ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି

ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା ବ୍ଲକ୍‌ ଦଲ୍‌କି ପଞ୍ଚାୟତ କୁରେବଗା ଗ୍ରାମର ମହିଳା ଏକାଠି ହୋଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।
ବେଦାନ୍ତ କମ୍ପାନୀରୁ ନିର୍ଗତ ପାଉଁଶ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଡମ୍ପିଂ କରାଯାଉଛି। ଯଦି ଏଭଳି ଚାଲୁରହିବ ତେବେ ବର୍ଷ କେଇଟା ପରେ ଜିଲା ପାଉଁଶ ପାହାଡ଼ର ସ୍ତୂପ ପାଲଟିବ ବୋଲି ପରିବେଶବିତ୍‌ ପୂର୍ବାନୁମାନ କଲେଣି ା ଏଥିରେ ଜଙ୍ଗଲ, ଚାଷଜମି, ଗୋଚର ଜମି, ନଦୀନାଳ, କଟା, ବନ୍ଧ ଓ ପୋଖରୀ ଆଦି ପ୍ରଭାବିତ ହେବାରେ ଲାଗିଛି। ଏହି ପାଉଁଶ ଗୁଣ୍ଡ ପବନରେ ଉଡି ବାୟୁମଣ୍ଡଳ ପ୍ରଦୂଷିତ କରୁଛି। ଜୀବଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏଥିରେ ଜିଲାବାସୀ ଅତିଷ୍ଠ ହୋଇ ଜିଲା ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏ ନେଇ ଜିଲାର ବିଭିନ୍ନ ସ୍ଥାନରେ ଲୋକେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏଭଳି ସ୍ଥିତି ଦଲ୍‌କି ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର କୁମୁଡାପାଲି ଓ କୁରେବଗା ଗ୍ରାମ ମଝିରେ ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ହେଉଛି। ଏହି ଅଞ୍ଚଳର କିଛିଅଂଶ ଝାରସୁଗୁଡ଼ା ବ୍ଲକ୍‌ରେ ଆସୁଥିବାବେଳେ ଆଉ କିଛିଅଂଶ ଝାରସୁଗୁଡ଼ା ପୌରାଞ୍ଚଳରେ ଆସୁଛି ା ଏହି ଡମ୍ପିଂ ପାଉଁଶ ଏବେ ବର୍ଷାପାଣିରେ ବୋହିଆସି କୁରେବଗା ଗ୍ରାମର ଏକ ପୋଖରୀରେ ମିଶୁଛି। ଫଳରେ ପୋଖରୀର ପାଣି ପ୍ରଦୂଷିତ ହେଉଛି ା କୁରେବଗା ଗ୍ରାମ ଓରାମପଡାରେ ଏକମାତ୍ର ଗଭୀର ନଳକୂପ ରହିଛି। ନଳକୂପରେ କୌଣସି ସମସ୍ୟା ଦେଖାଦେଲେ ପଡାବାସୀ ପୋଖରୀ ପାଣି ଉପରେ ନିର୍ଭର କରନ୍ତି। ଏପରି କି ଏହାକୁ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି। ପୋଖରୀ ପାଣି ବ୍ୟବହାର କରି ଲୋକେ ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଥିବା ପଡାବାସୀ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ପଡାର ଶତାଧିକ ମହିଳା ମଙ୍ଗଳବାର ପାଉଁଶ ଡମ୍ପିଂ ସ୍ଥଳକୁ ଆସି ଏହାକୁ ବିରୋଧ କରିଥିଲେ ା ଫଳରେ ପାଉଁଶ ଡମ୍ପିଂ ବନ୍ଦ ହୋଇଥିଲା ା ଆଗକୁ ଯଦି ଏହା ଜାରି ରହେ ତା’ହେଲେ ପଡାବାସୀ ଆନ୍ଦୋଳନକୁ ଜୋରଦାରକରି ଆଇନ ହାତକୁ ନେବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବେଦାନ୍ତ କମ୍ପାନୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶୁଭନାରାୟଣ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, କମ୍ପାନୀର ଯେଉଁ ପାଉଁଶ ବାହାରୁଛି ତାହାକୁ ଡମ୍ପିଂ ପାଇଁ ଠିକାଦାରଙ୍କୁ ଦିଆଯାଉଛି। ଠିକାଦାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇ ଡମ୍ପିଂ କରୁଛନ୍ତି। ଏଥିରେ କୌଣସି ବେଆଇନ କାର୍ଯ୍ୟ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri