ଦୁଇଶହ ଟଙ୍କା ମୋ ପାଇଁ ଅମୂଲ ମୂଲ: ସଂଳାପକାର ଡ. ରଜନୀ ରଞ୍ଜନ

ଊଣେଇଶ ଏକାଅଶୀ ମସିହାର କଥା। ସେତେବେଳେ ମୁଁ ବାଣୀବିହାରରେ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷ ଛାତ୍ର ଥାଏ। ବନ୍ଧୁ ଅଜୟ (ଡ.ଅଜୟ ସ୍ବାଇଁ) ପଢୁଥାନ୍ତି ରେଭେନ୍‌ଶାରେ। ସକାଳ ସଞ୍ଜରେ ଆମର ଭେଟ ହୁଏ ସାମନ୍ତରାପୁରରେ ଥିବା ଏକ ଚା’ ଦୋକାନରେ। ସେଠାକୁ ଆମର ଅନେକ ସାହିତି୍ୟକ ବନ୍ଧୁ ବି ଆସନ୍ତି। ଖଟି ହୁଏ, ଆଲୋଚନା ବି ହୁଏ, ତା’ସାଙ୍ଗକୁ ଚା’ ପିଇବା ଓ ଖାଇବାପିଇବା ବି ହୁଏ ଆମର ସେଠାରେ। ଦିନେ ବାଳକାଟି କଲେଜର ତତ୍କାଳୀନ ଅଧ୍ୟକ୍ଷ ସକାଳେ ସେହି ଖଟିରେ ଦେଖାହେଲେ ଓ ମୋତେ କହିଲେ, ଓଡ଼ିଆ ଅଧ୍ୟାପିକା ହଠାତ୍‌ ଇସ୍ତଫା ଦେଇ ଦେଇଛନ୍ତି। ତୁମକୁ କ୍ଲାସ୍‌ ନେବାକୁ ପଡ଼ିବ। ସାର୍‌ଙ୍କ କଥା ରଖି ବନ୍ଧୁ ଅଜୟଙ୍କୁ ଧରି ଠିକ୍‌ ସମୟରେ କଲେଜରେ ପହଞ୍ଚତ୍ଗଲି। ସେଠାରେ ଆମେ ଦୁଇଜଣ କ୍ଲାସ୍‌ ନେଲୁ। ଅଧ୍ୟାପନାର ନୂଆ ଅନୁଭୂତି, ଯେତିକି ନିଆରା ଲାଗୁଥିଲା ସେତିକି ଖୁସି ଲାଗୁଥିଲା ଆମ ଦୁହିଁଙ୍କୁ। ତେବେ ସକାଳୁଆ କଲେଜ ହେଉଥିବାରୁ ସେଠାରେ କ୍ଲାସ୍‌ ନେଇ ସାରିବା ପରେ ନିଜର ଏମ୍‌.ଏ. କ୍ଲାସ୍‌ ଆଟେଣ୍ଡ କରିବାରେ ଆମର କିଛି ଅସୁବିଧା ହେଉ ନ ଥିଲା। ଏମିତି ୧୫ ଦିନ ବିତିଗଲା। ୧୫ ଦିନ ପରେ ଅଧ୍ୟକ୍ଷ ଆମକୁ ୪୦୦ ଟଙ୍କା ଧରାଇ ଦେଇ କହିଲେ, ଏ ନିଅନ୍ତୁ ଆପଣମାନଙ୍କ ଦରମା। କଲେଜରେ ପାଠ ପଢ଼ାଇଲାବେଳେ ଆମେ ଜାଣି ନ ଥିଲୁ ଏଥିପାଇଁ ଆମକୁ ପାରିଶ୍ରମିକ ମିଳିବ ବୋଲି। କିନ୍ତୁ ଏହା ମିଳିବା ପରେ ନିଜ ଉପରେ ଆମର ବିଶ୍ୱାସ ଆସିଗଲା। ଯେହେତୁ ଗୋଟିଏ ଅଧ୍ୟାପକ ପୋଷ୍ଟରେ ଆମେ ଦୁଇଜଣ କାମ କରୁଥିଲୁ, ତେଣୁ ୨୦୦ ଟଙ୍କା ଲେଖାଏଁ ବାଣ୍ଟିନେଲୁ। ପରେ ସେହି ଟଙ୍କାରେ ପ୍ରଥମେ ଯାଇ ସାମନ୍ତରାପୁର ଖଟି ଦୋକାନରେ ଥିବା ବାକି ଶୁଝି ଦେଖିଲୁ ପକେଟ୍‌ରେ ଆହୁରି ଅନେକ ଟଙ୍କା ଅଛି। ଭାରି ଖୁସି ଲାଗିଲା। ତା’ପରେ ଦୁଇବନ୍ଧୁ ଯାଇ ପେଟଭରି ହୋଟେଲରେ ଖାଇଲୁ ଏବଂ କଳ୍ପନା ସିନେମା ହଲ୍‌ରେ ଗୋଟାଏ ହିନ୍ଦୀ ଫିଲ୍ମ ଦେଖିଲୁ। ସନ୍ଧ୍ୟାବେଳକୁ ପୁଣି ଖଟିରେ ଯାଇ ପହଞ୍ଚତ୍ଗଲୁ। ସେଦିନ ଖଟିର ସମସ୍ତ ଚା’ର ପଇସା ମୁଁ ପୈଠ କରିଥିଲି।

 

ନିଜ ରୋଜଗାରରେ ସେଦିନ ବନ୍ଧୁମାନଙ୍କୁ ଆପ୍ୟାୟିତ କରିଥିବାରୁ ମୋତେ ଭାରି ଖୁସି ଲାଗୁଥିଲା। ତା’ପରେ ଘରକୁ ଗଲି। ଆଉ ଯେତିକି ଟଙ୍କା ବଳି ପଡ଼ିଥିଲା ସବୁ ନେଇ ବୋଉ ହାତରେ ଦେଇ କହିଲି, ‘ତୁ ରଖ’। ପରେ ଜାଣିବାକୁ ପାଇଲି, ବୋଉ ସେ ଟଙ୍କାରେ ଆଉ କିଛି ଟଙ୍କା ମିଶାଇ ଫେରିବାଲାଠାରୁ ଗୋଟେ ଘରପିନ୍ଧା ଶାଢି କିଣିଥିଲା ଆଉ ସମସ୍ତଙ୍କୁ ଦେଖେଇ କହୁଥିଲା ‘ଏ ଶାଢିଟା ମୁଁ ମୋ ପୁଅ ରୋଜଗାରରେ କିଣିଛି’। ସତରେ ମୋର ସ୍ବଳ୍ପ ଟଙ୍କାରେ ଶାଢି କିଣି ମୋ ବୋଉ ସେଦିନ ଯେତିକି ଖୁସି ହୋଇଥିଲା, ସେ ଖୁସି ଆଗରେ ଅନ୍ୟ ଦାମୀ ଶାଢିର ମୂଲ୍ୟ ବି ତାକୁ ଫିକା ଲାଗୁଥିଲା। ତେଣୁ ପ୍ରଥମ ପ୍ରେମର ସ୍ମୃତି ପରି ପ୍ରଥମ ରୋଜଗାରର ଅନୁଭୂତି ଏବେ ବି ମୋ ମନରେ ସେମିତି ସାଇତି ହୋଇ ରହିଛି। ଆଉ ଜୀବନରେ ଅନେକ ପାରିଶ୍ରମିକ ପାଇଥିଲେ ବି ମୂଳ ୨୦୦ ଟଙ୍କାର ମୂଲ୍ୟ ଏବେ ବି ମୋ ପାଇଁ ଅମୂଲ ମୂଲ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?