ଚାକିରି କ୍ଷେତ୍ରରେ ନାରୀ

ଡ. ମୌସୁମୀ ପରିଡ଼ା

ଭାରତ ପରି ପୁରୁଷପ୍ରଧାନ ଦେଶରେ ଯୁଗଯୁଗ ଧରି ନାରୀ ବହୁମୁଖୀ ସମସ୍ୟାରେ ପୀଡ଼ିତା ହୋଇଆସିଛି। ଏକବିଂଶ ଶତାବ୍ଦୀରେ କର୍ମଜୀବୀ ନାରୀଟିଏ ଯେତେ ନିପୁଣା ହେଲେ ମଧ୍ୟ ହୀନମନ୍ୟତାର ଶିକାର ହେଉଛି। ଦେଶର ଅଗ୍ରଗତିରେ ନାରୀର ଭୂମିକା ବହୁତ ଅଥଚ ସେ ହିଁ ଉପେକ୍ଷିତା। କହିବାବାହୁଲ୍ୟ ନାରୀର ସାମାଜିକ ଅଭିବୃଦ୍ଧି, ପ୍ରତିଷ୍ଠା, ସମ୍ମାନ ଓ କ୍ଷମତାକୁ ବିଭିନ୍ନ ସମୟରେ ଗୌଣ କରିଦିଆଯାଇଛି। ପରିବାର, ଚାକିରିକ୍ଷେତ୍ର ଓ ସମାଜରେ ଆଜିମଧ୍ୟ ସେ ବିଦ୍ୱେଷର ସମ୍ମୁଖୀନା। ପୁରୁଷର ସାମର୍ଥ୍ୟ ସହିତ ସମକକ୍ଷ ହେବାର କ୍ଷମତା ରଖିଥିବା ମହିଳାମାନେ ଲୋକଲଜ୍ଜା ଭୟରେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇ ମଧ୍ୟ ନୀରବ ରହୁଛନ୍ତି। କେବେ ଉପରିସ୍ଥ ଅଫିସର ତ କେବେ ସହକର୍ମୀମାନଙ୍କ ଅସହିଷ୍ଣୁତା ତା’ ଜୀବନଯାତ୍ରାରେ ସଦାସର୍ବଦା ଅନ୍ତରାୟ ସୃଷ୍ଟି କରିଆସିଛି।
ଆକାଶରେ ଉଡ଼ିବାଠାରୁ ଆରମ୍ଭ କରି ପାଠଶାଠ, ରାଜନୀତି ସବୁଠାରେ ସେ ନିଜକୁ ପ୍ରମାଣିତ କରିଆସିଥିଲେ ମଧ୍ୟ ପରିବାର ଓ କାର୍ଯ୍ୟସ୍ଥଳୀରେ ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇବାର ସଂଘର୍ଷ ଭିତରେ ସେ ନିଜ ଆମତ୍ବିଶ୍ୱାସ ହରାଉଛି। ସହକର୍ମୀମାନଙ୍କ ଦୁର୍ବ୍ୟବହାର, ହୀନମନ୍ୟତା ପାଇଁ କର୍ମଜୀବୀ ମହିଳାମାନେ ମାନସିକ ଚାପଗ୍ରସ୍ତ ହୋଇ ଚାକିରି ଛାଡ଼ୁଛନ୍ତି ନ ହେଲେ ଆମତ୍ହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ପରିସଂଖ୍ୟାନରୁ ଜଣାଯାଇଛି ଯେ, ପ୍ରାଇଭେଟ୍‌ ସଂସ୍ଥାନରେ ଉପରିସ୍ଥ ଅଫିସରଙ୍କ ଦୁର୍ବ୍ୟବହାର ଓ କୁଶାସନ ପାଇଁ କର୍ମଜୀବୀମାନେ ଚାକିରି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଜାଣନ୍ତି ଅଭିଯୋଗ କଲେ ମଧ୍ୟ ସେସବୁରୁ ନିସ୍ତାର ମିଳିବ ନାହିଁ। ହୁଏତ ନୂଆ ପ୍ରକାରର ପ୍ରତିଶୋଧ ନିଆଯିବ। ଓଡ଼ିଆରେ ଢଗଟିଏ ଅଛି- ବାଡ଼ ଯଦି ଫସଲ ଖାଏ… ତେବେ କାହାକୁ କହିବା। ଉପରିସ୍ଥ ଅଫିସର ଯଦି ସହକର୍ମୀଙ୍କ ବାଧକ ସାଜନ୍ତି କିମ୍ବା ବିଭିନ୍ନ ଆଳରେ ମାନସିକ ନିର୍ଯାତନା ଦିଅନ୍ତି, ତେବେ ଅଭିଯୋଗ କଲେ ଚାକିରି ପ୍ରତି ବିପଦ ଆସିପାରେ। ଖଚ ମିଛ କହି, କାଗଜରେ ଭୁଲ୍‌ ପ୍ରମାଣିତ କରି ଚାକିରିରୁ ବିଦା କରାଯାଇପାରେ। ଏଭଳି କ୍ଷେତ୍ରରେ ଯଦି ସାମ୍ନା ଲୋକଟି ମହିଳା ହୋଇଥାଏ, ତେବେ ପ୍ରତିକଥାରେ ସେ ମୁଣ୍ଡ ନୁଆଁଇବାକୁ ବାଧ୍ୟ। ବିଭିନ୍ନ ଭୟଭ୍ରାନ୍ତି ଦ୍ୱାରା ତାର ମାନସିକତାକୁ ସଙ୍କୁଚିତ କରିଦିଆଯାଏ। ଏମିତିରେ ଘର ପରିବାର ଓ କର୍ମସ୍ଥଳୀ ଚାପରେ ସେମାନେ ସ୍ବାଭାବିକ ଜୀବନଟେ ବଞ୍ଚତ୍ପାରନ୍ତି ନାହିଁ। ପୁନଶ୍ଚ କର୍ମକ୍ଷେତ୍ରରେ ଶୋଷଣର ଶିକାର ହେବା ଦ୍ୱାରା ସେମାନଙ୍କ ମାନସିକ ଓ ଶାରୀରିକ କ୍ଷମତା ଧରାଶାୟୀ ହୁଏ।
ନିର୍ଯାତନା ବିଭିନ୍ନ ପ୍ରକାରର, ଯାହା ଅନ୍ୟକୁ କ୍ଷତିଗ୍ରସ୍ତ କରାଏ। ଶାରୀରିକ (ଅନ୍ୟର ଶରୀରକୁ କ୍ଷତି ପହଞ୍ଚାଇବା), ମାନସିକ (କାହାକୁ ମାନସିକ ସ୍ତରରେ ନିର୍ବୋଧ ବା ମୂଲ୍ୟହୀନ ଦର୍ଶାଇ ଅପମାନିତ କରିବା), ମନସ୍ତାତ୍ତ୍ୱିକ (ଧମକଚମକରେ ଭୟଭୀତ କରିବା), ଧାର୍ମିକ (ଅନ୍ୟର ଧର୍ମୀୟ ଭାବନାକୁ ନିଜ ଇଚ୍ଛାରେ ଏପଟସେପଟ କରି ଆୟତ୍ତରେ ରଖିବା), ସାଂସ୍କୃତିକ (ସଂସ୍କୃତି ଓ ପରମ୍ପରାକୁ ଭିତ୍ତି କରି କ୍ଷତି ଘଟାଇବା), ମୌଖିକ (ଗାଳିମନ୍ଦ ଦ୍ୱାରା ଅପମାନିତ କରିବା), ଆର୍ଥିକ (ବିନା ଅନୁମତିରେ ଆର୍ଥିକ କ୍ଷତିର କାରଣ ବନିବା), ଅବହେଳାଜନିତ (ନିଜ କର୍ତ୍ତବ୍ୟରେ ଅବହେଳା) ଓ ଯୌନଭିତ୍ତିକ ଏଭଳି ନଅ ପ୍ରକାରର ନିର୍ଯାତନା ଭିତରୁ ମାନସିକ ନିର୍ଯାତନା ପ୍ରାୟତଃ ସବୁଠାରେ ଅଳ୍ପବେଶି ପରିଲକ୍ଷିତ। କଥାବାର୍ତ୍ତା, କାର୍ଯ୍ୟକଳାପ ବା ଅଙ୍ଗଭଙ୍ଗୀ ଦ୍ୱାରା ଗାଳି କରିବା, ଧମକାଇବା, ରଗାଇବା, ଅପମାନିତ କରିବା, ଭୟଭୀତ କରିବା, ଲଜ୍ଜିତ କରାଇବା, ଅସୁବିଧାରେ ପକାଇବା ଇତ୍ୟାଦି ମାନସିକ ନିର୍ଯାତନା ଅନ୍ତର୍ଭୁକ୍ତ। ଏଭଳି କ୍ଷେତ୍ରରେ ଯଦି ଜଣେ କର୍ମଜୀବୀ ନିଜକୁ ଅସୁରକ୍ଷିତ ମନେକରେ, ସେ ଅଭିଯୁକ୍ତଙ୍କ ବିରୋଧରେ ଆପରାଧିକ ମାମଲା ଦାଖଲ କରିପାରିବ। ଏଥିପାଇଁ ତିନିବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ରହିଛି।
କେରଳ ମହିଳା କମିଶନର ବିଭାଗୀୟ ମୁଖ୍ୟ ଏମ୍‌ସି ଯୋଶେଫାଇନ୍‌ଙ୍କ ମତରେ, ଏସ୍‌.ଇ.ଜେଡ୍‌. (ସ୍ପେଶାଲ ଇକୋନୋମିକ ଜୋନ୍‌) କୋଚିର ମହିଳା କର୍ମଚାରୀମାନେ ଶାରୀରିକ ଓ ମାନସିକ ନୃଶଂସତା ଭୋଗ କରୁଛନ୍ତି। କମିଶନ୍‌ କମ୍ପାନୀଗୁଡ଼ିକୁ ଯାଇ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଅବଗତ ହେବେ। ପ୍ରତ୍ୟେକଙ୍କ ଅଧିକାର ସମାନ, ସମାଜ ସମ୍ବିଧାନର ଏହି ନିୟମକୁ ସମ୍ମାନ ଦେବା ଉଚିତ୍‌। (ଇଣ୍ଡିଆନ୍‌ ଏକ୍ସପ୍ରେସ୍‌, ୧୨ ଡିସେମ୍ବର ୨୦୧୯)। କାନାଡ଼ାର ବୃତ୍ତିଗତ ସ୍ବାସ୍ଥ୍ୟ ଓ ନିରାପତ୍ତା ନିୟମାନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସ୍ବାସ୍ଥ୍ୟ ଓ ନିରାପତ୍ତା ସମ୍ବନ୍ଧୀୟ ସୂଚନା ପାଇବା ଆବଶ୍ୟକ। ଏହି ସମ୍ପର୍କିତ ଯେକୌଣସି ନିଷ୍ପତ୍ତିରେ ଅଂଶଗ୍ରହଣ କରିବା ଓ ଆବଶ୍ୟକ ସ୍ଥଳେ ନିଜ ହିତଦୃଷ୍ଟିରୁ ମନା କରିଦେବାର ମଧ୍ୟ ଅଧିକାର ରହିଛି।
ଭାରତୀୟ ଦଣ୍ଡସଂହିତା, ୧୮୬୦ ସ୍ପଷ୍ଟ ଭାବେ ଅଭିହିତ ନ କରିଥିଲେ ମଧ୍ୟ ହଇରାଣ ହରକତ କରିବା ମନୋଭାବକୁ ନିର୍ଯାତନା ନା ଶୋଷଣର ଆଖ୍ୟା ଦିଆଯାଇପାରେ। ଧାରା ୫୦୯ ଅନୁସାରେ କାର୍ଯ୍ୟଶୈଳୀ, କଥାବାର୍ତ୍ତା, ଅଙ୍ଗଭଙ୍ଗୀ ଯଦି ମହିଳାଟି ପ୍ରତି ଅଶାଳୀନ ହୋଇଥାଏ, ତେବେ ଏହାକୁ ମାନସିକ ନିର୍ଯାତନା ବୋଲି ଧରାନିଆଯାଏ। ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ଭାରତର ମହିଳାମାନେ ବିଶେଷ ସଚେତନ ନୁହନ୍ତି। ଉଚ୍ଚଶିକ୍ଷିତା ହୋଇ ମଧ୍ୟ ଲଜ୍ଜା, ଅପମାନ ଓ ପରିବାରର ସମ୍ମାନକୁ ଦୃଷ୍ଟିରେ ରଖି ଚୁପ୍‌ ରହନ୍ତି। ଚାକିରି ପାଇଁ ସାଲିସ୍‌ ଜରୁରୀ ଭାବି ସେମାନେ ନୀରବ ରହନ୍ତି ସିନା ନା ସ୍ବାଭିମାନ ବଜାୟ ରଖିପାରନ୍ତି ନା ମାନସିକ ଶାନ୍ତି। ଅନ୍ୟମାନଙ୍କ ଅହଂକାରରେ ନିଜ ସ୍ବାଭିମାନ ପେଷି ହେଉଥିଲେ ମଧ୍ୟ ସହିବାକୁ ବାଧ୍ୟ, ଯାହା ସମାଜ ପ୍ରତି ଶୁଭଙ୍କର ନୁହେଁ। ଶାରୀରିକ ଆବଶ୍ୟକତା ଦୃଷ୍ଟିରୁ ମହିଳାଙ୍କ ପାଇଁ କିଛି ଅବକାଶ ସମୟ ଜରୁରୀ। ସେଥିପାଇଁ ମହିଳାମାନଙ୍କୁ ଚାକିରିରେ ସମୟର ରିହାତି ମିଳୁ। ଫଳରେ ପରିବାରର ଶାନ୍ତି ବଜାୟ ରହିବା ସହିତ ସେମାନେ ଆନୁଷଙ୍ଗିକ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ। ମନୋବଳ ସହିତ ଆମତ୍ବିଶ୍ୱାସ ବୃଦ୍ଧି ପାଇବ। ଏକବିଂଶ ଶତାବ୍ଦୀରେ ନାରୀ ବେଶପୋଷାକ ଓ ବିଦ୍ୟାବୁଦ୍ଧିରେ ଯେତେ ନିପୁଣା ହେଲେ ମଧ୍ୟ କର୍ମକ୍ଷେତ୍ରରେ ସେ ଯେ ଚାପଗ୍ରସ୍ତା ଏକଥା ଅନସ୍ବୀକାର୍ଯ୍ୟ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?