ମହିଳା ମାଓବାଦୀ, ତାଙ୍କ ସମର୍ଥକ ଗିରଫ

ନବରଙ୍ଗପୁର/ରାଇଘର, ୨୫।୧(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ପୋଲିସ ମେନପୁର ନୂଆପଡ଼ା ଡିଭିଜନର ଜଣେ ମହିଳା ମାଓବାଦୀ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରିଛି। ଏନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଗିରଫ ମହିଳା ମାଓବାଦୀ ହେଲେ ଛତିଶଗଡ଼ ରାଜ୍ୟ ସୁକ୍‌ମା ଜିଲା ଗୋରିଆସ ଥାନା ଅଧୀନ ମଟୋଡ଼ି ଗାଁର ପୋଜେ ମାଣ୍ଡବୀ ଓରଫ ଅନୀତା(୨୫)। ଅନ୍ୟପକ୍ଷରେ ସହଯୋଗୀ ଜଣକ ହେଲେ ନୂଆପଡ଼ା ଜିଲା ସେନାପଲି ଥାନା ଅଞ୍ଚଳର ସମୁଦ୍ର ବାଘ। ସେ କ୍ୱାକ୍‌ ଭାବେ କାମ କରନ୍ତି। ପୋଜେ ମାଣ୍ଡବୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବାବେଳେ ରାଇଘର ହାତୀଗାଁ ସଂରକ୍ଷିତ ଜଙ୍ଗଲରୁ ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ କୋମ୍ବିଂ ଅପରେଶନ କରି ସେମାନଙ୍କୁ ଗିରଫ କରିଛନ୍ତି ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
୨୦୧୦ରେ ମାଓବାଦୀ ନେତା ରମେଶଙ୍କ ସହଯୋଗୀ ଭାବେ ପୋଜେ କାମ କରୁଥିଲେ। ପରେ ୨୦୧୦ରୁ ୨୦୧୩ ବଡ଼ଚଟିଆ ଏଲ୍‌ଓସିରେ କାମ କରୁଥିବାବେଳେ ତାଙ୍କୁ ମେନପୁର ନୂଆପଡ଼ା ଡିଭିଜନଙ୍କୁ ବଦଳି କରାଯାଇଥିଲା। ଏହାପରେ ମୁରଲୀ ଓରଫ ସଂଗ୍ରାମ ଓରଫ ମାଳା ରାଜିରେଡ୍ଡୀଙ୍କ ସହଯୋଗୀ ଭାବେ ପୋଜେ କାମ କରୁଥିଲେ। ସେ ୩୦୩ ରାଇଫଲ ପରିଚାଳନା କରୁଥିଲେ। ୨୦୧୯ରେ ଗୁଡୁ ଓରଫ ଜୟରାମଙ୍କ ସୁରକ୍ଷାରେ ତାଙ୍କୁ ନିୟୋଜିତ କରାଯାଇଥିଲା। ପୋଜେ ନୂଆପଡ଼ା, କଳାହାଣ୍ଡି, ଗରିଆବନ୍ଦ, ଜିଲାରେ ଅନେକ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ନୂଆପଡ଼ା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାୟାରିଂ କେସ୍‌ରେ ପୋଜେଙ୍କ ନାଁ ରହିଛି। ନବରଙ୍ଗପୁର ଜିଲାରେ ପୋଷ୍ଟର ମରା କାମରେ ସେ ଜଡ଼ିତ ଥିବା ଖବରଦାତା ସମ୍ମିଳନୀରେ ଡିିଆଇଜି ସୂଚନା ଦେଇଛନ୍ତି। ସମୁଦ୍ର ବାଘ ୨୦୧୭ରୁ ମାଓବାଦୀଙ୍କ ସହଯୋଗୀଭାବେ ଜଡ଼ିତ ଅଛନ୍ତି ବୋଲି ଡିଆଇଜି ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ନବରଙ୍ଗପୁର ଏସ୍‌ପି ଏସ୍‌. ସୁଶ୍ରୀ ଓ ସିଆର୍‌ପିଏଫ୍‌ ୧୨ ବାଟାଲିୟନ କମାଣ୍ଡାଣ୍ଟ ଏନ୍‌. କେ.କେ. ପ୍ରସାଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri