
ପାରଳାଖେମୁଣ୍ଡି,୧୨ା୩: ଗଜପତି ଜିଲା ପାରଳାଖେମୁଣ୍ଡି ନଗରମ ପଲ୍ଲୀ ସାହିରେ ହୋଇଥିବା ହତ୍ୟା ଘଟଣାରେ ମୃତ ଜଗଦୀଶଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ତ୍ରୀ ହରିଙ୍କୁ ଗିରଫ କରି ପାରଳାଖେମୁଣ୍ଡି ପୋଲିସ ମଙ୍ଗଳବାର ସିନ୍ ରିକ୍ରିଏସନ କରିଥିଲା। ଆଜି ସମସ୍ତ ଦିଗକୁ ତଦନ୍ତ ପରେ ପୋଲିସ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ଘଟଣାଟି କିଛି ଏମିତି ଜଗଦୀଶ ଓ ତାଙ୍କ ସ୍ତ୍ରୀ ହରି ଉଭୟ ପ୍ରେମ ବିବାହ କରି କିଛିଦିନ ଗୁଣୁପୁରୁ ନିକଟସ୍ଥ ମାଛକୁଣ୍ଡ ଗ୍ରାମରେ ରହି ଆସୁଥିଲେ, ଗତ ଦୁଇ ମାସ ତଳେ ରୋଜଗାର ପାଇଁ ସ୍ତ୍ରୀଙ୍କ କଥା ଅନୁସାରେ ଉଭୟ ଆସି ପାରଳାଖେମୁଣ୍ଡିଠାରେ ଏକ ଭଡ଼ାଘରେ ରହୁଥିଲେ। କିଛିଦିନ ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଗତ ୮ତାରିଖ ଦିନ ଉଭୟ ଉଭୟଙ୍କ ଚରିତ୍ରକୁ ନେଇ ସଂହାର କରି ଶେଷରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ସ୍ତ୍ରୀ ଉତ୍କ୍ଷିପ୍ତ ହୋଇ ପରିବା କଟା ଛୁରି ସାହାଯ୍ୟରେ ସ୍ବାମୀ ଜଗଦୀଶଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଜଗଦୀଶଙ୍କ ଛାତି ଓ ବେକରେ ଗଭୀର ଆଘାତ ଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ଜଗଦୀଶଙ୍କ ମୃତ୍ୟୁ ହୋଇଥିଲା, ଏହାପରେ ସ୍ତ୍ରୀ ହରି ନିଜ ଦୋଷକୁ ଲୁଚାଇବାକୁ ଯାଇ ହତ୍ୟାରେ ବ୍ୟବହୃତ ଛୁରିକୁ ନିଜ ବାଡ଼ିପଟ ନାଳରେ ଛୁରିକୁ ଫୋପାଡ଼ି ତରତର ହୋଇ ବ୍ୟାଗ୍ ଧରି ନିଜ ବାପଘରକୁ ଚାଲିଯାଇଥିଲେ। ଘର ମାଲିକଙ୍କଠାରୁ ଖବର ପାଇ ପୋଲିସ ତଦନ୍ତ କରିବା ସମୟରେ ସେଠାକାର ପାରିପାର୍ଶ୍ୱିକ ସ୍ଥିତି ଏବଂ ଗତକାଲି ସିନ୍ ରିକ୍ରିଏସନ ବେଳେ ମିଳିଥିବା ତଥ୍ୟ ଓ ବୟାନକୁ ଆଧାର କରି ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ସ୍ତ୍ରୀ ପୋଲିସଙ୍କ ତଦନ୍ତ ବେଳେ ସମସ୍ତ ଦୋଷ ସ୍ବୀକାର କରିଥିବା ଗଜପତି ଏସ୍ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।