ବନ୍ଦ ଥିବା ସ୍କୁଲ ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ଅମରପାଲି,୧୭ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ବନ୍ଦ କରାଯାଇଥିବା ପ୍ରାଥମିକ ସ୍କୁଲ ଖୋଲିବାକୁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏନେଇ ଗୁରୁବାର ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ ନୃପ କେଶରୀ ସାହୁଙ୍କୁ ସ୍କୁଲ ଖୋଲିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘବର୍ଷ ହେଲା ଉକ୍ତ ସ୍କୁଲରେ କମ୍‌ ପିଲା ଦର୍ଶାଇ ବନ୍ଦ କରାଯାଇଛି। ଫଳରେ ଗ୍ରାମର ଛାତ୍ରୀଛାତ୍ର ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୋଟିଏ ଓ୍ବାର୍ଡ ବିଶିଷ୍ଟ ମାଳିଦାଦର ଗ୍ରାମରେ ପ୍ରାୟ ୫୦ ଟି ପରିବାର ବସବାସ କରନ୍ତି। ଗ୍ରାମର ଛାତ୍ରୀଛାତ୍ରଙ୍କୁ ସର୍ବଶିକ୍ଷା ଅଭିଯାନରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୪ରେ ଗ୍ରାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ଏମାନଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି କରାଯାଇଥିଲା। ପିଲାଏ ପାଠ ପଢିବା ପାଇଁ ସ୍କୁଲ କୋଠାଘର ମଧ୍ୟ ନିର୍ମାଣ କରାଯାଇଛି। ମାତ୍ର ଗତ ୨୦୨୧ରେ କମ୍‌ ପିଲା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି। ସ୍କୁଲ ବନ୍ଦ ପରେ ଗ୍ରାମବାସୀ ଏନେଇ ସ୍ଥାନୀୟ ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ବିଇଓ, ଡିଇଓ ଓ ଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର କେହି ବି ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ନ ଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏବେ ମଧ୍ୟ ଗ୍ରାମରେ ୩୦ରୁ ଅଧିକ ଛାତ୍ରୀଛାତ୍ର ଅଛନ୍ତି। ସ୍କୁଲ ବନ୍ଦ ହେଲା ପରେ ଏହି ସ୍କୁଲର ଛାତ୍ରୀଛାତ୍ରଙ୍କୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଦାଦରପାଲି ସ୍କୁଲରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଗାଁଠାରୁ ଦାଦରପାଲି ସ୍କୁଲ ଦୂର ହୋଇଥିବା ଓ ଜଙ୍ଗଲି ଅଞ୍ଚଳ ହୋଇଥିବାରୁ ଛୋଟ ଛୋଟ ପିଲାମାନେ ଏକୁଟିଆ ଯିବା ସମ୍ଭବ ହେଉନାହିଁ। ଏପରିକି ଅଭିଭାବକ ପ୍ରତିଦିନ ନିଜ ପିଲାଙ୍କୁ ସ୍କୁଲକୁ ଛାଡ଼ି ନେଇ ପାରୁନାହାନ୍ତି। ଫଳରେ ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଗ୍ରାମର ଅଧିକାଂଶ ଲୋକ ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ନିଜ ପିଲାଙ୍କୁ ବାହାରେ ମଧ୍ୟ ପଢ଼ାଇ ପାରୁନାହାନ୍ତି। ତେଣୁ ଗ୍ରାମର ଅଧିକାଂଶ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବାଧା ଦେଖାଯାଉଛି। ପୁନର୍ବାର ଉକ୍ତ ସ୍କୁଲକୁ ଖୋଲିବାକୁ ଗତ ମାସରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ଜିଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଗ୍ରାମବାସୀ ସ୍କୁଲ ଖୋଲିବା ନେଇ କୌଣସି ସୂଚନା ମଧ୍ୟ ଏଯାଏ ନ ପାଇବାରୁ ପୁଣିଥରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମର ରଶ୍ମିତା ପ୍ରଧାନ, ଅନିତା ପ୍ରଧାନ, ପ୍ରଣତି ପ୍ରଧାନ, ସୁଲୋଚନା ମହାପାତ୍ର, ଅନସୂୟା ଖମାରୀ, ଶାନ୍ତି ଖମାରୀ, ଜୟନ୍ତୀ ଖମାରୀ, ସୁନିତି ଖମାରୀ,ଦିଲ୍ଲୀପ ଥାନପତି, ସୁଦର୍ଶନ ଖମାରୀ, ସତ୍ୟ ପ୍ରଧାନ,ଆନନ୍ଦ ପ୍ରଧାନ,ଚନ୍ଦନ ସନ୍ତରିଆଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଜିଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଗ୍ରାମର ମହିଳାଙ୍କୁ ମାଳିଦାଦର ଗ୍ରାମକୁ ଯାଇ ଏହାର ତଦନ୍ତ କରିବା ସହିତ ସ୍କୁଲ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri