Posted inଫୁରସତ

ସ୍ବାମୀ ବହୁତ ଭଲପାଉଛନ୍ତି, ଏଣୁ ତାଙ୍କ ସହ ରହିପାରିବି ନାହିଁ: ଏପରି ଯୁକ୍ତି କରି ମହିଳା ମାଗିଲେ ଛାଡ଼ପତ୍ର..

ସମ୍ଭଲ: ସବୁ ସ୍ତ୍ରୀ ଚାହାନ୍ତି ତାଙ୍କ ସ୍ବାମୀ ତାଙ୍କୁ ବହୁତ ଭଲପାଆନ୍ତୁ। ହେଲେ ଉତ୍ତରପ୍ରଦେଶର ସମ୍ଭଲ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ତ୍ରୀଙ୍କୁ ସ୍ବାମୀଙ୍କ ଭଲପାଇବା ଅଣନିଃଶ୍ୱାସୀ କରିବା ପରି ମନେ ହୋଇଛି। ଏଥିପାଇଁ ସେ ତାଙ୍କ ସହ ରହିବାକୁ ଚାହାନ୍ତି ନାହିଁ। ଏପରିକି ସ୍ବାମୀଙ୍କଠାରୁ ଅଲଗା ହେବାକୁ ନେଇ ସେ ଛାଡ଼ପତ୍ର ମାମଲା ଶରିୟା କୋର୍ଟରେ ଦାୟର କରିଥିବା ସୂଚନା ମିଳିଛି।

ଉକ୍ତ ଜିଲାରେ ରହୁଥିବା ଜଣେ ମହିଳା ବିବାହର ୧୮ ମାସ ପରେ ଛାଡ଼ପତ୍ର ନେବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ସ୍ବାମୀ ମହିଳାଙ୍କ ସହ ଝଗଡ଼ା କରନ୍ତି ନାହିଁ, ବରଂ ବହୁତ ଭଲପାଆନ୍ତି। ଯଦି କୌଣସି ଭୁଲ ସେ କରିଦିଅନ୍ତି, ସେ ତାଙ୍କୁ କ୍ଷମା କରିଦିଅନ୍ତି। ସବୁକଥାକୁ ହସିହସି ମାନି ନିଅନ୍ତି। ଘରର କାମରେ ସହାୟତା କରନ୍ତି। କେବେ କେବେ ତାଙ୍କ ପାଇଁ ରୋଷେଇ ମଧ୍ୟ କରିଦିଅନ୍ତି। ସ୍ବାମୀଙ୍କ ଏଭଳି ବ୍ୟବହାରକୁ ନେଇ ମହିଳା ଚିନ୍ତିତ ହୋଇପଡ଼ିଛନ୍ତି। ଏପରିକି ନିଜର ବୈବାହିକ ଜୀବନରେ ଅଣନିଃଶ୍ୱାସୀ ହେବା ମନେ କରୁଛନ୍ତି। ଏଣୁ ସେ ଛାଡ଼ପତ୍ର ନେବାକୁ ଚାହୁଁଥିବା କୋର୍ଟର ମୌଲବୀଙ୍କ ସମ୍ମୁଖରେ କହିଥିଲେ। ଏହାଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ଅପରପକ୍ଷେ ବ୍ୟକ୍ତିଙ୍କୁ ଏ ବିଷୟରେ ପଚରାଯିବାରେ ସେ ସ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି। ସବୁବେଳେ ତାଙ୍କ ଖୁସିକୁ ପ୍ରାଧାନ୍ୟ ଦେଉଥିବା କହିଥିଲେ।

ଉଭୟ ପକ୍ଷକୁ ଶୁଣିବା ପରେ ଅଦାଲତ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହେଲେ ମହିଳା ଏତିକିରେ ରହି ନ ଥିଲେ। ଏହି ମାମଲାକୁ ନେଇ ସେ ପଞ୍ଚାୟତ ମଧ୍ୟ ବସାଇଥିଲେ। ଏବେ ଉଭୟଙ୍କୁ ନିଜ ନିଜ ମଧ୍ୟରେ ମାମଲାକୁ ସମାଧାନ କରିବାକୁ କୁହାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର...

ପାବନକ୍ଷେତ୍ର ନୀଳଶୈଳ

ଯୋଗିନୀ ତନ୍ତ୍ରରେ କୁହାଗଲା, ପୁରୁଷୋତ୍ତମ କ୍ଷେତ୍ରରେ ନ ଥିଲେ ମଧ୍ୟ ଜଣେ ଦୂରରେ ରହି ଶ୍ରୀପୁରୁଷୋତ୍ତମଙ୍କ କୀର୍ତ୍ତନ କଲେ ‘ବିଷ୍ଣୁପୁର’ ଲାଭ କରିଥାଏ। ଦୂରରେ ରହି...

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଆଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ବତନ୍ତ୍ରଭାବରେ ସଜାଇଥାନ୍ତି। ଏହି ଭ୍ରୂଲତା ପାଇଁ ଏବେ ସୋସିଆଲ୍‌ ମିଡିଆରେ ସେନସେସନ୍‌ ପାଲଟିଛନ୍ତି ଆଞ୍ଝେଲିକା ପ୍ରୋଟୋଡ୍ୟାକୋନୋଭା।...

ଦିଲ୍ଲୀରୁ ଚୋରି କରି ବିହାରରେ ବାଣ୍ଟୁଥିଲେ ଟଙ୍କା, ସୁନାଗହଣା: ଧରାପଡ଼ିବା ପରେ..

ନୂଆଦିଲ୍ଲୀ: ହରିଶ୍ଚନ୍ଦ୍ରଙ୍କୁ ଦାନବୀର ବୋଲି କୁହାଯାଏ। ହେଲେ ଦିଲ୍ଲୀରେ ଏଭଳି ଜଣେ ଚୋର ଧରାପଡ଼ିଛନ୍ତି, ଯାହାଙ୍କୁ ଦାନବୀରଙ୍କଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି। କଥାଟି ସିନେମା...

ଏହି ସହରରେ ମାଗଣା ମିଳୁଛି ଇଣ୍ଟରନେଟ୍‌ ସେବା

ଆଜିର ସମୟରେ ଇଣ୍ଟର୍‌ନେଟ୍‌ ସତେ ଯେପରି ଜୀବନର ଏକ ବଡ଼ ଅଂଶ ପାଲଟିଯାଇଛି। ସେ ଘର ହେଉ କି ଅଫିସ କିମ୍ବା ସର୍ବସାଧାରଣ ସ୍ଥାନ। ସବୁଠି...

ଜୀବିତ ସ୍ବାମୀଙ୍କ କବର ତିଆରି କଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଜଣେ ବ୍ୟକ୍ତିଙ୍କ ଫୋନ୍‌ ୪ ମାସ ଧରି ବାଜୁ ନ ଥିଲା। ଫୋନ୍‌ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ...

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ...

ଚିନ୍ତାରେ ବିଶେଷଜ୍ଞ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିଟରେ ୨ ମାସ ପରେ ମଧ୍ୟ ଦେଖାଯାଉଛି ଲକ୍ଷଣ

ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି।...

Advertisement
Archives

Model This Week