
ଲକ୍ଷ୍ନୌ,୨୭ା୮: ବିବାହର କିଛିଦିନ ପରେ ନବବଧୂଙ୍କ ପେଟ ଫୁଲିବାରୁ ଏହା ଗ୍ୟାସ ଯୋଗୁ ପେଟ ଫୁଲୁଛି ବୋଲି ସେ କହିଥିଲେ। ମାତ୍ର ଯେତେବେଳେ ଅଲଟ୍ରାସାଉଣ୍ଡ ହେଲା ସେତେବେଳେ ସମସ୍ତ ପୋଲ୍ ଖୋଲିଗଲା। ଏହା ପରେ ସ୍ବାମୀ କୋର୍ଟର ଦ୍ୱାରସ୍ଥ ହୋଇ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି।
ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମହିଳା ବିବାହର ୩ ମାସ ପରେ ମା’ ହୋଇଛନ୍ତି। ଆରମ୍ଭରେ ଯେତେବେଳେ ମହିଳାଙ୍କ ଶରୀରରେ କିଛି ପରିବର୍ତ୍ତନ ହେଲା ସ୍ବାମୀ ତାଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ। ସେତେବେଳେ ସ୍ତ୍ରୀ କହିଲେ ଗ୍ୟାସ ଯୋଗୁ ତାଙ୍କ ପେଟ ଫଲୁଛି। ଏହାକୁ ସ୍ବାମୀ ଏତେ ଗୁରୁତର ସହ ନେଇ ନ ଥିଲେ। ଦିନକୁ ଦିନ ସ୍ବାସ୍ଥ୍ୟରେ ପରିବର୍ତ୍ତନ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ନେଇଥିଲେ। ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା।
ମାର୍ଚ୍ଚ ୧୮ରେ ଲୋହିଆନଗରରେ ରହୁଥିବା ଜଣେ ଯୁବତୀଙ୍କର ମୋହନନଗରର ଯୁବକଙ୍କ ସହ ବିବାହ ହୋଇଥିଲା। ବିବାହର କିଛିଦିନ ମଧ୍ୟରେ ତାଙ୍କ ପେଟ ଫୁଲିବାରେ ଲାଗିଥିଲା। ଏହା ଦେଖି ସ୍ବାମୀ ତାଙ୍କୁ ବାରମ୍ବାର ଏହାର କାରଣ ପଚାରୁଥିଲେ ମଧ୍ୟ ମହିଳା ଜଣକ ଟାଳି ଦେଉଥିଲେ। କିନ୍ତୁ ପେଟ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଲା। ଏଥର ମହିଳା ଜଣକ ସ୍ବାମୀଙ୍କୁ କହିଲେ ମୁଁ ମା’ ହେବାକୁ ଯାଉଛି। ଏଥିରେ ଖୁସିରେ ଗୋଡ଼ ତଳେ ଲାଗି ନ ଥିଲା ସ୍ବାମୀଙ୍କର। ସେ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ସେଠାରେ କହିଥିଲେ ଯେ, ମହିଳା ଜଣକ ୮ ମାସର ଗର୍ଭବତୀ। ଏହା ପରେ ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା।
ବିବାହକୁ ୩ ମାସ ହୋଇଥିବା ବେଳେ ସେ ୮ ମାସର କେମିତି ଗର୍ଭବତୀ ହେଲେ ବୋଲି ଶାଶୁଘର ଲୋକେ ଚିନ୍ତାରେ ପଡ଼ିଥିଲେ। ଏହା ପରେ ଝିଅର ବାପଘର ଲୋକଙ୍କୁ ଖବର ଦେବା ସହ ଝିଅକୁ ଆସି ନେଇଯାଅ ବୋଲି କହିଥିଲେ। ବାପଘର ଲୋକେ ପହଞ୍ଚି ଝିଅକୁ ଘରକୁ ନେଇ ଯାଇଛନ୍ତି। ସେ ଜୁନ୍ ୨୬ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରି ଏବେ କୋର୍ଟର ଆଶ୍ରୟ ନେଇଛନ୍ତି ସ୍ବାମୀ।