ଗୁଣିଗାରେଡ଼ି ସନ୍ଦେହରେ ବଡ଼ମା’ଙ୍କୁ ହାଣି ଦେଲେ

ପଟ୍ଟାଙ୍ଗୀ,୬ା୧୨(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କାକିପାଡୁ ଗ୍ରାମରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ିି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ବଡ଼ମା’ଙ୍କୁ ହତ୍ୟା କରିଛନ୍ତି। ଘଟଣା ପରେ ସେ ପରିବାର ସହ ଫେରାର ହୋଇଯାଇଛନ୍ତି। ଖବରରୁ ଜଣାପଡିଛି ଦିଶାରି ଧନଙ୍କ ସ୍ତ୍ରୀ ତୁଳସା ଗୁଣିଗାରେଡି କରୁଥିବା ନେଇ ତାଙ୍କ ପୁତୁରା ଦିଶାରି ସୁନ୍ଧ ତାଙ୍କୁ ସନ୍ଦେହ କରି ଆସୁଥିଲେ। ଏଥିପାଇଁ ବଡ଼ମା’ଙ୍କ ସହ ତାଙ୍କର ଅନେକଥର ଗଣ୍ଡଗୋଳ ହୋଇଛି। ଉଭୟ ପରିବାର ତୁଳସା ଓ ସୁନ୍ଧଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ନିକଟରେ ତୁଳସା ସୁନ୍ଧଙ୍କୁ ତୋର ବାପାକୁ ଯେମିତି ମାରିଥିଲି ତତେ ମଧ୍ୟ ସେମିତି ମାରିଦେବି ବୋଲି ଧମକ ଦେଇଥିଲେ। ଏହାକୁ ନେଇ ସୁନ୍ଧ ତୁଳସାଙ୍କ ଉପରେ ରାଗ ରଖିଥିଲେ। ସୋମବାର ତୁଳସା ଘର ନିକଟସ୍ଥ ପାଇପରୁ ପାଣି ସଂଗ୍ରହ କରୁଥିବା ବେଳେ ସୁନ୍ଧଙ୍କୁ ଦେଇଥିବା ପୂର୍ବ ଧମକଚମକକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସୁନ୍ଧ ହାତରେ ଧରିଥିବା ଏକ ଧାରୁଆ ଅସ୍ତ୍ରରେ ତୁଳସାଙ୍କ ବେକକୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସୁନାବେଡା ଏସ୍‌ଡିପିଓ ମନୋଜ ବେହେରା ପୋଲିସ ଟିମ୍‌ ସହ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ: ତଥ୍ୟ ସଂଗ୍ରହ କରିବେ ୧୦୦୦୦ ଏନଏସଏସ ଛାତ୍ରୀ

ଭଞ୍ଜନଗର,୧୩/୭(ବାବୁଲା ପ୍ରଧାନ)- ପୋଷଣ ଅଭିଯାନ ଅବସରରେ ବର୍ତ୍ତମାନ ଓଜନ ଉତ୍ସବ ରାଜ୍ୟରେ ଚାଲିଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଓଜନ ଉତ୍ସବ ପ୍ରଥମ ପର୍ଯ୍ୟାୟ…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri