ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: ନାରୀ ନିର୍ଯାତନା ବନ୍ଦ ନ ହେଲେ…

କେନ୍ଦୁଝର, ୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟରେ ମହିଳା ହିଂସା ସୀମା ଟପିଛି ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। କେନ୍ଦୁଝର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟରେ ବିଜେଡି ୨୪ ବର୍ଷର କୁଶାସନ ପରେ ଭାଜପା ସରକାରରେ ମଧ୍ୟ ଏବେ ମହିଳା ଅସୁରକ୍ଷିତ। ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ, ବେଟି ବଚାଓ, ବେଟି ପଢ଼ାଓ, ଶକ୍ତି, ସୁଭଦ୍ରା ଓ ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମ ମହିଳା ବିରୋଧୀ ହୋଇଯାଇଛି। ପୂର୍ବତନ ବିଜେଡି ସରକାର ବାଟରେ ଭାଜପା ସରକାର ଯାଉଛନ୍ତି। ଭାଜପା ସରକାର ବିରୋଧରେ କଂଗ୍ରେସ ରାଜ୍ୟ ସାରା ଆନ୍ଦୋଳନ କରିବ ବୋଲି ନିଶିକାନ୍ତ କହିଛନ୍ତି।
ଆହୁରି କହିଛନ୍ତି, ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ୮ ମାସ ହେଲାଣି ଡବଲ ଇଞ୍ଜନ ସରକାର ଚାଲିଛିି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜ଼ିଲା କେନ୍ଦୁଝର ହୋଇଥିଲେ ମଧ୍ୟ ଏଠି ବି ଛାତ୍ରୀ ଓ ମହିଳା ଅସୁରକ୍ଷିତ। ପୂର୍ବ ବିଜେଡି ସରକାର ସମୟରେ ଡିଏମ୍‌ଏଫ୍‌ ବାବଦରେ ଅନେକ କୋଟି ଟଙ୍କା ଲୁଟ୍‌ କରାଯାଇଛି। ଏବେ ଭାଜପା ସରକାର ସମୟରେ ସମାନ ପରିସ୍ଥିତି। ବିଜେଡି ଯେଉଁ ବାଟରେ ଯାଉଥିଲା, ଭାଜପା ସେହି ବାଟରେ ଯାଉଛି। ଏଣୁ କଂଗ୍ରେସ ଏକ ମାତ୍ର ବିକଳ୍ପ ବୋଲି ପିସିସି ମୁଖପାତ୍ର କହିଛନ୍ତି। ନାରୀ ନିର୍ଯାତନା, ବିଧାନସଭାରେ ଶାସକ ଦଳର ଅସାମ୍ବିଧାନିକ କାର୍ଯ୍ୟ ପ୍ରତିବାଦରେ ମାର୍ଚ୍ଚ ୨୭ରେ ଭୁବନେଶ୍ୱରଠାରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପିସିସି ପର୍ଯ୍ୟବେକ୍ଷକ ଓ ନେତୃବୃନ୍ଦ କହିଛନ୍ତି।
ସମ୍ମିଳନୀରେ ଜ଼ିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ଇଂ. ସୁବର୍ଣ୍ଣ ନାଏକ, ପୂର୍ବତନ ଏମ୍‌ପି ପ୍ରାର୍ଥୀ ଇଂ. ବିନୋଦ ବିହାରୀ ନାଏକ, ତେଲକୋଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାଏକ, ଜ଼ିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସଦର ବ୍ଲକ୍‌ ସଭାପତି ଉତ୍ତମ ସାହୁ, ଜ଼ିଲା କଂଗ୍ରେସ ମିଡ଼ିଆ ଅଧକ୍ଷ ଦିଲ୍ଲୀପ କୁମାର ସାହୁ, ସୁଢଳ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri