Posted inଫୁରସତ

ବିବାହ ବାର୍ଷିକୀରେ ୧ କିଲୋ ଓଜନର ସୁନା ହାର ପିନ୍ଧିଥିଲେ ସ୍ତ୍ରୀ, ସ୍ବାମୀଙ୍କୁ ଡାକିନେଲା ପୋଲିସ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିବାହ ବାର୍ଷିକୀ ସମାରୋହରେ ଜଣେ ମହିଳା ଏକ ଲମ୍ବା ଏବଂ ଓଜନିଆ ହାର ପିନ୍ଧିଥିବା ନଜର ଆସିଛନ୍ତି। ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓଟି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚିତ ଉଙ୍କି ମାରିବ ମହିଳା ଜଣକ ବେକରେ ପକାଇଥିବା ଏତେ ଲମ୍ବା ହାର ଅସଲି ସୁନା ନା ନକଲି। ତେବେ ପୋଲିସ ଏହି ଘଟଣା ଉପରୁ ପର୍ଦ୍ଦା ହଟାଇଛି।

କଲ୍ୟାଣ ଗାଁରେ ରହୁଥିବା ବାଲୁ କୋଲି ଏହି ଭିଡିଓରେ ସ୍ତ୍ରୀଙ୍କ ସହିତ ବିବାହ ବାର୍ଷିକୀ ପାଳନ କରୁଥିବା ନଜର ଆସିଛନ୍ତି। କେକ୍‌ କାଟିବା ପରେ ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ଏକ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ସବୁଠୁ ଚର୍ଚ୍ଚାର ବିଷୟ ହେଲା ମହିଳା ଜଣକ ପିନ୍ଧିଥିବା ଏକ ହାର ତାଙ୍କ ଓଢ଼ଣି ସହ ସମାନ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କୋଗାଓଁର ସିନିଅର ପୋଲିସ ଇନ୍ସପେକ୍ଟର ଗଣପତ ପିଙ୍ଗଲେଙ୍କ ଅନୁଯାୟୀ, ଆମେ ଭିଡିଓ ଦେଖିବା ପରେ ସୁରକ୍ଷା ଦୃଷ୍ଟିରୁ ବାଲୁଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲୁ। ସେ କହିଛନ୍ତି, ତାଙ୍କ ସ୍ତ୍ରୀ ଯେଉଁ ହାର ପିନ୍ଧିଛନ୍ତି ତାହା ଅସଲି ନୁହେଁ। ଏହି ହାର ସେ କଲ୍ୟାଣ ଜୁଏଲାରିରେ ତିଆରି କରିଥିଲେ। ପୋଲିସ ଏହି ଜୁଏଲାରି ମାଲିକଙ୍କୁ ମଧ୍ୟ ପଚାରିଛି। ମାଲିକ କହିଛନ୍ତି, ଏହା ଅସଲି ନୁହେଁ, ନକଲି ସୁନା।

ଅନ୍ୟପକ୍ଷରେ ବାଲୁ କହିଛନ୍ତି, ମୋ’ ସ୍ତ୍ରୀଙ୍କୁ ଏକ ହାର ଉପହାର ଦେବାକୁ ମୁଁ ଚାହୁଁଥିଲି। ତେଣୁ ତାଙ୍କ ପାଇଁ ୩୮୦୦୦ ଟଙ୍କାରେ ଏକ କିଲୋ ଓଜନର ଏକ ନକଲି ହାର ତିଆରି କରିଥିଲି। ଯାହାକୁ ମୋ’ ସ୍ତ୍ରୀ ଆମ ବିବାହ ବାର୍ଷିକୀରେ ପିନ୍ଧିଥିଲେ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ମୋତେ ଥାନାକୁ ଡାକିଥିଲା। ମୁଁ ଏ ବିଷୟରେ ସମସ୍ତ ସତ୍ୟାସତ୍ୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri