Posted inଫୁରସତ

ଅଜବ ପରମ୍ପରା: ଜୀବନରେ ମାତ୍ର ଥରୁଟିଏ ଗାଧାନ୍ତି ଏହି ଜାତିର ମହିଳା, ଜାଣନ୍ତୁ କାହିଁକି

ୱିଣ୍ଡ୍‌ହୋକ୍‌: ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତେବେ ସମ୍ପ୍ରତି ଆଧୁନିକ ଯୁଗରେ ଅନେକ ପରମ୍ପରା ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଏହାସତ୍ତ୍ବେ ବିଶ୍ବର ବିଭିନ୍ନ ଦେଶରେ ରହିଥିବା ଜନଜାତୀୟ ସମାଜଗୁଡ଼ିକ ଏବେ ମଧ୍ୟ ନିଜର ପ୍ରାଚୀନ ପରମ୍ପରାକୁ ବଜାୟ ରଖିଛନ୍ତି।
ଆଫ୍ରିକୀୟ ଦେଶ ନାମିବ୍ୟାର ଉତ୍ତରଭାଗରେ ବହୁମାତ୍ରାରେ ହିମ୍ବା ଜନଜାତିର ଲୋକେ ବାସ କରନ୍ତି। ଏହି ଜନଜାତିର ମହିଳାମାନେ ହଜାରେ ବର୍ଷ ତଳର ଏକ ପୁରୁଣା ତଥା ନିଆରା ପରମ୍ପରାକୁ ଏବେ ମଧ୍ୟ ପାଳନ କରୁଛନ୍ତି। ଏହି ଜାତିର ମହିଳାମାନେ ଜୀବନରେ କେବଳ ଥରୁଟିଏ ସ୍ନାନ କରନ୍ତି। କେବଳ ବିବାହ କରୁଥିବା ଦିନ ହିଁ ସ୍ନାନ କରିବାକୁ ସେମାନଙ୍କୁ ଅନୁମତି ମିଳିଥାଏ। ଏହାବ୍ୟତୀତ ଜଳର ବ୍ୟବହାର କରି ଗାଧୋଇବାକୁ ସେମାନଙ୍କୁ ବାରଣ କରାଯାଇଥାଏ। ଏହାସତ୍ତ୍ବେ ଏହି ମହିଳାମାନଙ୍କ ଶରୀର ସବୁବେଳେ ପରିଷ୍କାର ରହିଥାଏ। ଏଥିପାଇଁ ହିମ୍ବା ଜନଜାତିର ମହିଳାମାନେ ଏକ ବିଶେଷ ପ୍ରକାରର ସ୍ନାନ କରିଥାନ୍ତି, ଯାହାକୁ ଧୂଆଁସ୍ନାନ ବୋଲି କୁହାଯାଏ।
ହିମ୍ବା ଜନଜାତିର ମହିଳାମାନେ ଜଳ ପରିବର୍ତ୍ତେ ଅନ୍ୟ ପ୍ରାକୃତିକ ଉପାୟରେ ନିଜ ଶରୀରକୁ ସଫା ରଖିଥାନ୍ତି। ସେମାନେ ପ୍ରଥମେ ସ୍ବତନ୍ତ୍ର ଔଷଧୀୟ ଜଡ଼ିବୁଟିଗୁଡ଼ିକୁ ପାଣିରେ ଫୁଟାଇଥାନ୍ତି ଏବଂ ଏଥିରୁ ବାହାରୁଥିବା ବାଷ୍ପ ଦ୍ୱାରା ନିଜ ଶରୀରକୁ ସଫା ରଖନ୍ତି। ଏହି କାରଣରୁ ସେମାନଙ୍କ ଶରୀର କେବେ ମଧ୍ୟ ଅପରିଷ୍କାର ରୁହେନାହିଁ। ମହିଳାମାନେ ବାଷ୍ପସ୍ନାନ କରିବା ଦ୍ୱାରା ଏଠାରେ ବହୁମାତ୍ରାରେ ଜଳ ସଞ୍ଚୟ ହୋଇଥାଏ। ସେହିପରି ଏହି ଜନଜାତିର ମହିଳାମାନେ ସୂର୍ଯ୍ୟକିରଣରୁ ନିଜ ଚର୍ମକୁ ରକ୍ଷା କରିବା ପାଇଁ ଏକ ସ୍ବତନ୍ତ୍ର ଲୋଶନ ପ୍ରୟୋଗ କରିଥାନ୍ତି। ଉକ୍ତ ଲୋଶନ ପ୍ରାଣୀ ଚର୍ବି ଏବଂ ସ୍ବତନ୍ତ୍ର ମିନେରାଲ ହେମାଟାଇଟ୍‌ରୁ ପ୍ରସ୍ତୁତ ହୋଇଥାଏ। ପିଢ଼ି ପରେ ପିଢ଼ି ଏହି ଜନଜାତିରେ ମହିଳାଙ୍କ ପାଣି ବଦଳରେ ଧୂଆଁରେ ଗାଧୋଇବାର ପରମ୍ପରା ଚାଲିଆସୁଛି। ନାମିବ୍ୟା ପରି ମରୁଭୂମି ଜଳବାୟୁରେ ଜଳ ସଂରକ୍ଷଣ ପାଇଁ ଏହି ପରମ୍ପରା ଅତ୍ୟନ୍ତ ଉପଯୋଗୀ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଉତ୍ତର ନାମିବ୍ୟାରେ ହିମ୍ବା ଜନଜାତିର ମୋଟ୍‌ ଜନସଂଖ୍ୟା ପ୍ରାୟ ୫୦ ହଜାର। ଏହି ଜନଜାତି ଲୋକମାନଙ୍କର ପରିବେଶ ସହ ବିଶେଷ ସମ୍ପର୍କ ରହିଛି। ସେମାନେ ପରିବେଶକୁ ପୂଜା କରନ୍ତି। ଶିକାର ବ୍ୟତୀତ ହିମ୍ବା ଜନଜାତିର ଲୋକମାନେ କୃଷି ଏବଂ ପଶୁପାଳନ କରି ଜୀବିକା ନିର୍ବାହ କରନ୍ତି। ସେହିପରି ଏହି ଜନଜାତିର ଲୋକମାନେ ନିଜ ଲାଲ୍‌ରଙ୍ଗର ଚର୍ମ, ପିନ୍ଧୁଥିବା ଅନନ୍ୟ ଅଳଙ୍କାର ତଥା ଦୃଢ଼ ସାଂସ୍କୃତିକ ପରମ୍ପରା ଏବଂ ବିଶ୍ୱାସ ପାଇଁ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କେଟିଂ କରୁଛି ବୁଲ୍‌ଡଗ୍‌

