Posted inଫୁରସତ

ବିବାହ ବାର୍ଷିକୀରେ ୧ କିଲୋ ଓଜନର ସୁନା ହାର ପିନ୍ଧିଥିଲେ ସ୍ତ୍ରୀ, ସ୍ବାମୀଙ୍କୁ ଡାକିନେଲା ପୋଲିସ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିବାହ ବାର୍ଷିକୀ ସମାରୋହରେ ଜଣେ ମହିଳା ଏକ ଲମ୍ବା ଏବଂ ଓଜନିଆ ହାର ପିନ୍ଧିଥିବା ନଜର ଆସିଛନ୍ତି। ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓଟି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚିତ ଉଙ୍କି ମାରିବ ମହିଳା ଜଣକ ବେକରେ ପକାଇଥିବା ଏତେ ଲମ୍ବା ହାର ଅସଲି ସୁନା ନା ନକଲି। ତେବେ ପୋଲିସ ଏହି ଘଟଣା ଉପରୁ ପର୍ଦ୍ଦା ହଟାଇଛି।

କଲ୍ୟାଣ ଗାଁରେ ରହୁଥିବା ବାଲୁ କୋଲି ଏହି ଭିଡିଓରେ ସ୍ତ୍ରୀଙ୍କ ସହିତ ବିବାହ ବାର୍ଷିକୀ ପାଳନ କରୁଥିବା ନଜର ଆସିଛନ୍ତି। କେକ୍‌ କାଟିବା ପରେ ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ଏକ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ସବୁଠୁ ଚର୍ଚ୍ଚାର ବିଷୟ ହେଲା ମହିଳା ଜଣକ ପିନ୍ଧିଥିବା ଏକ ହାର ତାଙ୍କ ଓଢ଼ଣି ସହ ସମାନ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କୋଗାଓଁର ସିନିଅର ପୋଲିସ ଇନ୍ସପେକ୍ଟର ଗଣପତ ପିଙ୍ଗଲେଙ୍କ ଅନୁଯାୟୀ, ଆମେ ଭିଡିଓ ଦେଖିବା ପରେ ସୁରକ୍ଷା ଦୃଷ୍ଟିରୁ ବାଲୁଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲୁ। ସେ କହିଛନ୍ତି, ତାଙ୍କ ସ୍ତ୍ରୀ ଯେଉଁ ହାର ପିନ୍ଧିଛନ୍ତି ତାହା ଅସଲି ନୁହେଁ। ଏହି ହାର ସେ କଲ୍ୟାଣ ଜୁଏଲାରିରେ ତିଆରି କରିଥିଲେ। ପୋଲିସ ଏହି ଜୁଏଲାରି ମାଲିକଙ୍କୁ ମଧ୍ୟ ପଚାରିଛି। ମାଲିକ କହିଛନ୍ତି, ଏହା ଅସଲି ନୁହେଁ, ନକଲି ସୁନା।

ଅନ୍ୟପକ୍ଷରେ ବାଲୁ କହିଛନ୍ତି, ମୋ’ ସ୍ତ୍ରୀଙ୍କୁ ଏକ ହାର ଉପହାର ଦେବାକୁ ମୁଁ ଚାହୁଁଥିଲି। ତେଣୁ ତାଙ୍କ ପାଇଁ ୩୮୦୦୦ ଟଙ୍କାରେ ଏକ କିଲୋ ଓଜନର ଏକ ନକଲି ହାର ତିଆରି କରିଥିଲି। ଯାହାକୁ ମୋ’ ସ୍ତ୍ରୀ ଆମ ବିବାହ ବାର୍ଷିକୀରେ ପିନ୍ଧିଥିଲେ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ମୋତେ ଥାନାକୁ ଡାକିଥିଲା। ମୁଁ ଏ ବିଷୟରେ ସମସ୍ତ ସତ୍ୟାସତ୍ୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri