବହାର କରି ଲୋକେ ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଥିବା ପଡାବାସୀ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ପଡାର ଶତାଧିକ ମହିଳା ମଙ୍ଗଳବାର ପାଉଁଶ ଡମ୍ପିଂ ସ୍ଥଳକୁ ଆସି ଏହାକୁ ବିରୋଧ କରିଥିଲେ ା ଫଳରେ ପାଉଁଶ ଡମ୍ପିଂ ବନ୍ଦ ହୋଇଥିଲା ା ଆଗକୁ ଯଦି ଏହା ଜାରି ରହେ ତା’ହେଲେ ପଡାବାସୀ ଆନ୍ଦୋଳନକୁ ଜୋରଦାରକରି ଆଇନ ହାତକୁ ନେବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବେଦାନ୍ତ କମ୍ପାନୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶୁଭନାରାୟଣ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, କମ୍ପାନୀର ଯେଉଁ ପାଉଁଶ ବାହାରୁଛି ତାହାକୁ ଡମ୍ପିଂ ପାଇଁ ଠିକାଦାରଙ୍କୁ ଦିଆଯାଉଛି। ଠିକାଦାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇ ଡମ୍ପିଂ କରୁଛନ୍ତି। ଏଥିରେ କୌଣସି ବେଆଇନ କାର୍ଯ୍ୟ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri