ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଘାଟି ରାସ୍ତା ନିର୍ମାଣ କଲେ

ଖଜୁରିପଡ଼ା,୨୭ା୩:ରାସ୍ତା ମରାମତି ପାଇଁ ବାରମ୍ବାର ଦରଖାସ୍ତ ଲେଖି ଗ୍ରାମବାସୀ ହତାଶ ହେଲେ। ବାରମ୍ବାର ରାସ୍ତା ପାଇଁ ପଲ୍ଲୀସଭାରେ କହି ନିରାଶ ହେଲେ। ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ଭାଙ୍ଗିଯିବା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବାନ କ୍ରମେ ବାରିକୁମ୍ପା, ନୂଆଁ ସାହି ଏବଂ ଲଣ୍ଡୁରୁପଡା ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ମାଟି ପକେଇ ଘାଟି ରାସ୍ତା ନିର୍ମାଣ କଲେ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧିନସ୍ତ ଲଣ୍ଡ୍ରୁପଡା ଗାଁରେ।
କାର୍ଯ୍ୟାଳୟ ଠାରୁ ପ୍ରାୟ ୩ କିମି ଏବଂ ଫୁଲବାଣୀ ସହର ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୧୨ କିମି ଦୂର ଏହି ଗ୍ରାମ। ପ୍ରତିଦିନ ଗାଁ ନିକସ୍ଥ ନୂଆଁ ସାହି, ଦରଗଡ ଗଣ୍ଡା, ଗେଡ୍ରିପାଜୁ, ଖେତାପାଜୁ, ବଡ଼ଭୂଇଁ, ଭୁକ୍ତା କନାଲି, ସାତପଙ୍ଗା ଗ୍ରାମର ଲୋକ ବିଭିନ୍ନ କାମରେ ବଲସକୁମ୍ପା ବଜାର, ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ମେଡିକାଲ ବାରିକୁମ୍ପାକୁ ଯାତାୟାତ କରୁଛନ୍ତି। ହେଲେ ମରଣଯନ୍ତା ପାଲଟିଛି ଘାଟି ରାସ୍ତା। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗାଁ କୁ ମାଟି ରାସ୍ତା ହୋଇଛି, ଯାହା ସ୍ଥାନେ ସ୍ଥାନେ ଖାଲ ଢିପ ହୋଇଛି । ଘାଟିରେ ପଥର ମେଟାଲ ଓ ବଡ ବଡ ପଥର ସହିତ ଅର୍ଦ୍ଧ ନିର୍ମିିତ ପକ୍କା ରାସ୍ତା ଯୋଗୁଁ ଅନେକ ସମୟରେ ସାଇକେଲ, ବାଇକ୍‌ ଏବଂ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଛି। ସେହିପରି ବର୍ଷା ଦିନରେ କାଦୁଅ ପାଣିରେ ରାସ୍ତା ଯୁଡୁବୁଡୁ ହୋଇ ରହିବା ସହିତ ପାଦଖସି ଅନେକ ଲୋକ ରାସ୍ତାରେ ପଡିଛନ୍ତି ବୋଲି କହିଛନ୍ତି। ପ୍ରତିଦିନ ବାରିକୂମ୍ପା ଓ ବଲସକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ଯାଉଛନ୍ତି। ବିପଦ ସଙ୍କୁଳ ଅବସ୍ଥାରେ ଆମ୍ଭେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଏହି ରାସ୍ତା ଦେଇ ଯାତାୟାତ କରୁଛୁ। ଗାଁରେ କାହାର ଦେହ ଖରାପ ହେଲେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡାକିଲେ ଆମ୍ବୁଲାନ୍ସ ଗାଁକୁ ଯାଇପାରୁ ନାହିଁ। ତେଣୁ ରୋଗୀକୁ ଖଟିଆରେ ଭାର କରି ଗାଡ଼ି ପର୍ଯ୍ୟନ୍ତ ନେବାକୁ ପଡୁଛି ବୋଲି କହିଛନ୍ତି। ସ୍ଥାୟୀ ରାସ୍ତା ଖଣ୍ଡେ ନିର୍ମାଣ କରିବା ପାଇଁ ସରକାରଙ୍କୁ ବାରମ୍ବାର ଗୁହାରି କରି ହତାଶ ହେଲା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବ୍ବାନ କ୍ରମେ ଆଜି ସମସ୍ତେ ମିଶି ନିଜ ପରିଶ୍ରମ ଦ୍ୱାରା ଘାଟି ରାସ୍ତା ମରାମତି କରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?