Posted inଫୁରସତ

ଘିଅ, ଲହୁଣୀ ଖାଇ ୫୦ କେଜି ଓଜନ କମାଇଲେ ମହିଳା

ଆଜିର ସମୟରେ ଲୋକମାନେ ଫିଟ୍‌ନେସ୍‌ ବିଷୟରେ ବହୁତ ସଚେତନ। ଅଧିକାଂଶ ଲୋକ ଫିଟ୍‌ ରହିବା ପାଇଁ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଭବିଷ୍ୟତରେ ସେପରି ରୋଗବ୍ୟାଧି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏବେ ସୋସିଆଲ ମିଡିଆରେ ଓଜନ ହ୍ରାସର ଅନେକ କାହାଣୀ ଶେୟାର କରାଯାଉଛି। କିଛି ଲୋକ ଏହି ପଦ୍ଧତିଗୁଡ଼ିକର ସହଜ ଉପାୟ ଅବଲମ୍ବନ କରି ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।

କାନାଡାର ଆଣ୍ଟାରିଓରେ ରହୁଥିବା ଆଲିସ ସୋସିଆଲ ମିଡିଆରେ ନିଜର ଓଜନ ହ୍ରାସ ବିଷୟରେ ଏକ କାହାଣୀ ଶେୟାର କରିଛନ୍ତି। ସେ କହିଛନ୍ତି, ଓଜନ କମାଇବାକୁ ଘିଅ ଏବଂ ଲହୁଣୀ ଖାଇଥାନ୍ତି। ଏମିତି ଖାଇ ସେ ନିଜ ଓଜନ ୫୦ କିଲୋଗ୍ରାମ କମାଇଛନ୍ତି। ଖାଲି ଏତିକି ନୁହେଁ ଓଜନ କମାଇବା ପାଇଁ ତାଙ୍କୁ ବ୍ୟାୟାମ କରିବାର ମଧ୍ୟ ଆବଶ୍ୟକତା ପଡ଼ି ନ ଥିଲା। କେବଳ ଗୋଟିଏ ଡାଏଟ ଅନୁସରଣ କରି ସେ ଏତେ ଓଜନ ହ୍ରାସ କଲେ ଯେ, ତାଙ୍କ ସ୍ବାମୀ ମଧ୍ୟ ତାଙ୍କ ନୂଆ ଚେହେରା ଦେଖି ବିଶ୍ୱାସ କରିପାରିଲେ ନାହିଁ।

ଓଜନ ହ୍ରାସ କରିବା ଚିନ୍ତା ଆଲିସଙ୍କ ମନରେ କେବେ ଆସି ନ ଥିଲା। ଏହାର କାରଣ ଥିଲା ତାଙ୍କ ସ୍ବାମୀ ଦେଇଥିବା ପ୍ରେମ। ତାଙ୍କ ସ୍ବାମୀ ତାଙ୍କୁ ସବୁବେଳେ ସୁନ୍ଦର ବୋଲି କହୁଥିଲେ। କିନ୍ତୁ ଯେତେବେଳେ ସେ ୨୦୨୦ରେ ତାଙ୍କ ବିବାହ ଗାଉନ ପିନ୍ଧିଥିଲେ ତାହା ତାଙ୍କୁ ହୋଇ ନ ଥିଲା। ସେହିଦିନଠାରୁ ସେ ଓଜନ ହ୍ରାସ କରିବା ପାଇଁ ଚାହୁଁଥିଲେ।

ଆଲିସ କହିଛନ୍ତି, ସେ ଚିକେନ, ମାଛ, ଦହି, ପନିର, ଲହୁଣୀ ଏବଂ ଘିଅ ସହିତ ଡାର୍କ ଚକୋଲେଟ ଖାଉଥିଲେ। ଏସବୁ ଖାଦ୍ୟ ଖାଇବା ପରେ ମଧ୍ୟ ତାଙ୍କର ଓଜନ ହ୍ରାସ ପାଇଲା। ପ୍ରାୟ ଦୁଇ ବର୍ଷ ହେଲାଣି ଆଲିସ ତାଙ୍କ ଓଜନ କମାଇ ଚାଲିଛନ୍ତି। ଲୋକମାନେ ବି ତାଙ୍କ ଓଜନ ହ୍ରାସ ଦ୍ୱାରା ଅନୁପ୍ରାଣୀତ ହୋଇ ସେହି ଉପାୟ ସବୁ ଅବଲମ୍ବନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri