Posted inଜାତୀୟ

ବୋମା ପକାଇଥିବା ବୁର୍ଖା ପିନ୍ଧା ମହିଳା ଧରାପଡ଼ିଲେ

ଜମ୍ମୁ,୧।୪: ଜମ୍ମୁ-କଶ୍ମୀରର ସୋପୋରେ ଅଞ୍ଚଳରେ ସୁରକ୍ଷା ବଳର ବଙ୍କର ଉପରେ ପେଟ୍ରୋଲ ବୋମା ପକାଇଥିବା ବୁର୍ଖା ପିନ୍ଧା ମହିଳା ଧରା ପଡ଼ିଛନ୍ତି। ମହିଳା ଜଣଙ୍କୁ ହସିନା ଆଖତର ଭାବେ ଚିହ୍ନଟ କରାଯାଇଛି। ବାରାମୁଲା ବାସିନ୍ଦା ପ୍ରତିବନ୍ଧିତ ମହିଳାଙ୍କ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଦୁଖତାରାନ-ଇ-ମିଲାତ ସହ ଜଡ଼ିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ହସିନାଙ୍କ ଉପରେ ପୂର୍ବରୁ ୩ଟି ୟୁଏପିଏ(ଦେଶ ଦ୍ରୋହ) ଅଧୀନରେ ମାମଲା ଚାଲଛି। କିଛି ମାସ ତଳେ ତାଙ୍କୁ ଜାମିନରେ ଛଡ଼ା ଯାଇଥିଲା।

ମହିଳା ଜଣଙ୍କ ବୁର୍ଖାରେ ଆସି ଗତ ମଙ୍ଗଳବାର ସିଆର୍‌ପିଏଫ୍‌ କ୍ୟାମ୍ପ ଉପରେ ପେଟ୍ରୋଲ ବୋମା ପକାଇଥିଲେ। କିନ୍ତୁ ବୋମାଟି କ୍ୟାମ୍ପର ଗେଟ ଆଗରେ ଫାଟି ଯାଇଥିଲା। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଥିଲା।

ବୋମା ଆକ୍ରମଣ ପରେ ସେ ଗିରଫ ହେବାରୁ ବର୍ତ୍ତିବା ପାଇଁ ସେ ଫେରାର ହୋଇଯାଇଥିଲେ। କିନ୍ତୁ ସିସିଟିଭି ଆଧାରରେ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ସୋପୋରେ ପୋଲିସ ତାଙ୍କୁ ଗୁରୁବାର ଗିରଫ କରିଥିବା ବରିଷ୍ଠ ପୋଲିସ ଅଧିକାରୀ ବିଜୟ କୁମାର କହିଛନ୍ତି। ମହିଳାଙ୍କ ସ୍ବାମୀ ସେନା ଉପରେ ପଥର ଫୋପାଡ଼ିବା ପାଇଁ ସର୍ବସାଧାରଣଙ୍କ ସୁରକ୍ଷା ଆଇନରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri