ବିନା ଧାଡ଼ିରେ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ

ପୁରୀ ଅଫିସ,୧୨।୧୨: ଶ୍ରୀମନ୍ଦିର ଧାଡ଼ି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ବେଳେ କେତେଜଣ ସେବାୟତ ଶ୍ରଦ୍ଧାଳୁଙ୍କୁ ବିନା ଧାଡ଼ିରେ ଶ୍ରୀମନ୍ଦିରରେ ପ୍ରବେଶ କରାଉଛନ୍ତି। ଏଭଳି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକ ସେବାୟତଙ୍କ ପଛେ ପଛେ ଧାଡ଼ିଠାରୁ କିଛି ଦୂରରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଅନ୍ୟ ଶ୍ରଦ୍ଧାଳୁ ଓ ପୁରୀ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଉକ୍ତ ଶ୍ରଦ୍ଧାଳୁଙ୍କ ପଞ୍ଜୀକରଣ ହୋଇଛି କି ନାହିଁ ଓ ସେମାନେ ବିନା ଧାଡ଼ିରେ କିଭଳି ଭାବେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିପାରୁଛନ୍ତି ତାହାକୁ ନେଇ ସହରବାସୀ ପ୍ରଶ୍ନ କରିଛନ୍ତି। କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ କିଓସ୍କୋ ବ୍ୟବସ୍ଥା ହୋଇଥିବା ବେଳେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କର ପଞ୍ଜୀକରଣ କରି ଧାଡ଼ିରେ ଦର୍ଶନ ପାଇଁ ଯାଉଛନ୍ତି। ମାତ୍ର ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଚିତ୍ର ସହରବାସୀଙ୍କ ଚିନ୍ତା ବଢ଼ାଇଛି।
ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି, ଯେଉଁଭଳି ଭାବେ ଗଳାବାଟ ଦେଇ ଶ୍ରଦ୍ଧାଳୁମାନେ ଯାଉଛନ୍ତି ତାହାକୁ ଦେଖିଲେ ଜଣାପଡୁଛି ଯେ ପଞ୍ଜୀକରଣ କରିନାହାନ୍ତି। ଅର୍ଥାତ୍‌ ଏମାନେ ସଂକ୍ରମଣର ବାହାକ ମଧ୍ୟ ହୋଇପାରିଥାଆନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଶ୍ରୀମନ୍ଦିର ପୋଲିସ, ସ୍ବେଚ୍ଛାସେବୀ ଓ ଓଡ଼ିଶା ପୋଲିସର କର୍ମଚାରୀମାନେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ଥିବାବେଳେ ଯେଉଁଭଳି ଭାବେ ଯାତ୍ରୀମାନଙ୍କୁ ବିନା ପଞ୍ଜୀକରଣରେ ଛଡ଼ାଯାଉଛି ତାହା ଚିନ୍ତାଜନକ ଅଟେ। ଶ୍ରୀମନ୍ଦିର ପ୍ରଶାସନ ଏଭଳି ଗଳା ବାଟକୁ ବନ୍ଦ କରିବା ସହ ସେବାୟତମାନଙ୍କୁ ଏନେଇ ଚେତାବନୀ ଦେବା ଦରକାର ବୋଲି ସ୍ବାଧୀନ କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିର୍ମାଣ କରାଯାଉଥିବା ଜିଲା ପ୍ରଶାସନ ଡିଣ୍ଡିମ ପିଟୁଥିବା ବେଳେ ଗଳାବାଟ ଦେଇ ବିନା ଯାଞ୍ଚରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଛି। ଫଳରେ ବିନା କିଓସ୍କୋ ଓ ମେଟାଲ ଡିଟେକ୍ଟର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ଏହା କେତେ ବିପଦପୂର୍ଣ୍ଣ ହୋଇପାରେ ତାହା ପ୍ରଶାସନ ଅନୁଭବ କରିବା ଦରକାର। ଏଣୁ ଠିକ ଭାବେ ସୁରକ୍ଷା ବ୍ୟବସ୍ଥାକୁ ଲାଗୁ କରିବା ଦିଗରେ ପ୍ରଶାସନ ସଚେତନ ହେବା ଦରକାର। ଫଳରେ ଆଗାମୀ ଦିନରେ ଅଘଟଣକୁ ଏଡ଼ାଇ ହେବ ବୋଲି ଦେଖେଣାହାରୀ ପ୍ରଶାନ୍ତ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ କହିଛନ୍ତି, ଏଭଳି ଘଟଣା ସମ୍ପର୍କରେ ସୂଚନା ନ ଥିଲା। କେବଳ ଭିଆଇପିଙ୍କୁ ଧାଡ଼ି ବାହାରେ ଦର୍ଶନ ପାଇଁ ନିଆଯାଇଥାଏ। ଯଦି ସାଧାରଣ ଲୋକଙ୍କ କ୍ଷେତ୍ରରେ ଏଭଳି ହୋଇଛି ତେବେ ଏ ନେଇ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଲାଣି ବିଜେଡିର...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri