ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା

କଟକ ଅଫିସ,୧୭ା୧:ପାରିବାରିକ କଳହକୁ କେନ୍ଦ୍ର କରି ୨ ବର୍ଷର ଶିଶୁପୁତ୍ରକୁ ସାବତ ମା’ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ। ଭଡ଼ାଘରେ ଶିଶୁପୁତ୍ର ସହ ରହୁଥିବା ସାବତ ମା’ ଜଣକ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ପୋଲିସ ତନାଘନା ଚଳାଇଛି। ମୃତା ମହିଳା ହେଲେ ଶିଳ୍ପୀ ଖୁଣ୍ଟିଆ (୩୧)। ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ଏସ୍‌ସିବି ମେଡିକାଲରେ ବ୍ୟବଚ୍ଛେଦ କରାଇଛି। ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରି ବ୍ଲେଡ୍‌, ରକ୍ତଭିଜା ଲୁଗା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ମୃତା ମହିଳା ଜଣକ ଶିଶୁପୁତ୍ରର ବେକକୁ ବ୍ଲେଡ୍‌ରେ କାଟି ହତ୍ୟା କରିବା ପରେ ନିଜେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମଧୁପାଟଣା ଥାନାରେ ମୃତାଙ୍କ ବାପଘର ଓ ଶାଶୁଘର ଲୋକଙ୍କ ଅଭିଯୋଗକ୍ରମେ ୨ଟି ପୃଥକ୍‌ ମାମଲା ରୁଜୁ ହୋଇଥିବାବେଳେ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା ଆଇଆଇସି ତୁଷାରକାନ୍ତ ସେଠୀ କହିଛନ୍ତି। ପ୍ରକାଶ ଯେ, ଶ୍ରୀରାମନଗରରେ ଏକ ଭଡ଼ାଘରେ ଶିଳ୍ପୀ ଓ ତାଙ୍କ ୨ବର୍ଷର ସାବତ ପୁଅ ରହୁଥିଲେ। ସୋମବାର ସକାଳେ ଘରର କବାଟ ନ ଖୋଲିବାରୁ କୌଣସି ଅଘଟଣର ଆଶଙ୍କା କରି ପଡ଼ୋଶୀ ମଧୁପାଟଣା ପୋଲିସକୁ ଖବର ଦେଇଥିଲେ। ପୋଲିସ ଏବଂ ଶିଳ୍ପୀଙ୍କ ପରିବାର ଲୋକେ ସେଠାରେ ପହଞ୍ଚତ୍ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପୋଲିସ ପହଞ୍ଚତ୍ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଘର ଭିତରେ ଫ୍ୟାନ୍‌ରେ ଶିଳ୍ପୀ ଝୁଲୁଥିବାବେଳେ ନିକଟରେ ଶିଶୁପୁତ୍ରର ରକ୍ତାକ୍ତ ମୃତଦେହ ପଡ଼ିରହିଥିଲା। ଶିଶୁ ପୁତ୍ରର ତଣ୍ଟି କଟାଯାଇଥିବା ଦେଖିବାକୁ ମିଳିଥିଲା। ଡିସିପି ପିନାକ ମିଶ୍ର, ଏସିପି ଅନୀଲ ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଭଡ଼ା ଘରେ ବିଭିନ୍ନ ସାମଗ୍ରୀକୁ ତର୍ଜମା କରି ପରୀକ୍ଷଣ ନିମନ୍ତେ ଜବତ କରିଥିଲା। ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଚାଲିଥିବାବେଳେ ବାହାରେ ସ୍ଥାନୀୟ ଲୋକଙ୍କ ସମେତ ମୃତକଙ୍କ ଶାଶୁଘର ଓ ବାପଘର ଲୋକଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ ସହ ଭିଡ଼ାଭିଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନାନୁସାରେ, ମୃତା ଶିଳ୍ପୀଙ୍କ ଘର କଟକ ନେତାଜୀନଗରରେ। ସେ କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ମୁର୍କୁଣ୍ଡି ଗ୍ରାମର ସନ୍ତୋଷ ଖୁଣ୍ଟିଆଙ୍କ ଦ୍ୱିତୀୟ ସ୍ତ୍ରୀ। ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀ ପୁତ୍ର ଜନ୍ମ ଦେଇ ମେଡିକାଲ ବେଡ୍‌ରେ ମୃତ୍ୟୁବରଣ କରିଥିଲେ। ମା’ ଛେଉଣ୍ଡ ଶିଶୁପୁତ୍ରକୁ ମାମୁ ଘରଲୋକ ନେଇ ଲାଳନପାଳନ କରୁଥିଲେ। ସନ୍ତୋଷଙ୍କ କହିବାନୁସାରେ, ପୁଅର ଲାଳନପାଳନ ପାଇଁ ସେ ଦ୍ୱିତୀୟ ବିବାହ କରିବାକୁ ଇଚ୍ଛା କରିଥିଲେ। ଶିଳ୍ପୀ ମଧ୍ୟ ପୂର୍ବରୁ ବିବାହ କରି ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ସନ୍ତୋଷଙ୍କ ସୋସିଆଲ ମିଡିଆରେ ଶିଳ୍ପୀଙ୍କ ସହ ପରିଚୟ ହେବା ପରେ ଉଭୟେ ପରସ୍ପର ବାବଦରେ ସବୁ ଜାଣି ବିବାହ କରିବାକୁ ରାଜି ହୋଇଥିଲେ। ୨୦୨୧ ନଭେମ୍ବର ୨୬ରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ସେମାନେ ବହୁତ ଖୁସିରେ ଥିଲେ। ସାବତ ମା’ ହେଲେ ବି ଶିଳ୍ପୀ ପୁଅକୁ ବହୁତ ଭଲ ପାଉଥିଲେ। ହେଲେ ଶାଶୁଘରକୁ ଯିବା କଥା କହିଲେ ସେ ଅମଙ୍ଗ ହେଉଥିଲେ। ସମୟ କ୍ରମେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ଘଟି ଥାନା ପର୍ଯ୍ୟନ୍ତ ମାମଲା ଯାଇ ଫଏସଲା ବି ହୋଇଛି। ହେଲେ ସେ କୌଣସି ପ୍ରକାରେ ସାଲେପୁର ଯିବାକୁ ଚାହୁଁ ନ ଥିଲେ। ସବୁ କଥାରେ ତାଙ୍କ ବାପଘର ଲୋକେ ଆସି ମୁଣ୍ଡ ପୂରାଉଥିଲେ। ପରସ୍ପର ମଧ୍ୟରେ ମନାନ୍ତର ବଢ଼ିବା ପରେ ପୁଅକୁ ଶିଳ୍ପୀ ମାରିଦେବାକୁ ବିଭିନ୍ନ ସମୟରେ ଧମକ୍‌ ଦେଉଥିଲେ ବୋଲି ସନ୍ତୋଷ ଅଭିଯୋଗ ଉଠାଇଛନ୍ତି। ଅପରପକ୍ଷରେ ମୃତା ଶିଳ୍ପୀଙ୍କ ମା’ କବିତା ଦାସ ଓ ବାପା ଜ୍ଞାନେନ୍ଦ୍ର ଦାସ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଝିଅକୁ ଶାଶୁଘର ଲୋକେ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିଲେ। ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ, ଯାହାକୁ ସେ ସହିପାରୁ ନ ଥିଲା। ଶିଶୁପୁତ୍ରଟିକୁ ଶାଶୂଘର ଲୋକ ତା’ଠାରୁ ନେଇଯିବାକୁ ଚାହୁଁଥିବାରୁ ସେ ସେଥିରେ ରାଜିନଥିଲା। ସେ ସବୁବେଳେ କହୁଥିଲା ମୁଁ ଯୋଉଠି ରହିବି, ମୋ ପୁଅ ସେଇଠି ରହିବ। ଶେଷରେ ସେ ଏଭଳି ନିଷ୍ପତ୍ତି ନେଲା ବୋଲି କବିତା କହିଛନ୍ତି। ଡିସିପି ପିନାକ ମିଶ୍ର କହିଛନ୍ତି, ଉଭୟ ପରିବାର ମଧ୍ୟରେ ତିକ୍ତତା ଥିଲା। ଘଟଣାକୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ଏବେ ଶବ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ପୂର୍ଣ୍ଣାଙ୍ଗ ତଦନ୍ତ କାର୍ଯ୍ୟ କରାଯିବ।
ଭୁବନେଶ୍ୱରରେ ଚାକିରି କରିଥିଲେ
ଶାଶୁଘର ସାଲେପୁର ଯିବେ ନାହିଁ। କଟକରେ ରହିବେ ଆଉ ଚାକିରି କରିବେ, ଏଭଳି ନିଷ୍ପତ୍ତି ନେଇଥିଲେ ଶିଳ୍ପୀ। ଗତ କିଛି ଦିନ ହେବ ସେ ଭୁବନେଶ୍ୱରରେ ଏକ ଘରୋଇ ଚାକିରି କରିଥିଲେ। କଟକରୁ ବାଇକ୍‌ କିମ୍ବା ବସ୍‌ରେ ସେଠାକୁ ଯା’ଆସ କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି।
ଫେସ୍‌ବୁକ୍‌ରେ ଶେଷ ପୋଷ୍ଟ ‘କୁଇଟ୍‌’
ଶିଳ୍ପୀଙ୍କ ମୋବାଇଲ୍‌ରେ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ ପରେ କେତେକ ତଥ୍ୟ ମିଳିଛି। ସେ ତାଙ୍କର ଫେସ୍‌ବୁକ୍‌ରେ ଶେଷ ପୋଷ୍ଟ କରିଥିଲେ ଯାହାକି ଇଂଲିଶ୍‌ରେ କୁଇଟ୍‌(କ୍ୟୁୟୁଆଇଟି) ବୋଲି ଲେଖାଥିଲା। ୟା ମାଧ୍ୟମରେ ସେ ସମସ୍ତଙ୍କୁ ନିଜ ଜୀବନର ଅନ୍ତିମ ସମୟ ବାବଦରେ ସୂଚନା ଦେବାର ପ୍ରୟାସ କରିଛନ୍ତି।
ସନ୍ଦେହରେ ପୋଲିସ ଏଏସ୍‌ଆଇ
ଶ୍ରୀରାମନଗର ମଧୁପାଟଣା ଥାନା ଅଧୀନରେ ଯାଉଥିବାବେଳେ ଘଟଣା ପରେ କ୍ୟାଣ୍ଟନମେଣ୍ଟ ଥାନାର ଏଏସ୍‌ଆଇ ଅଜୟ ବେହେରାଙ୍କ ଉପସ୍ଥିତିକୁ ନେଇ ଶିଳ୍ପୀଙ୍କ ବାପଘର ଲୋକେ ବିରୋଧ କରିଥିଲେ। ଏପରି କି ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଜୟ ଏଠାକୁ କାହିଁକି ଆସିଛନ୍ତି ବୋଲି ପଚାରିବା ସହ ଝିଅ ମୃତ୍ୟୁ ପାଇଁ ସେ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।
ସ୍ବର୍ଗଦ୍ୱାରରେ ଶେଷକୃତ୍ୟ
ଏସ୍‌ସିବି ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ମୃତା ମହିଳାଙ୍କ ବାପଘର ଲୋକେ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରିଥିବା ପରିବାର ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri