ଭଦ୍ରକ ଅଫିସ,୩ା୯ :ଭଦ୍ରକ ଟାଉନ ଥାନା ଅଞ୍ଚଳରେ ବକେୟା ଟଙ୍କା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୁଧବାର ମଧ୍ୟାହ୍ନରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମରାଯାଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଏନେଇ ମହିଳାଙ୍କ ସ୍ବାମୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତନାଘନା ଚଳାଇଛି। ଅପରପକ୍ଷେ ଏତଲାକାରୀଙ୍କ ବିରୋଧରେ ପାଲଟା ଏତଲା ଦାଏର ହୋଇଛି। ଟାଉନ ପୋଲିସ ଉଭୟ ଏତଲାକୁ ଭିତ୍ତି କରି ମେଡିକାଲରେ ପହଞ୍ଚି ଉଭୟ ପକ୍ଷର ୩ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ବୟାନ ରେକର୍ଡ଼ କରିଛି। ଜଣେ ମହିଳାଙ୍କୁ ଗଛରେ ବାନ୍ଧି ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏନେଇ ଘଟଣାର ତଦନ୍ତ କରାଯାଉଛି ଓ ଖୁବ୍ଶୀଘ୍ର ମାମଲା ରୁଜୁ ହେବ ବୋଲି ପୋଲିସ ସୂଚନା ଦେଇଛି।
Posted inHome, Home Left, ଆମ ଜିଲା ଖବର, ଭଦ୍ରକ View All
୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍ଏଫ୍
ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ୪ଜଣ ପାକିସ୍ତାନୀ…
ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ
ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…
ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’
ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…
ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ
ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…
ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….
ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…
ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…
ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…
ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….
ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…
ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର
ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

