Posted inଜାତୀୟ

କରୋନା-ୟୁକ୍ରେନ୍‌ ଯୁଦ୍ଧ ନ ହୋଇଥିଲେ ଭାରତୀୟ ଅର୍ଥ ବ୍ୟବସ୍ଥା ଛୁଇଁଥାନ୍ତା ୪.୩ ଟ୍ରିଲିୟନ୍‌ ଡଲାର…

ଲକ୍ଷ୍ନୌ, ୧୪।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯଦି କରୋନା ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ହୋଇନଥାନ୍ତା ତେବେ ଭାରତର ଅର୍ଥନୀତି ୪.୩ ଟ୍ରିଲିୟନ ଡଲାର ଛୁଇଁଥାନ୍ତା। ଭାରତ ପରି ଆମେରିକା ଏବଂ ଚାଇନାରେ ମଧ୍ୟ ମୁଦ୍ରାସ୍ଫୀତିର ସଙ୍କଟ ଦେଖାଦେଇଛି। ଅର୍ଥନୀତି କରୋନା ଦ୍ୱାରା ପ୍ରଭାବିତ ହୋଇଛି । ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତର କରୋନା ପରିଚାଳନାକୁ ପ୍ରଶଂସା କରିଛି।

ଦେଶରୁ ରପ୍ତାନୀ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ବାଣିଜ୍ୟ ବୃଦ୍ଧି ହେଉଛି। ମୁଦ୍ରାସ୍ଫୀତି ଯାଞ୍ଚ ପାଇଁ ଆରବିଆଇ ପଦକ୍ଷେପ ମଧ୍ୟ ନେଇଥିବା ସେ କହିଛନ୍ତି।

ଶନିବାର ଲକ୍ଷ୍ନୌ ବୌଦ୍ଧିକ ଫାଉଣ୍ଡେଶନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ ଏଭଳି କହିଛନ୍ତି।

ସେ କହିଛନ୍ତି ଯେ ୨୦୧୪ ମସିହାରୁ ବିଶ୍ୱରେ ଭାରତର ପ୍ରତିଷ୍ଠା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇଛି। ଏହାପୂର୍ବରୁ ଭାରତକୁ ଗୁରୁତ୍ୱ ଦିଆଯାଉ ନ ଥିଲା। ଆଜି ଆମେରିକା ମଧ୍ୟ ଭାରତ କଥାକୁ ଶୁଣୁଛି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି।

ଯଦି ନେତୃତ୍ୱ ପ୍ରଭାବଶାଳୀ ତେବେ ବିକାଶକୁ କେହି ଅଟକାଇ ପାରିବେ ନାହିଁ । ପ୍ରତିରକ୍ଷା କ୍ଷମତା ଏବଂ ଅର୍ଥନୀତି ଏକ ଦେଶର ଶକ୍ତି ନିର୍ଣ୍ଣୟ କରେ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣେ ଯେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରାଯାଇଛି ବୋଲି କେହି ଦାବି କରିପାରିବେ ନାହିଁ କିନ୍ତୁ ଯାହା ସମ୍ଭବ ତାହା ମୋ ଦ୍ୱାରା କରାଯାଇଛି। ରିଙ୍ଗ ରୋଡ ଲକ୍ଷ୍ନୌର ସ୍ବପ୍ନର ପ୍ରକଳ୍ପ ଥିଲା, ଏହା ସମାପ୍ତ ହେଉଛି । ଜାତୀୟ ରାଜପଥ ପ୍ରାଧିକରଣକୁ ରିଙ୍ଗ ରୋଡ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଗତି ତ୍ୱରାନୱିତ କରିବାକୁ ସେ ନିତିନ ଗଡକରୀଙ୍କ ସହ ମଧ୍ୟ କଥା ସେ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଲୋକମାନେ ମୋତେ ଯାହା କୁହନ୍ତି ମୁଁ ତାହା କରିବାକୁ ଚେଷ୍ଟା କରିଥାଏ।

ଲକ୍ଷ୍ନୌର ୬ ଟି ଫ୍ଲାଏଓଭର କାମ ସରିଛି ବୋଲି ରାଜନାଥ ସିଂ କହିଛନ୍ତି। ଆଉ ୫ ଟି ଫ୍ଲାଏଓଭର କାର୍ଯ୍ୟକୁ ଅନୁମୋଦନ କରାଯାଇଛି। ରେଳ ଷ୍ଟେଶନର ମଧ୍ୟ ବିକାଶ କରାଯାଉଛି। ଗୋମତି ନଗର ରେଳ ଷ୍ଟେଶନ ବିଶ୍ୱ ସ୍ତରୀୟ ହେବାର ଯୋଜନା ରହିଛି। ଏନେଇ ଅଥଁର ଅଭାବ ନାହିଁ। ରେଳବାଇର ସମସ୍ୟା ହେଉଛି ଜମି କ୍ରେତା ମିଳୁ ନାହାଁନ୍ତି। ସେ କହିଛନ୍ତି ଯେ ଯଦି ରାଜ୍ୟବାସୀ ସନ୍ତୁଷ୍ଟ ନ ହୋଇଥାନ୍ତେ, ତେବେ ବହୁ ସଂଖ୍ୟାରେ ସରକାର ଗଠନ କରିବା ସମ୍ଭବ ହୋଇ ନ ଥାନ୍ତା ।

ବ୍ୟବସାୟ ପାଇଁ ରେଡ ଟେପ ବଦଳରେ ସରକାର ରେଡ କାର୍ପେଟ ଯୋଗାଇ ଦେବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଏହା ପ୍ରମାଣିତ କରିଛନ୍ତି ଯେ, ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁର୍ନୀତିକୁ ରୋକାଯାଇପାରିବ। ଜିଏସଟି ସଂଗ୍ରହକୁ ନେଇ ଏକ ରେକର୍ଢ ହୋଇଛି। ଏପ୍ରିଲରେ ଏକ ଲକ୍ଷ ୬୦ ହଜାର କୋଟି ସଂଗ୍ରହ ହୋଇଛି। ଦୁର୍ନୀତି ଏବଂ ଲିକ ରୋକିବାରେ ସରକାର ସଫଳ ହୋଇଛନ୍ତି। ରେଡ ଟେପ ବଦଳରେ ବ୍ୟବସାୟ ପାଇଁ ରେଡ କାର୍ପେଟ ବର୍ତ୍ତମାନ ଉପଲବ୍ଧ ହେଉଛି।

ସେ କହିଛନ୍ତି ଯେ ଇଣ୍ଡୋ-ଚାଇନା ଆଭିମୁଖ୍ୟରୁ ଭାରତ ନିଜର ଶକ୍ତିକୁ ଅନୁଭବ କରି ପାରିଛି। ଫଳାଫଳକୁ ନେଇ ଭାରତ ଚିନ୍ତା କରିବ ନାହିଁ କିନ୍ତୁ ଆତ୍ମ ସମ୍ମାନ ଉପରେ ମଧ୍ୟ ଆପୋଷ ବୁଝାମଣା କରିବ ନାହିଁ। ଆମେ ସୁରକ୍ଷା ବ୍ୟବସ୍ଥାରେ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ଚାହୁଁନାହୁଁ। ତେଣୁ ଭାରତରେ ୩୦୯ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ହେବ। ବଜେଟର ୬୮ ପ୍ରତିଶତ ଘରୋଇ ଶିଳ୍ପ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?