କିଛି ପେଟ୍‌ ଅଜବ ଟ୍ରିକ୍‌ସବୁ କରି ଭାଇରାଲ ହେଉଥିବା ସୋସିଆଲ ମିଡିଆରେ ଦେଖିଥିବେ। ସେମାନଙ୍କର ସେହି ଟ୍ରିକ୍‌ସବୁ ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ, ଆମେ ମଣିଷ...

ମଶାଠୁ ରକ୍ଷା କରିବ କଙ୍କି ପେଣ୍ଡାଣ୍ଟ

ଏହି କଙ୍କିକୁ ଦେଖି ଇଛା ହେଉଛି କି ପିଲାଦିନେ ଯେମିତି ଲୁଚି ଲୁଚି ଧରୁଥିଲେ ସେମିତି ଧରିବାକୁ? ତେବେ ପ୍ରକୃତ କଥା ହେଉଛି ଏହା କଙ୍କି...

ମୁସଲିମ ଦେଶ ବାଂଲାଦେଶରେ ଦେହ ବେପାର ଉପରେ ନାହିଁ କୌଣସି ପ୍ରତିବନ୍ଧକ, ପ୍ରାୟ ୨ଲକ୍ଷ ମହିଳା କରୁଛନ୍ତି…

ଢାକା,୨୩।୩: ଦେହ ବେପାରକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି କୁହାଯାଏ। ଏପରି ଏକ ବୃତ୍ତି ଯାହା କେବେ ଶେଷ ହୋଇପାରିବ ନାହିଁ। ଟଙ୍କା ପାଇଁ...

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ...

ସ୍ମରଣ ଶକ୍ତି ବଢାଇବେ କିପରି…

ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏହି ଖାଦ୍ୟ ବ୍ୟକ୍ତିଙ୍କୁ ନୀରୋଗ ରଖିବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ...

ଚର୍ଚ୍ଚାରେ ଡାଏମଣ୍ଡ ପ୍ଲାନେଟ୍‌, ସୌରଜଗତର ଏହି ଗ୍ରହରେ ରହିଛି ହୀରାର ଭଣ୍ଡାର

ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଜିନିଷ କଥା ଆସେ, ହୀରା ନାମ ନିଶ୍ଚିତ ଭାବରେ ନିଆଯାଇଥାଏ। ବିଶେଷକରି ମହିଳାମାନେ, ସୁନାରୂପା କିଣିଥିଲେ ବି ହୀରା ହାର...

ପାଣିପାଗ ବିଶେଷଜ୍ଞ କେମିତି କରନ୍ତି ପୂର୍ବାନୁମାନ? ବର୍ଷା-ଖରା-ଶୀତ ହେବା ନେଇ କେମିତି ଜଣାପଡେ

ଆମେ ପ୍ରାୟତଃ ଖବରରେ ପଢ଼ିଥାଉ ଯେ କୌଣସି ସ୍ଥାନରେ ପ୍ରବଳ ବର୍ଷା ହେବ କିମ୍ବା ଏହି ସ୍ଥାନରେ ତୁଷାରପାତ ହେବ କିମ୍ବା ଶୀତ ଲହରୀ ଆସିବ।...

ପାକିସ୍ତାନ ଉପରେ ପ୍ରଥମଥର କେବେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ: ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ୧୯୪୭ ମସିହାରେ ଭାରତରୁ ଅଲଗା ହେବା ପରେ ପାକିସ୍ତାନ ଏକ ନୂତନ ଦେଶ ହୋଇଥିଲା। ସେବେଠାରୁ, ଉଭୟ ଦେଶ ପରସ୍ପରର ଶତ୍ରୁ ହୋଇ ରହିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri