ପାରାଦୀପରେ ପର୍ଯ୍ୟଟକଙ୍କ ଭିଡ଼

ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୨ ବର୍ଷର ଶେଷ ବୁଧବାର ପାରାଦୀପ ଦୁଇଟି ଘଟଣା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। ପାରାଦୀପରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ବିଶେଷକରି ନେହେରୁ ବଙ୍ଗଳା ମହାନଦୀ ମୁହାଣ ଅଞ୍ଚଳରେ ହଜାରରୁ ଅଧିକ ପର୍ଯ୍ୟଟକ ଭୋଜି କରିଛନ୍ତି। ନିକଟସ୍ଥ ମନ୍ମଦ ଉଦ୍ୟାନରେ ୫୦୦ରୁ ଅଧିକ ସ୍ଥାନରେ ଭୋଜି ହୋଇଛି। ଏହାବ୍ୟତୀତ ସମୁଦ୍ର ବେଳାଭୂମି, ସାମୁଦ୍ରିକ ଜଳଜୀବ ସଂଗ୍ରହାଳୟ, ୫ ନଂ. ଗେଟ୍‌ ପାଖ ବନ୍ଦର ନିଷିଦ୍ଧାଞ୍ଚଳର ପଣ୍ୟବାହୀ ଜାହାଜ ଦେଖିବା ପାଇଁ ପର୍ଯ୍ୟଟକ ରାତି ପର୍ଯ୍ୟନ୍ତ ଭିଡ ଲଗାଇଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ପାରାଦୀପର ଅଠରବାଙ୍କିଠାରୁ ଦୋଛକି ଏବଂ ଅଠରବାଙ୍କିଠାରୁ ନେହେରୁ ବଙ୍ଗଳା ରାସ୍ତା ପଣ୍ୟବାହୀ ଭାରୀଯାନ ଯୋଗୁ ଦିନ ତମାମ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ ହୋଇପଡିଥିଲା। ବିଶେଷକରି ଅଠରବାଙ୍କି ଦୋଛକି ୩ ଥାକିଆ ରାସ୍ତାର ୨ ରାସ୍ତା ମଙ୍ଗଳବାର ରାତି ୧୧ଟାରୁ ବୁଧବାର ସକାଳ ଯାଏ ସମ୍ପୂର୍ଣ୍ଣ ଜାମ୍‌ ହୋଇଥିଲା। ସେହି ରାସ୍ତାରେ ଫଶିଥିବା ଅନେକ ଲୋକ ରାତିତମାମ ଗାଡିରେ ରହିଥିଲେ ବୋଲି ପାରାଦୀପର ଶ୍ରୀକାନ୍ତ ପରିଡା ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାତିରେ କେତେଗୋଟି ଭାରୀଯାନ ଓଭରଟେକ୍‌ କରି ମଝି ରାସ୍ତାରେ ପଶିଯିବାରୁ ରାସ୍ତା ଜାମ୍‌ ହୋଇଯାଇଥିଲା ବୋଲି ଲକ୍‌ ଥାନା ଅଧିକାରୀ ଭାବଗ୍ରାହୀ ରାଉତ କୁହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭।୪: ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ୍‌...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri