Posted inଜାତୀୟ

ଖାକି ପୋଷାକରେ ରିଭଲଭର ଲଗାଇବା ମହିଳା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା

ଉତ୍ତରପ୍ରଦେଶର ଆଗ୍ରାରେ ଖାକି ପୋଷାକ ପିନ୍ଧି ମହିଳା କନଷ୍ଟେବଳ ଛାତିରେ ରିଭଲଭର ଲଗାଇ ଅଭିନୟ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ପୋଜ୍‌ରେ ସେ ଏକ ଗ୍ୟାଙ୍ଗଷ୍ଟର ପରି ଦେଖାଯାଉଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ମହିଳା କନଷ୍ଟେବଳଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏସ୍‌ଏସ୍‌ପି ତାଙ୍କୁ ନୋଟିସ ଜାରି କରିଛନ୍ତି। ମହିଳା କନଷ୍ଟେବଳ ପ୍ରିୟଙ୍କା ମିଶ୍ର ନିଜ କୋଠରି ଭିତରେ ରିଭଲଭର ଲଗାଇ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଛି। କାରଣ ଜଣେ ଦାୟିତ୍ୱବାନ ତଥା କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ ଗ୍ୟାଙ୍ଗଷ୍ଟର ପରି ନଜର ଆସିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।

ଭିଡିଓରେ ସେ କହିଛନ୍ତି, ହରିୟାଣା-ପଞ୍ଜାବ ତ ଏମିତିରେ ବଦ୍‌ନାମ। ଆଉ କେବେ ଉତ୍ତରପ୍ରଦେଶ। ରଙ୍ଗବାଜି କ’ଣ ହେଉଛି ଆସ ତୁମକୁ କହିବି। ପ୍ରିୟଙ୍କାଙ୍କ ଏହି ଭିଡିଓ ଦେଖି ଏସ୍‌ଏସ୍‌ପି ଥାନାକୁ ଡକାଇଥିଲେ। ଏହା ପରେ ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମରୁ ଭିଡିଓଟିକୁ ଡିଲିଟ୍‌ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର-ସୁରକ୍ଷାକର୍ମୀ ହାତାହାତି: ଲାଠିଚାର୍ଜ, ଫାୟାରିଂ ଯୋଗୁ ଲୋକେ ଆତଙ୍କିତ

ପାଟନା,୭।୧୧: ବିହାରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟର ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଛନ୍ତି। ପୂର୍ଣିଆର ଧମଦାହା ଆସନର ଅଲିଗଞ୍ଜ୍‌ ସ୍ଥିତ ବୁଥ୍‌...

୩୦% କମିଲା ସିବିଏସ୍‌ଇ ସିଲାବସ୍‌

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଏହାର ସିଲାବସ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।...

ରାଷ୍ଟ୍ରପତି ହେବା ଲାଗି ଆବେଦନ

ନୂଆଦିଲ୍ଲୀ,୨୨ା୧୦: ଭାରତର ରାଷ୍ଟ୍ରପତି ନିଯୁକ୍ତ ହେବା ଲାଗି କିଶୋର ଜଗନ୍ନାଥ ସାଓ୍ବନ୍ତ ନାମକ ବ୍ୟକ୍ତିଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଭବିଷ୍ୟତରେ ତାଙ୍କର ଏଭଳି...

ଗୌତମ ଆଦାନୀଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୧୭।୮: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଗୌତମ ଆଦାନୀ ବର୍ତ୍ତମାନ ଭିଭିଆଇପି ସୁରକ୍ଷା ଅଧୀନରେ ରହିବେ। ଗୌତମଙ୍କୁ ଜେଡ୍‌ ବର୍ଗର...

ଆଣ୍ଡାମାନରେ ୧୦ କରୋନା ପଜିଟିଭ୍‌

ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ...

ଉତ୍ତରାଖଣ୍ଡର ଚାମୋଲିରେ ପୁଣି ହିମସ୍ଖଳନ : ରିଷି ଗଙ୍ଗା ନଦୀରେ ବଢ଼ିଲା ଜଳସ୍ତର

ଚାମୋଲି,୨୩।୪: ଭାରତ-ଚାଇନା ସୀମାକୁ ଲାଗିଥିବା ଉତ୍ତରାଖଣ୍ଡର ଚାମୋଲି ଜିଲାର ସୁମନା ଗାଁରେ ପୁଣି ଥରେ ଘଟିଛି ହିମସ୍ଖଳନ। ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇଥିବା...

ନେଇଗଲେ ମୋବାଇଲ ଟାଓ୍ବାର

ବେଙ୍ଗାଲୁରୁ,୨୨।୧: ବେଙ୍ଗାଲୁରୁରୁ ଚଳିତ ମାସରେ ୨ଟି ମୋବାଇଲ ଟାଓ୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ହ୍ବାଇଟ୍‌ ଫିଲ୍ଡ ଡିଭିଜନ ଅଧୀନ ମହାଦେବପୁରରୁ ଏକ ଟାଓ୍ବାର ଚୋରି...

ବିଦ୍ୟୁତ୍‌ ବିଲ୍‌ ଦେଖି ଅସୁସ୍ଥ ହୋଇପଡ଼ିଲେ ବ୍ୟକ୍ତି, ହସ୍ପିଟାଲରେ ଭର୍ତ୍ତି

ଭୋପାଳ,୨୭।୭: ମଧ୍ୟପ୍ରଦେଶରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍‌...

Advertisement
Archives

Model This Week