୨୭ ତାରିଖରୁ ନିଖୋଜ ଥିଲେ ମହିଳା, କ୍ୟାବିନ୍‌ରୁ ଦୁର୍ଗନ୍ଧ ଆସିବାରୁ ସାମ୍ନାକୁ ଆସିଲା ସତ

ପଟ୍ଟାମୁଣ୍ଡାଇ,୩୧ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲିଟି ଭେଣ୍ଡିଂଜୋନ୍‌ କ୍ୟାବିନ୍‌ରୁ ରବିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଆଳି ନରେନ୍ଦ୍ରପୁର ଗ୍ରାମର ବନ୍ଦିତା ରାଉତ ବୋଲି ଜଣାଯାଇଛି। ତାଙ୍କ ବାପଘର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବୋଧଗାଁ। ସେ ଗତ ୨୭ ତାରିଖରୁ ନିଖୋଜ ଥିଲେ। ଏ ନେଇ ତାଙ୍କ ବାପଘର ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା ପଟ୍ଟାମୁଣ୍ଡାଇ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ମୃତକଙ୍କ ବାପଘର ଲୋକେ କହିବାନୁଯାୟୀ ମୃତକ ମହିଳା ବନିତା ତାଙ୍କର ଶାଶୁଘର ଆଳି ବ୍ଲକ ନରେନ୍ଦ୍ରପୁର ଅଞ୍ଚଳର ଗତ ୧୩ ବର୍ଷ ତଳେ ବିବାହ କରିଥିଲେ। ହେଲେ ତାଙ୍କ ସ୍ବାମୀ ବିଦେଶରେ ରହୁଥିଲେ। ଗତ ୨୭ ତାରିଖରୁ ସେ କୁଆଡ଼େ ପଳେଇଯାଇଛନ୍ତି ବୋଲି ତାଙ୍କ ଝିଆରୀ ଜଣାଇଥିଲେ। ବାପଘର ଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ଶ୍ୱଶୁର ଘର ବିରୋଧରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ।
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲିଟି ଭେଣ୍ଡିଂଜୋନ୍‌ ରହିଛି। ମୃତଦେହ ଜବତ ହୋଇଥିବା ୩୧ନଂ କ୍ୟାବିନ୍‌ ପୌରପରିଷଦ ପକ୍ଷରୁ ବେଲତଳ ଅମୂଲ୍ୟ ନାୟକଙ୍କ ନାମରେ ଆଲର୍ଟ ହୋଇଥିଲା ମାତ୍ର ଅମୂଲ୍ୟ ଏହି କ୍ୟାବିନ୍‌କୁ ଯାଜପୁର ଜିଲା ବରି ଅଞ୍ଚଳର ସନ୍ତୋଷ ଓରଫ ବାଇଆକୁ ଭଡ଼ା ସୂତ୍ରରେ ଦେଇଥିଲେ। ବାଇଆ ସେଠାରେ ଚକୁଳି ପିଠା ବ୍ୟବସାୟ କରୁଥିଲେ। ଗତ କିଛିଦିନ ହେବ କ୍ୟାବିନ୍‌ ବନ୍ଦ ରହିଥିଲା। ରବିବାର ସକାଳେ କ୍ୟାବିନ୍‌ରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଦୋକାନୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଅତିରିକ୍ତ ତହସିଲଦାର ସେଠାରେ ପହଞ୍ଚି ମୃତଦେହ ଜବତ କରି ଛାନ୍‌ଭିନ୍‌ ଚଳାଇଛନ୍ତି। ଘଟଣା ପ୍ରଚାର ହେବା ପରେ ଲୋକେ ଭିଡ଼ ଜମିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri