ରଜ ପାନ ବିନା ମଉଜ ଅଧା

କାମାକ୍ଷାନଗର, ୧୬।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ହନୁମାନ ଛକରେ ପାନ ଦୋକାନ କରିଥିବା ସଦାନନ୍ଦ ନାଥଙ୍କୁ ଏବେ ଫୁରସତ୍‌ ନାହିଁ। ସକାଳ ୭ଟାରୁ ରାତି ୧୦ଟା ଯାଏ ତାଙ୍କ ଦୋକାନରେ ଅସମ୍ଭବ ଭିଡ଼। କୌଣସି ଜଣେ ବି ଗ୍ରାହକ ଯେପରି ଅସନ୍ତୁଷ୍ଟ ହୋଇ ଫେରି ନ ଯାଆନ୍ତି ସେଥିଲାଗି ବେଶ୍‌ ସତର୍କ ଏହି ୪୫ ବର୍ଷୀୟ ଦୋକାନୀ। ରଜ ଉତ୍ସବ ଲାଗି ସେ ଖୋଲିଛନ୍ତି ସ୍ବତନ୍ତ୍ର ଷ୍ଟଲ୍‌। ପାନ ଗୋଟି ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ୩ଦିନରେ ପାଖାପାଖି ଲକ୍ଷେ ଟଙ୍କାର ବ୍ୟବସାୟ ହେବ ବୋଲି ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।
ପାନ ବ୍ୟବସାୟରେ ଥିବା ୩୪ବର୍ଷର ଅଭିଜ୍ଞତା ବଖାଣି ସଦାନନ୍ଦ କୁହନ୍ତି, ରଜ ହେଉଛି କାମାକ୍ଷାନଗର ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ମହୋତ୍ସବ। ଆଦିବାସୀ ଅଧ୍ୟୁଷିତ ତଥା ପଡ଼ୋଶୀ କଙ୍କଡ଼ାହାଡ଼ ବ୍ଲକରେ ମଧ୍ୟ ଏହାକୁ ଆଡମ୍ବର ସହକାରେ ପାଳନ କରାଯାଏ। ଆଳତୁମା ରଜ ମହୋତ୍ସବରେ ଆଖପାଖ ଜିଲାର ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହୋଇଥାଏ। ସାଧାରଣ ଦିନରେ ୫୦୦୦ ଟଙ୍କାର ପାନ ବିକ୍ରି ହେଉଥିବାବେଳେ ରଜ ତିନିଦିନ ଲକ୍ଷାଧିକ ଟଙ୍କା ରୋଜଗାର ହୁଏ। ପୂର୍ବରୁ ସେ କେବଳ ସାଧାରଣ ପାନ ବିକ୍ରି କରୁଥିଲେ। ଏବେ ୫-୬ବର୍ଷ ହେଲା ସ୍ବତନ୍ତ୍ର ରଜପାନ ବ୍ୟବସାୟ ଆରମ୍ଭ କରିଛନ୍ତି। ଏଥିରେ ତାଙ୍କ ଭାଇ ବଳରାମ ତାଙ୍କୁ ସହାୟତା କରୁଛନ୍ତି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ରଜପାନ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏହା ସମୟସାପେକ୍ଷ ଏବଂ ବ୍ୟୟବହୁଳ ମଧ୍ୟ। ଏଥିପାଇଁ ରଜ ମହୋତ୍ସବ ୧୫ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁଆ, ଧନିଆ, ପାନମଧୁରି, ମିଠା ନଡ଼ିଆ, ଗୁଜୁରାତି, ଜାଇଫଳ, ଜାଇତ୍ରୀ ସମେତ ୫୪ ପ୍ରକାର ମିଠା ମସଲା ପକାଇ ପାନ ପ୍ରସ୍ତୁତ କରାଯାଏ। ଚେରି, ଲବଙ୍ଗରେ ସୁନ୍ଦର ଭାବେ ସଜାଇ ଗ୍ରାହକଙ୍କୁ ଦିଆଯାଏ। ୫ଟଙ୍କାରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ପାନ ଏବେ ୨୦ଟଙ୍କାରେ ପହଞ୍ଚତ୍ଲାଣି। ହେଲେ ଗ୍ରାହକଙ୍କ ଆଦର କମିନି। ଏପରି ଅନେକ ଗ୍ରାହକ ଅଛନ୍ତି, ଯେଉଁମାନେ ଥରକେ ୪୦ରୁ ୫୦ ଖଣ୍ଡ ପାନ କିଣି ନେଉଛନ୍ତି। ଓଡ଼ିଆ ଜନଜୀବନରେ କେଉଁ ଅନାଦି କାଳରୁ ସଦ୍‌ଭାବନାର ପ୍ରତୀକ ସାଜିଛି ପାନ। ଖଣ୍ଡିଏ ପାନରେ ବର୍ଷ ବର୍ଷର ରାଗ, ରୁଷା, ଅଭିମାନ କ୍ଷଣିକରେ ଶେଷ ହୋଇଯାଏ। ଭଟ୍ଟା ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯାଏ। ସମ୍ପର୍କ ଯୋଡୁଥିବା ଏଭଳି ଏକ ବ୍ୟବସାୟ କରି ବେଶ୍‌ ଖୁସିଥିବା କହିଛନ୍ତି ସଦାନନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?