Posted inଜାତୀୟ

ବିବାହର ୩ ମାସ ପରେ ସନ୍ତାନ ପ୍ରସବ କଲେ ମହିଳା, ସ୍ବାମୀ ଗଲେ କୋର୍ଟ; ପୂରା କାରଣ ଜାଣିଲେ…

ଲକ୍ଷ୍ନୌ,୨୭ା୮: ବିବାହର କିଛିଦିନ ପରେ ନବବଧୂଙ୍କ ପେଟ ଫୁଲିବାରୁ ଏହା ଗ୍ୟାସ ଯୋଗୁ ପେଟ ଫୁଲୁଛି ବୋଲି ସେ କହିଥିଲେ। ମାତ୍ର ଯେତେବେଳେ ଅଲଟ୍ରାସାଉଣ୍ଡ ହେଲା ସେତେବେଳେ ସମସ୍ତ ପୋଲ୍‌ ଖୋଲିଗଲା। ଏହା ପରେ ସ୍ବାମୀ କୋର୍ଟର ଦ୍ୱାରସ୍ଥ ହୋଇ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି।

ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମହିଳା ବିବାହର ୩ ମାସ ପରେ ମା’ ହୋଇଛନ୍ତି। ଆରମ୍ଭରେ ଯେତେବେଳେ ମହିଳାଙ୍କ ଶରୀରରେ କିଛି ପରିବର୍ତ୍ତନ ହେଲା ସ୍ବାମୀ ତାଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ। ସେତେବେଳେ ସ୍ତ୍ରୀ କହିଲେ ଗ୍ୟାସ ଯୋଗୁ ତାଙ୍କ ପେଟ ଫଲୁଛି। ଏହାକୁ ସ୍ବାମୀ ଏତେ ଗୁରୁତର ସହ ନେଇ ନ ଥିଲେ। ଦିନକୁ ଦିନ ସ୍ବାସ୍ଥ୍ୟରେ ପରିବର୍ତ୍ତନ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ନେଇଥିଲେ। ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା।

ମାର୍ଚ୍ଚ ୧୮ରେ ଲୋହିଆନଗରରେ ରହୁଥିବା ଜଣେ ଯୁବତୀଙ୍କର ମୋହନନଗରର ଯୁବକଙ୍କ ସହ ବିବାହ ହୋଇଥିଲା। ବିବାହର କିଛିଦିନ ମଧ୍ୟରେ ତାଙ୍କ ପେଟ ଫୁଲିବାରେ ଲାଗିଥିଲା। ଏହା ଦେଖି ସ୍ବାମୀ ତାଙ୍କୁ ବାରମ୍ବାର ଏହାର କାରଣ ପଚାରୁଥିଲେ ମଧ୍ୟ ମହିଳା ଜଣକ ଟାଳି ଦେଉଥିଲେ। କିନ୍ତୁ ପେଟ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଲା। ଏଥର ମହିଳା ଜଣକ ସ୍ବାମୀଙ୍କୁ କହିଲେ ମୁଁ ମା’ ହେବାକୁ ଯାଉଛି। ଏଥିରେ ଖୁସିରେ ଗୋଡ଼ ତଳେ ଲାଗି ନ ଥିଲା ସ୍ବାମୀଙ୍କର। ସେ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ସେଠାରେ କହିଥିଲେ ଯେ, ମହିଳା ଜଣକ ୮ ମାସର ଗର୍ଭବତୀ। ଏହା ପରେ ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା।

ବିବାହକୁ ୩ ମାସ ହୋଇଥିବା ବେଳେ ସେ ୮ ମାସର କେମିତି ଗର୍ଭବତୀ ହେଲେ ବୋଲି ଶାଶୁଘର ଲୋକେ ଚିନ୍ତାରେ ପଡ଼ିଥିଲେ। ଏହା ପରେ ଝିଅର ବାପଘର ଲୋକଙ୍କୁ ଖବର ଦେବା ସହ ଝିଅକୁ ଆସି ନେଇଯାଅ ବୋଲି କହିଥିଲେ। ବାପଘର ଲୋକେ ପହଞ୍ଚି ଝିଅକୁ ଘରକୁ ନେଇ ଯାଇଛନ୍ତି। ସେ ଜୁନ୍‌ ୨୬ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରି ଏବେ କୋର୍ଟର ଆଶ୍ରୟ ନେଇଛନ୍ତି ସ୍ବାମୀ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ଚହଳ! ଟିଏମସିରେ ଫାଟ ଭିତରେ ବଡ଼ କଥା କହିଦେଲେ ମମତା, ଅଭିଷେକ ବାନାର୍ଜୀ

କୋଲକାତା,୧୫।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୁଧବାର ଏକ ବିଦ୍ରୋହ ମଧ୍ୟରେ ଅଭିଷେକ ବାନାର୍ଜୀଙ୍କୁ ସମର୍ଥନ ଜଣାଇଛନ୍ତି । ଟିଏମସିକୁ ପୁନଃଗଠନ…

ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ…

ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର…

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା, ପ୍ରେମିକଙ୍କୁ କାବୁ କରି ଥାନାରେ ଜିମା ଦେଲେ ପ୍ରେମିକା

ତୁମୁଡିବନ୍ଧ,୧୫।୭(ଦୀପକ କୁମାର ପରାସେଠ): ପ୍ରେମର ମିଠା ପ୍ରତିଶ୍ରୁତି ଦେଇ ଶେଷରେ ଜୀବନ ସହ ଖେଳ। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର…

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri