ମହିଳା ବିଷ ପିଇ ମୃତ୍ୟୁ ଘଟଣା: ସ୍ବାମୀ କୋର୍ଟ ଚାଲାଣ

କୋକସରା,୧୩ା୫(ଡି.ଏନ୍‌.ଏ.): ବିଷ ପିଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତ ଝିଅଙ୍କ ବାପା ପରୀକ୍ଷିତ ନାଏକ କୋକସରା ଥାନାରେ ଜ୍ବାଇଁ ଘାସିରାମଙ୍କ ନାଁରେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଶନିବାର ଅଭିଯୁକ୍ତ ଘାସିରାମ ନାଏକ(୨୫)ଙ୍କୁ କୋର୍ଟ ଚାଲାଣ କରିଛି କୋକସରା ପୋଲିସ। ସୂଚନାନୁସାରେ କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଡାଳିମ୍ବ ନାଏକ (୨୦) ଗତକାଲି ବିଷପାନ କରି ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ସ୍ତ୍ରୀ ଝଗଡ଼ା କରି ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ବାମୀ ଘାସିରାମ କହିଥିବା ବେଳେ ମୃତ ଡାଳିମ୍ବଙ୍କ ବାପା ବିଷ ପିଆଇ ମୋ’ ଝିଅକୁ ମାରି ଦିଆଯାଇଛି ବୋଲି କୋକସରା ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ବାମୀ ଘାସିରାମ ନାଏକକୁ କେସ୍‌ ନମ୍ବର ୧୩୮/୨୩ରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା କୋକସରା ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କୁ ମାଡ଼ମାରି ନେଇଗଲେ ୬.୭୨ଲକ୍ଷ

ବେଗୁନିଆ,୨୮।୧(ଡି.ଏନ୍‌.ଏ.): ବେଗୁନିଆ ଥାନା ଅଧୀନ ପିଚୁକୁଳି-ସାନପଦର ଗ୍ରାମ ମଧ୍ୟରେ ଥିବା କେନାଲ ନିକଟରେ ମଙ୍ଗଳବାର ରାତିରେ କେତେଜଣ ଦୁର୍ବୃତ୍ତ ଦୁଇ ଗୋରୁ ବ୍ୟବସାୟୀଙ୍କୁ ମାଡ଼ମାରି ୬,୭୨,୦୦୦ଟଙ୍କା...

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୧୨।୮(ବ୍ୟୁରୋ)-ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ବୁଧବାର ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଚଳିତ ମାସ ୨୩...

‘ନିର୍ବାଚନରେ କଳାଧନ ରୋକିବାକୁ ନିଆଯିବ ପଦକ୍ଷେପ’

କଟକ ଅଫିସ,୭ା୩: ଗତ ସାଧାରଣ ନିର୍ବାଚନରେ ବିପୁଳ ପରିମାଣରେ କଳାଧନ ବ୍ୟବହାର ହୋଇଛି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା, ନିଶାଦ୍ରବ୍ୟ ଏବଂ ଅଳଙ୍କାର...

ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ...

ଖୁଣ୍ଟ ଅଛି, ମିଟର ବସିଛି, ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୧୧ା୬(ସ୍ବ.ପ୍ର.): ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବହୁ ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଛି, ଘରେ ମିଟର ଓ ପାଇପ ଲଗାଯାଇଛି କିନ୍ତୁ ଲୋକମାନେ ବର୍ଷବର୍ଷ...

ସ୍କୁଲରେ ଶିକ୍ଷା ପୂର୍ବରୁ ଦକ୍ଷତା ଟେଷ୍ଟ

ଅନୁଗୋଳ ଅଫିସ, ୧୦।୧୦ କରୋନା କାରଣରୁ ଗତ ମାର୍ଚ୍ଚରୁ ସ୍କୁଲ ବନ୍ଦ ହେବା ପରେ କେବଳ ଅନ୍‌ଲାଇନ୍‌ ଶିକ୍ଷା ହିଁ ଏକମାତ୍ର ଭରସା ପାଲଟିଛି। ହେଲେ...

ସହାୟତା ଅପେକ୍ଷାରେ ‘ପ୍ରମିଳା’

ରାଇସୁଆଁ/କେନ୍ଦୁଝର, ୨୫।୯(ଡି.ଏନ.ଏ./ସ୍ବ.ପ୍ର.)-ସରକାର ଗରିବ ଅସହାୟଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମନୋଭାବର ଅଭାବ ଯୋଗୁ ବହୁ ଗରିବ ଅସହାୟ ସରକାରଙ୍କ...

ରୋଷେଇ କଲା ସମୟରେ ଭୟାବହ ଅଗ୍ନିକାଣ୍ଡ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ନୟାଗଡ଼ ଅଫିସ, ୩୧।୮: ରୋଷେଇ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ଏଭଳି ଅଭାନୀୟ ଘଟଣା ଘଟିଛି...

Advertisement
Archives

Model This Week