ମୂଳ ଭାରତୀୟଙ୍କୁ ସମ୍ବିଧାନରେ ଉପେକ୍ଷା

ସହଦେବ ସାହୁ

ଆମ ସମ୍ବିଧାନର ପ୍ରଣେତାମାନଙ୍କ ଜନ୍ମ ସିନା ଭାରତରେ, ସମ୍ବିଧାନ ପ୍ରଣୟନ ବେଳେ ସେମାନଙ୍କ ମନ ଥିଲା ବିଲାତି (ଗୋରା) ସାହେବଙ୍କ ପରି! ଏମିତି କହିବାର ବେଳ ଆସିଯାଇଛି ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ। ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଥିବା ବେଳେ ଭାବିବାର ବେଳ ଆସିଛି – ବ୍ରିଟିଶ ରାଜତ୍ୱର ବିଷ କିପରି ଆମ ସମ୍ବିଧାନରେ ମିିଶିରହିଲା? କ’ଣ ଆମ ସ୍ବାଧୀନତା ସଂଗ୍ରାମୀମାନେ ବିଲାତି ଶିକ୍ଷାଦୀକ୍ଷାରେ ଏତେ ଉଦ୍‌ବୁଦ୍ଧ ହୋଇଯାଇଥିଲେ ଯେ ‘ଅଭାରତୀୟ’ ଚିନ୍ତାଧାରାକୁ ସମ୍ବିଧାନରେ ଭର୍ତ୍ତି କରିଦେଲେ? ସମ୍ବିଧାନର ୨୧ଶ ଅଧ୍ୟାୟ (ପାର୍ଟ ଏକ୍ସଏକ୍ସଆଇ) ସବୁ ବ୍ରିଟିଶ ଅମଳୀୟ ଆଇନକୁ ଚାଲୁ ରଖିଲା। ‘ଟେମ୍ପରାରି, ଟ୍ରାଞ୍ଜିଶନାଲ ଆଣ୍ଡ ସ୍ପେଶାଲ ପ୍ରୋଭିଜନ୍ସ’ ଶିରୋନାମା ତଳେ ଅଛି ଆର୍ଟିକଲ୍‌ ୩୭୨ ଯାହା କହିଛି ସମ୍ବିଧାନ ପୂର୍ବରୁ ଚାଲିଆସିଥିବା ସବୁ ଆଇନ ପୂର୍ବବତ୍‌ ଚାଲୁ ରହିବ। ତାହା ସବୁ ଯେ ଦମନକାରୀ ବ୍ୟବସ୍ଥାର ଭିତ୍ତି ଥିଲା ତା’ ଲକ୍‌, ହବ୍‌ସ,ରୁଷୋଙ୍କ ଭଳି ସମତା-ଚିନ୍ତକଙ୍କ ଲେଖା ଓ ରାଜୁଡ଼ାର ନିର୍ଯାତନା ରୋକିଥିବା ମାଗ୍‌ନା କାର୍ଟା କଥା ମନେପକାଇଲେ ନାହିଁ। ଫଳରେ ଭାରତୀୟମାନଙ୍କ ଭିତରୁ ୨୦% ଅପରାଧୀ ଅସଭ୍ୟ ସମ୍ପ୍ରଦାୟ ଭାବେ ଓ ଆଉ ୪୦% ଭାରତୀୟ ଦଳିତ ନିର୍ଯାତିତ ହୋଇ ରହିଗଲେ। ସମ୍ବିଧାନ ତିଆରି କରିଦେଇ ସେମାନେ ଆମ ସମସ୍ତଙ୍କୁ ଡିମୋକ୍ରାସିରୁ ରିପବ୍ଲିକ୍‌କୁ ଉତ୍ତୀର୍ଣ୍ଣ କରିଦେଲେ ବୋଲି ବାହାବା ନେଲେ। ଫଳରେ ଆମ ଦେଶଟା ଗୋରା ସାହେବଙ୍କ ସ୍ଥାନରେ ଇଂରେଜୀପଢ଼ା କଳା ସାହେବଙ୍କ ଉପନିବେଶ ହୋଇଗଲା।
ଏଭଳି ଚିନ୍ତାଧାରା ଏବେ କାହିଁକି ଆସୁଛି ବୋଲି କେହି ପଚାରିଲେ ମୁଁ ଅଙ୍ଗୁଳି ନିର୍ଦ୍ଦେଶ କରିବି ଡିସେମ୍ବର ୨୨ରେ ଲୋକ ସଭାରେ ପେସ୍‌ ହୋଇଥିବା ‘ଜନବିଶ୍ୱାସ ବିଲ୍‌’କୁ। ଏ ବିଲ୍‌ ଉପସ୍ଥାପନ କରି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଲେ – ଅର୍ଥ, ବାଣିଜ୍ୟ, ପରିବେଶ, ସଡ଼କ ନିର୍ମାଣ, ରାଜପଥ, ବନ୍ଦର, ଓ ଇଲେକ୍ଟ୍ରୋନିକ୍ସ ଭଳି ୧୯ ମନ୍ତ୍ରଣାଳୟର ୪୨ଟି ଆକ୍ଟର ୧୮୩ଟି ବ୍ୟବସ୍ଥାକୁ ସଂଶୋଧନ କରାଯିବ। ଏହା ଆଗରୁ ୧୫୦୦ଟି ପୁରୁଣା ଆଇନକୁ ରଦ୍ଦ ଏବଂ ୩୫୦୦ ନୂଆ ନିୟମ ତିଆରି କରାଯାଇଛି। ଏହାଦ୍ୱାରା କୋର୍ଟ କଚେରିର କାମ କମିବ ଓ ‘ଇଜ୍‌ ଅଫ୍‌ ବିଜ୍‌ନେସ୍‌’ ବଢ଼ିବ ବୋଲି ଗୋୟଲ କହିବା ସାଙ୍ଗେ ସାଙ୍ଗେ ସେ ସତ କଥା କହିଛନ୍ତି ଯେ ଆଗରୁ ଯେପରି ସାଧାରଣ ଲୋକଙ୍କ ଉପରେ ଆସ୍ଥା ରଖାଯାଉ ନ ଥିଲା ଏବଂ ଛୋଟ ଛୋଟ ଭୁଲ୍‌ ପାଇଁ ଲୋକଙ୍କୁ ଦଣ୍ଡିତ କରାଯାଉଥିଲା ତାହା ଉଚିତ ନୁହେଁ।
ସମ୍ବିଧାନ ପ୍ରଣେତାମାନେ ବ୍ରିଟିଶ ଅମଳର ଆଇନଗୁଡ଼ିକୁ ଯେମିତି ସେମିତି ରଖିବା ଭଳି ଅନୁଚିତ ବ୍ୟବସ୍ଥା କଲେ କାହିଁକି? ସମ୍ବିଧାନ ପ୍ରଣେତାମାନଙ୍କ ଭିତରେ ସଂଖ୍ୟାଗରିଷ୍ଠ ବ୍ୟକ୍ତି ଥିଲେ ବ୍ରିଟିଶ ଢାଞ୍ଚାରେ ଉଚ୍ଚଶିକ୍ଷା ପାଇଥିବା ଉଚ୍ଚବର୍ଗର; ସେମାନଙ୍କ ମାନସିକତାରେ ଥିଲା ଅସଭ୍ୟଙ୍କୁ ସଭ୍ୟ କରିବା (ଯାହାକୁ ୟୁରୋପୀୟମାନେ କହୁଥିଲେ ‘ହ୍ବାଇଟ୍‌ମାନ୍‌ସ ବର୍ଡନ’)ା ଭାରତ ଭୂଖଣ୍ଡର ମୂଳ ଅଧିବାସୀମାନେ ଅସଲ ଭାରତୀୟ; ଆଦିମ ଅଧିବାସୀ ଅପଭ୍ରଂଶ ହୋଇ ‘ଆଦିବାସୀ’ ହୋଇଗଲା – ଏକ ତିରସ୍କାରସୂଚକ ଶବ୍ଦ। ସହରୀ ସଭ୍ୟତାର ଦ୍ୟୋତକ, କାସ୍ପିଆନ୍‌ ହ୍ରଦ ଆଡୁ ଆସିଥିବା, ନିଜକୁ ଆର୍ଯ୍ୟ ବୋଲାଉଥିବା ମଣିଷମାନେ ଆଦିମ ଭାରତୀୟମାନଙ୍କୁ ଅନାର୍ଯ୍ୟ କହି ସେମାନଙ୍କୁ ଆକ୍ରମଣ କଲେ। ପ୍ରକୃତି ସହ ମିଳିମିଶି ଚଳୁଥିବା ସେହି ଲୋକେ ଅଭ୍ୟନ୍ତର ବଣଜଙ୍ଗଲରେ ଲୁଚିବାକୁ ବାଧ୍ୟ ହେଲେ। ଅପହଞ୍ଚ ଇଲାକାରେ ଥିବା ଏହି ଭାରତୀୟମାନେ ପ୍ରକୃତି କୋଳରେ ବଢୁଥିଲେ ଓ ବଢ଼ିଲେ; ଉଦ୍ଭିଦ, ପ୍ରାଣୀ, ଶିଳା ଓ ଆକାଶର ବଜ୍ର ଆଦି ପ୍ରାକୃତିକ ଜିନିଷକୁ ସହଚର ଭାବିଲେ ଏବଂ ସେମାନଙ୍କର ଆତ୍ମା ଅଛି ଓ ସେମାନେ ମଣିଷର ସବୁ ଘଟଣାକୁ ପ୍ରଭାବିତ କରନ୍ତି ବୋଲି ସେମାନଙ୍କର ବିଶ୍ୱାସ ଆସିଲା। ବ୍ରିଟିଶ ଲୋକେ ସେମାନଙ୍କ ପାଠ ପଢ଼ାଇଲେ ଯେ ଏହି ମୂଳ ଭାରତୀୟମାନେ ଆନିମିଷ୍ଟ: ହିନ୍ଦୁ, ଖିରସ୍ତାନ ବା ମୁସଲିମ୍‌ ଭଳି ସଙ୍ଗଠିତ ଧର୍ମାନୁଗତମାନଙ୍କଠାରୁ ନୂ୍ୟନ। ଏବେ ଏକବିଂଶ ଶତାବ୍ଦୀରେ ସିନା ଆମର ହୃଦ୍‌ବୋଧ ହେଲାଣି ଆମେ ଯାହାଙ୍କୁ ଆଦିବାସୀ କହୁଛୁ ସେମାନେ ମାନବ ଜାତିର ଅକ୍ଷୟ (ସଷ୍ଟେନ୍‌ବ୍ଲ) ସ୍ଥିତିର ମାର୍ଗ ଦର୍ଶାଇଛନ୍ତି। ତଡ଼ାଖାଇ ଜଙ୍ଗଲ ଭିତରେ ଥିବା ଲୋକେ ବାହାରର କାହାରିକୁ ଜଙ୍ଗଲ ପାଖ ଦେଇ ଯିବାର ଦେଖିଲେ ବିପଦ ମଣିଲେ, ସେମାନଙ୍କୁ ଆକ୍ରମଣ କଲେ। ଏହା ଦେଖି ବ୍ରିଟିଶ ଶାସକମାନେ ୧୮୭୧ ରେ ୧୫୦ ଟ୍ରାଇବ୍‌କୁ କ୍ରିମିନାଲ (ଜନ୍ମଗତ ଅପରାଧୀ) ଟ୍ରାଇବ୍‌ ଆଖ୍ୟା ଦେଇ ଆଇନ କଲେ। ଖୋଦ୍‌ ବ୍ରିଟିଶ ଔପନିବେଶିକମାନେ କ୍ରିମିନାଲ ଟ୍ରାଇବ୍‌ ଭଳି ଆମକୁ ପରାସ୍ତକରି ଭାରତକୁ ଲୁଟ୍‌ କରିଛନ୍ତି ବୋଲି ଭୁଲିଗଲେ। ଯେମିତି ଭ୍ରଷ୍ଟାଚାରକୁ ଦଣ୍ଡନୀୟ ଅପରାଧ ବୋଲି ଆଇନ କରିଥିବା ସାଂସଦମାନେ (ବିଧାୟକମାନେ ବି) ନିଜେ ଭ୍ରଷ୍ଟାଚାରରେ ଲିପ୍ତହେବା ସେମାନଙ୍କ ପ୍ରିଭିଲେଜ୍‌ ବୋଲି ଧରିନେଇଛନ୍ତି। ବ୍ରିଟିଶ ଶାସକମାନେ ଯେଉଁ କ୍ରିମିନାଲ ଟ୍ରାଇବ୍ସ ଆକ୍ଟ ପାସ୍‌ କରିନେଲେ ତାହା ବଳବତ୍ତର ରହିଲା ସମ୍ବିଧାନର ଧାରା ୩୭୨ ରେ। ତେଣୁ ଅସଲ ଭାରତୀୟମାନେ ଅପରାଧୀ ସମ୍ପ୍ରଦାୟ ହିସାବରେ ଗଣାଗଲେ। ୧୯୫୨ ଅଗଷ୍ଟ ୩୧ରେ ସରକାର ଟ୍ରାଇବ୍ସମାନଙ୍କୁ କ୍ରିମିନାଲ କୁହାଯିବ ନାହିଁ ବୋଲି ନୋଟିଫିକେଶନ କଲେ। କିନ୍ତୁ ଦାଗ ରହିଗଲା: ସୁବର୍ଣ୍ଣରେଖା ପାରହୋଇ ଝାଡ଼ଖଣ୍ଡ (ଆଗର ବିହାର)ରେ ପ୍ରବେଶ କଲେ। ଆମେ ଦେଖୁଥିଲୁ ଏକ ରାସ୍ତାକଡ଼ ବିଜ୍ଞାପନ: ”ସାବଧାନ! ଲୋଧାମାନଙ୍କ ଲୁଟ୍‌ର ଶିକାର ହୋଇପାରନ୍ତି!“ ସ୍ବାଧୀନତାର ଅମୃତ ମହୋତ୍ସବ କାଳରେ ଆମକୁ ଲଜ୍ଜା ଲାଗିବା କଥା ଯେ ମୂଳ ଭାରତୀୟମାନଙ୍କୁ ସାଙ୍ଗରେ ନ ନେଇ ଏବେ ବି ଆମେ ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଛୁ!
