ପ୍ରେମଭରା ମେସେଜ ପଠାଇ ମାସକୁ ଏତିକି ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଓ୍ବାଶିଂଟନ,୨୨ା୧: ଅର୍ଥ ରୋଜଗାର ପାଇଁ କିଏ କେତେ ପ୍ରକାର ଯୋଜନା କରିଥାନ୍ତି। ଜଣେ ମହିଳା କେବଳ ମେସେଜ ପଠାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ବ୍ୟକ୍ତି କେବଳ ମେସେଜ ପାଇଁ ଦୀର୍ଘ ୩ ବର୍ଷ ଧରି ମହିଳା ଜଣଙ୍କୁ ଲକ୍ଷାଧିକ ଟଙ୍କା ଦେଇଛନ୍ତି। ଏକଥା ଆମେ କହୁନୁ। ମହିଳା ଜଣକ ନିଜେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି।

ଆମେରିକାରେ ରହୁଥିବା ବେଲି ହଣ୍ଟର ନାମକ ଏହି ମହିଳା ଜଣକ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟରେ ଓ୍ବେଟର ଭାବରେ କାମ କରନ୍ତି। ଥରେ ଜଣେ ବ୍ୟକ୍ତି ତାଙ୍କଠାରୁ କମ୍‌ ବୟସର ଜଣେ ମହିଳାଙ୍କ ସହ ଡିନର କରିବାକୁ ଆସିଥିଲେ। ଆଉ ବେଲି ତାଙ୍କୁ ଡିନର ସର୍ଭ କରିଥିଲେ । ବିଲ୍‌ ୨୯୦୦ ଟଙ୍କା ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଟିପ୍ସ ବାବଦରେ ୭ ହଜାର ୪୦୦ ଟଙ୍କା ଦେଇଥିଲେ। ମୋଟା ଅଙ୍କର ଟିପ୍ସ ସହ ଭିଜିଟିଂ କାର୍ଡ ବି ଦେଇଥିଲେ ।

ବେଲି ଧନ୍ୟବାଦ ଜଣାଇବା ପାଇଁ ଭିଜିଟିଂ କାର୍ଡରେ ଥିବା ନମ୍ବରରେ ବ୍ୟକ୍ତିଙ୍କୁ ମେସେଜ କରିଥିଲେ। ଆଉ ମେସେଜ ପାଇଁ ବ୍ୟକ୍ତି ଜଣଙ୍କ ଲେଖିଥିଲେ- ତୁମେ ନିଆରା, ତୁମେ ଟିପ୍ସ ପାଇବାକୁ ଯୋଗ୍ୟ । ତୁମେ ଆଉ କେବେ ଡିନର ସର୍ଭ କରିବ ? ମୁଁ ଆସିବି ।

ଆଉ କିଛି ଅଧିକ ଟଙ୍କା କମାଇବାର ଆଶାରେ ବେଲି କହିଥିଲେ, ମୁଁ ଆଗକୁ ବି ଏହି ଓ୍ବେଟର କାମ କରିବି। ଏମିତି ଦିନକୁ ଦିନ ବ୍ୟକ୍ତିଙ୍କ ସହ ବେଲିଙ୍କର ସମ୍ପର୍କ ବଢ଼ିଲା। ଦୁହେଁ ଦୁଇ ବନ୍ଧୁଙ୍କ ପରି କଥାବାର୍ତ୍ତା କରନ୍ତି। ବେଲିଙ୍କ କଥାବାର୍ତ୍ତା ଏହି ବ୍ୟକ୍ତିଙ୍କ ହୃଦୟକୁ ଛୁଇଁଥିଲା।  ବେଲିଙ୍କ ଆର୍ଥିକ ସ୍ଥିତି ବିଷୟରେ ଜାଣିବା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ ୩ ବର୍ଷ ଧରି ବେଲିଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ। ଯାହାଦ୍ୱାରା କେବଳ ମେସେଜରୁ ବେଲି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଏ ହେଉଛନ୍ତି ଅସଲି ‘ବାହୁବଳୀ’

ଇଣ୍ଟରନେଟ ଦୁନିଆ ଅତ୍ୟନ୍ତ ଅଜବ। ଏଠାରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ...

ତାଲିବାନର ନିୟମ: ନେଲ୍ ପଲିସ୍ ଲଗାଇଲେ କାଟି ଦିଆଯିବ ଆଙ୍ଗୁଠି!

କାବୁଲ,୨୪ ।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ଏହାର କ୍ରୁରତା ସମ୍ପର୍କରେ ଖବର ଆସିବାରେ ଲାଗିଛି । ବିଶେଷ କରି ସୋସିଆଲ ମିଡିଆରେ ପ୍ରତିଦିନ...

ଆମେରିକା ପାଇଁ ବିପଦ ଚାଇନା କ୍ଷେପଣାସ୍ତ୍ର

ହଂକଂ,୨୦।୮: ଚାଇନା ସେନା(ପିଏଲ୍‌ଏ) ନିକଟରେ ଏମିତି କ୍ଷେପଣାସ୍ତ୍ର ରହିଛି ଯାହା ସେ ଆମେରିକାକୁ ଧମକ ଦେବାରେ ଯଥେଷ୍ଟ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ଗୁଆମ, ଜାପାନ,...

ସୂର୍ଯ୍ୟଙ୍କ ଅଦ୍ଭୁତ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌: ମହାକାଶ ସମ୍ପର୍କରେ ଏବେ ବି ଅନେକ କଥା ଅଜଣା। ହେଲେ ଏ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ନିରନ୍ତର ଉଦ୍ୟମ...

ଏମିତି ଏକ ଘର ଯାହା ଦେଖିବାକୁ କଳା

ଘର ଖାଲି ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନୁହେଁ। ତା’ ଭିତରେ ମଣିଷର ଭାବ ଜଡିତ ଥାଏ। ତେଣୁ ଘର ପ୍ରତି ଭଲ ପାଇବା ସମସ୍ତଙ୍କର...

ଜୀବିତ ସ୍ବାମୀଙ୍କ କବର ତିଆରି କଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଜଣେ ବ୍ୟକ୍ତିଙ୍କ ଫୋନ୍‌ ୪ ମାସ ଧରି ବାଜୁ ନ ଥିଲା। ଫୋନ୍‌ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ...

ୟୁକ୍ରେନ୍‌ର ବହୁ ଅଞ୍ଚଳରେ ବୋମାମାଡ଼ କଲେ ରୁଷିଆ ସୈନ୍ୟ…

ମସ୍କୋ/କ୍ୱିଭ୍‌, ୧୮।୯ : ଚଳିତ ବର୍ଷ ୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୁଦ୍ଧରେ ଉଭୟ...

ଘାନାରେ ଶକ୍ତିଶାଳୀ ବିସ୍ଫୋରଣ

ଆକରା,୨୧ ।୧: ଘାନାରେ ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ...

Advertisement
Archives

Model This Week