Posted inଜାତୀୟ

ହେଲିକପ୍ଟରରୁ ଖସି ମହିଳାଙ୍କ ମୃତ୍ୟୁ

ରାଞ୍ଚତ୍, ୧୩ା୪: ଝାଡ଼ଖଣ୍ଡର ଦେଡଗଡ଼ ଜିଲା ତ୍ରିକୂଟ ପାହାଡ଼ରେ ଥିବା ଦେଶର ସର୍ବୋଚ୍ଚ ରୋପ୍‌ଓ୍ବେ ଦୁର୍ଘଟଣାରେ ଦୀର୍ଘ ୪୦ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ମଙ୍ଗଳବାର ସେଠାରେ ଫସି ରହିଥିବା ୧୫ ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ରେସ୍‌କ୍ୟୁ ଅପରେଶନବେଳେ ଭାରତୀୟ ବାୟୁସେନା (ଆଇଏଏଫ୍‌) ହେଲିକପ୍ଟରରୁ ଜଣେ ୬୦ ବର୍ଷୀୟା ମହିଳା ଖସିପଡ଼ିଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ମିଶାଇ ରୋପ୍‌ଓ୍ବେ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ଏଡିଜିପି ଆର୍‌. କେ. ମଲ୍ଲିକ କହିଛନ୍ତି।
ସନ୍ଧ୍ୟାରେ ଦୁଇଟି କେବୁଲ୍‌-କାର୍‌ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁ ରୋପ୍‌ଓ୍ବେ ଅଚଳ ହେବା ହୋଇଯିବାରୁ ସେଠାରେ ୪୮ ଜଣ ଯାତ୍ରୀ ପ୍ରାୟ ୪୦୦ ମିଟର ଉଚ୍ଚରେ ଫସି ରହିଥିଲେ। ଏନ୍‌ଡିଆର୍‌ଏଫ୍‌, ଆଇଟିବିପି ଯବାନଙ୍କ ସମେତ ବାୟୁସେନାର ଏମ୍‌ଆଇ-୧୭, ଏମ୍‌ଆଇ-୧୭ ଭି୫ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ କରିଥିଲେ। ସୋମବାର ଉଦ୍ଧାର କାର୍ଯ୍ୟବେଳେ ଜଣେ ବ୍ୟକ୍ତି ହେଲିକପ୍ଟରରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଯାତ୍ରୀ ଜଣକ ଖସିବା ବେଳର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମଙ୍ଗଳବାର ମଧ୍ୟ ଉକ୍ତ ମହିଳାଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଥିଲା। ହେଲିକପ୍ଟରକୁ ଉଠି ନ ପାରି ମହିଳା ଜଣକ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ୪୦ ଘଣ୍ଟାର ଅପରେଶନରେ ଅନ୍ୟ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମୃତକଙ୍କ ପରିବାରକୁ ସମାବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏଥିସହ ଘଟଣା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ଖଣ୍ଡ ପର୍ଯ୍ୟଟନ ବିଭାଗ ସୂଚନା ଅନୁସାରେ ତ୍ରିକୂଟ ରୋପ୍‌ଓ୍ବେର ଦେଶର ଉଚ୍ଚତମ ରୋପ୍‌ଓ୍ବେ, ଯାହାର ଲମ୍ବ ୭୬୬ ମିଟର।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?