ସେତିକିରେ ଆମ ସମ୍ବିଧାନ ପ୍ରଣେତାମାନେ ଚୁପ୍‌ ନ ଥିଲେ। ଇଂରେଜ ଶାସକମାନେ ଜାତିପ୍ରଥାକୁ ଘୃଣ୍ୟ ଆକାରରେ ଉପସ୍ଥାପନ କଲେ। ଆବହମାନ କାଳରୁ ନୀଚତର କାମ କରିଆସିଛନ୍ତି ଓ ସେମାନଙ୍କୁ ଉଚ୍ଚଜାତିର ଲୋକଙ୍କଠାରୁ ଭିନ୍ନ କରି ତାଲିକାଭୁକ୍ତ ଜାତି (ସିଡ୍ୟୁଲ୍ଡ କାଷ୍ଟ୍‌) ନାମ ଦେଲେ, ସୋସିଆଲ ମୋବିଲିଟି ରହିଲା ନାହିଁ, ସେମାନେ ଉଚ୍ଚଜାତିର କାମ ବା ପେସା କରିବାର ସୁଯୋଗ ପାଇଲେ ନାହିଁ। ସାମାଜିକ ଜୀବନ ଓ ଚଳଣିକୁ ସହଜ କରିବା ଲାଗି ତଥାକଥିତ ଆର୍ଯ୍ୟମାନେ କର୍ମଭିତ୍ତିକ ଶ୍ରେଣୀ ତିଆରି କରିଥିଲେ, ଯାହା କାଳକ୍ରମେ ପିତାଠାରୁ ପୁତ୍ରକୁ ଗଡ଼ିଆସିଲା(ମାତାର ଭୂମିକା ଗୃହବାହାରେ ନ ଥିଲା), ତହିଁରୁ ସୃଷ୍ଟି ହେଲା ଜାତିପ୍ରଥା। ଜନ୍ମରୁ ପିଲା ଉପରେ ଲଦିଦିଆଗଲା ବାପାର ବୃତ୍ତି, ଯଥା ମେହେନ୍ତର କାମ କରୁଥିବା ଲୋକର ପିଲାମାନେ ମେହେନ୍ତର ହୋଇ ରହିଲେ। କେତେକ କାମ ଘୃଣ୍ୟ ମନେକରି ଉଚ୍ଚ ଶ୍ରେଣୀର ଲୋକେ ସେପରି କାମ କରୁଥିବା ପରିବାରର ଲୋକଙ୍କୁ ଅସ୍ପୃଶ୍ୟ କରିଦେଲେ। ଏବେ ଭଦ୍ରଲୋକି ଦେଖାଇ ଆମେ ସେମାନଙ୍କୁ ଦଳିତ କହୁଛୁ। ତଥାପି କେତେକ ଜାତିର ଲୋକେ ସାଧାରଣ ନ୍ୟାୟ ପାଉନାହାନ୍ତି। ଓଡ଼ିଶା କଥା ତ ଜଳଜଳ ଦିଶୁଛି। ବିହାରର ନାଟ ସମ୍ପ୍ରଦାୟ ଓ ମଧ୍ୟପ୍ରଦେଶର ପାଣ୍ଡି ସମ୍ପ୍ରଦାୟ ପୋଲିସ ହାତରେ ଏତେ ହଇରାଣ ହୁଅନ୍ତି ଯେ ଅଧିକାଂଶ ଆତ୍ମହତ୍ୟା କରନ୍ତି, ସେମାନଙ୍କୁ ସୁଧାରିବା ପାଇଁ ସରକାର କୌଣସି କାମ କରିନାହାନ୍ତି । ଆମ ସରକାର ଏବେ ବି ବ୍ୟାକ୍‌ୱାର୍ଡ୍‌ କ୍ଲାସେସ୍‌୍‌, ସିଡ୍ୟୁଲ୍ଡ କାଷ୍ଟ୍‌, ସିଡ୍ୟୁଲ୍ଡ ଟ୍ରାଇବ୍‌ ଆଦି ନାମ ଦେଇ କେତେକ ଲୋକଙ୍କୁ ସାଧାରଣ ନାଗରିକ ବୋଲି ଧରୁନାହାନ୍ତି। ସେମାନେ ସ୍କୁଲକୁ ଗଲେ ଉପଯୁକ୍ତ ଶିକ୍ଷା ପାଉନାହାନ୍ତି ଓ ଚିକିତ୍ସାଳୟକୁ ଗଲେ ଉପଯୁକ୍ତ ଚିକିତ୍ସା ପାଉନାହାନ୍ତି। ସାମାନ୍ୟତମ ଅପରାଧ କଲେ ଜେଲଦଣ୍ଡ ସାଙ୍ଗକୁ ଜରିମାନା ଭୋଗୁଛନ୍ତି। ଗରିବ ହୋଇଥିବାରୁ ଜରିମାନା ଦେଇ ନ ପାରି ଅଧିକକାଳ ଜେଲଦଣ୍ଡ ଭୋଗୁଛନ୍ତି।
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri