ପେଟ ପାଇଁ ମହିଳା, ଶିଶୁ ବିଡ଼ି ମୋଡୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୩।୫: କେନ୍ଦ୍ରାପଡ଼ା ଜିଲାରେ ସୋମବାର ବିଶ୍ୱ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କଥା ସଭାସମିତିରେ ଉଠାଯାଇଛି। ତେବେ ଅଣସଙ୍ଗଠିତ ହୋଇ ରହିଥିବା ଜିଲାର ୧୦ ହଜାରରୁ ଊର୍ଦ୍ଧ୍ୱ ବିଡ଼ି ଶ୍ରମିକଙ୍କ ଦୁଃଖକୁ କେହି ବୁଝିବାକୁ ନାହାନ୍ତି। ଏହି ଜିଲାରେ ପ୍ରାୟ ୧୦ ହଜାର ଲୋକ ଏହି ବୃତ୍ତିରେ ଥିବା ବେଳେ ଅନୂ୍ୟନ ୮ ହଜାର ମହିଳା ଓ ଶିଶୁ ପେଟ ପୋଷିବା ପାଇଁ ବୃତ୍ତିକୁ ଆପଣାଇଛନ୍ତି। ବିଡ଼ିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟର ପ୍ରଭାବ ଦ୍ୱାରା କ୍ରମାଗତ କାଶ, ଯକ୍ଷ୍ମା, ଜ୍ୱର, ଶ୍ୱାସ ଆଦି ସମସ୍ୟା ଦେଖାଯାଉଥିଲେ ମଧ୍ୟ ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ସେହିପରି ଅଣସଙ୍ଗଠିତ ହୋଇଥିବାରୁ ଶ୍ରମିକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ଏ ସମ୍ପର୍କରେ ଶ୍ରମିକ ନେତା ଜଗଜ୍ଜୀବନ ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବିକଶିତ ଅର୍ଥନୀତିକୁ ପ୍ରଭାବିତ କରିବା ପରି କୌଣସି ଉତ୍ସ ନାହିଁ। ପ୍ରାୟ ୫୧ ପ୍ରତିଶତ ପରିବାରର ପୁରୁଷ କର୍ମ ନିଯୁକ୍ତି ପାଇଁ ଜିଲା ବାହାରକୁ ଯାଇଥାନ୍ତି। ଏହାସତ୍ତ୍ୱେ ଘରେ ଥିବା ପରିବାର ସଦସ୍ୟ ପେଟ ଚିନ୍ତାରେ ଅଛନ୍ତି। ଏଥିପାଇଁ ବିଡ଼ି ମୋଡ଼ିବା ଏକ ବୃତ୍ତି ହୋଇଛି। ଏହି ବୃତ୍ତିରେ ୮ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ କାର୍ଯ୍ୟ କରୁଛନ୍ତି। ତେବେ ବିଡ଼ି ଶ୍ରମିକ ଅଣସଙ୍ଗଠିତ ହୋଇ ରହିଥିବାରୁ ସରକାରୀ ଯୋଜନା ତାଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ମହାକାଳପଡ଼ା ଡଳିହା ଗ୍ରାମର ଶ୍ରୀମତି ପାତ୍ର କହିଛନ୍ତି ଯେ, ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର। ଏକମାତ୍ର ରୋଜଗାରକ୍ଷମ ସ୍ବାମୀ ସୁରଟରେ ସୂତାକଳରେ ଅଛନ୍ତି। କରୋନା ସଂକ୍ରମଣ ଚାକିରି ଛଡ଼ାଇ ନେଇଥିବା ବେଳେ ପରିବାର ପ୍ରତିପୋଷଣରେ ସମସ୍ୟା ଦେଖାଦେଇଥିଲା। ଏଥିପାଇଁ ମହାଜନ ନିକଟରୁ ବିଡ଼ି ପତ୍ର ଆଣି ବିଡ଼ି ପ୍ରସ୍ତୁତ କରୁଛନ୍ତି। ଦୈନିକ ୧୦୦୦ ବିଡ଼ି ମୋଡ଼ିଲେ ମାତ୍ର ୧୦୦ ଟଙ୍କା ମିଳୁଛି। ଏଥିପାଇଁ ନିଜ ସହ ଝିଅଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦୋବନ୍ଧା ଗ୍ରାମର ସଜେଦା ଖାତୁନ କୁହିଛନ୍ତି, ବିଡ଼ି ନ ମୋଡ଼ିଲେ ଆମ ପରିବାରର ଖାଇବା ବନ୍ଦ। ପ୍ରାୟ ୧୦ ବର୍ଷ ଧରି ଏହି କାର୍ଯ୍ୟ କରୁଛୁ। ଏଥିପାଇଁ ପରିବାର ସଦସ୍ୟ ଯକ୍ଷ୍ମା, ଶ୍ୱାସ ଆଦି ବିଭିନ୍ନ ରୋଗରେ ପଡ଼ିଛନ୍ତି। ରୋଗର ଚିକିତ୍ସା ପାଇଁ ମାସକୁ ପ୍ରାୟ ୨୦ କିଲୋମିଟର ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ବିଡ଼ି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ନ ଥିବାରୁ ଔଷଧ ପାଇବାରେ ଅବହେଳା ହେଉଛି। କମ ରୋଜଗାରକୁ ଚିକିତ୍ସା ଖର୍ଚ୍ଚ ପରିବାରର ବୋଝ ବଢାଇବା ସହ ସାମାଜିକ ଚଳଣିକୁ ବ୍ୟତିବ୍ୟସ୍ତ କରୁଛି। ଏ ସମ୍ପର୍କରେ ଶ୍ରମିକ ନେତା ଗୟାଧର ଧଳ କହିଛନ୍ତି, ବିଡ଼ି ଶ୍ରମିକମାନେ ସାଧାରଣରେ ଅଣସଙ୍ଗଠିତ ହୋଇ ରହିଛନ୍ତି। ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ଦୃଷ୍ଟିକୁ ଆସୁନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ସହ ଶ୍ରମ ମଜୁରିକୁ ଅଧିକ କରିବାକୁ ସେ ଦାବି ଉଠାଇଛନ୍ତି। ଡିଭିଜନାଲ ଲେବର କମିଶନର ମହେଶ୍ୱର ନାଏକଙ୍କୁ ପଚାରିବାରେ ଶ୍ରମିକଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣଠାରୁ ଆରମ୍ଭ କରି ବିବାହ ଖର୍ଚ୍ଚରେ ସହଯୋଗ ଦିଆଯାଉଛି। ଏହି ଶ୍ରେଣୀର ଶ୍ରମିକ ଜିଲା କାର୍ଯ୍ୟାଳୟକୁ ଆସି ନାମ ପଞ୍ଜୀକରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri