ରଜ ପାନ ବିନା ମଉଜ ଅଧା

କାମାକ୍ଷାନଗର, ୧୬।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ହନୁମାନ ଛକରେ ପାନ ଦୋକାନ କରିଥିବା ସଦାନନ୍ଦ ନାଥଙ୍କୁ ଏବେ ଫୁରସତ୍‌ ନାହିଁ। ସକାଳ ୭ଟାରୁ ରାତି ୧୦ଟା ଯାଏ ତାଙ୍କ ଦୋକାନରେ ଅସମ୍ଭବ ଭିଡ଼। କୌଣସି ଜଣେ ବି ଗ୍ରାହକ ଯେପରି ଅସନ୍ତୁଷ୍ଟ ହୋଇ ଫେରି ନ ଯାଆନ୍ତି ସେଥିଲାଗି ବେଶ୍‌ ସତର୍କ ଏହି ୪୫ ବର୍ଷୀୟ ଦୋକାନୀ। ରଜ ଉତ୍ସବ ଲାଗି ସେ ଖୋଲିଛନ୍ତି ସ୍ବତନ୍ତ୍ର ଷ୍ଟଲ୍‌। ପାନ ଗୋଟି ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ୩ଦିନରେ ପାଖାପାଖି ଲକ୍ଷେ ଟଙ୍କାର ବ୍ୟବସାୟ ହେବ ବୋଲି ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।
ପାନ ବ୍ୟବସାୟରେ ଥିବା ୩୪ବର୍ଷର ଅଭିଜ୍ଞତା ବଖାଣି ସଦାନନ୍ଦ କୁହନ୍ତି, ରଜ ହେଉଛି କାମାକ୍ଷାନଗର ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ମହୋତ୍ସବ। ଆଦିବାସୀ ଅଧ୍ୟୁଷିତ ତଥା ପଡ଼ୋଶୀ କଙ୍କଡ଼ାହାଡ଼ ବ୍ଲକରେ ମଧ୍ୟ ଏହାକୁ ଆଡମ୍ବର ସହକାରେ ପାଳନ କରାଯାଏ। ଆଳତୁମା ରଜ ମହୋତ୍ସବରେ ଆଖପାଖ ଜିଲାର ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହୋଇଥାଏ। ସାଧାରଣ ଦିନରେ ୫୦୦୦ ଟଙ୍କାର ପାନ ବିକ୍ରି ହେଉଥିବାବେଳେ ରଜ ତିନିଦିନ ଲକ୍ଷାଧିକ ଟଙ୍କା ରୋଜଗାର ହୁଏ। ପୂର୍ବରୁ ସେ କେବଳ ସାଧାରଣ ପାନ ବିକ୍ରି କରୁଥିଲେ। ଏବେ ୫-୬ବର୍ଷ ହେଲା ସ୍ବତନ୍ତ୍ର ରଜପାନ ବ୍ୟବସାୟ ଆରମ୍ଭ କରିଛନ୍ତି। ଏଥିରେ ତାଙ୍କ ଭାଇ ବଳରାମ ତାଙ୍କୁ ସହାୟତା କରୁଛନ୍ତି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ରଜପାନ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏହା ସମୟସାପେକ୍ଷ ଏବଂ ବ୍ୟୟବହୁଳ ମଧ୍ୟ। ଏଥିପାଇଁ ରଜ ମହୋତ୍ସବ ୧୫ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁଆ, ଧନିଆ, ପାନମଧୁରି, ମିଠା ନଡ଼ିଆ, ଗୁଜୁରାତି, ଜାଇଫଳ, ଜାଇତ୍ରୀ ସମେତ ୫୪ ପ୍ରକାର ମିଠା ମସଲା ପକାଇ ପାନ ପ୍ରସ୍ତୁତ କରାଯାଏ। ଚେରି, ଲବଙ୍ଗରେ ସୁନ୍ଦର ଭାବେ ସଜାଇ ଗ୍ରାହକଙ୍କୁ ଦିଆଯାଏ। ୫ଟଙ୍କାରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ପାନ ଏବେ ୨୦ଟଙ୍କାରେ ପହଞ୍ଚତ୍ଲାଣି। ହେଲେ ଗ୍ରାହକଙ୍କ ଆଦର କମିନି। ଏପରି ଅନେକ ଗ୍ରାହକ ଅଛନ୍ତି, ଯେଉଁମାନେ ଥରକେ ୪୦ରୁ ୫୦ ଖଣ୍ଡ ପାନ କିଣି ନେଉଛନ୍ତି। ଓଡ଼ିଆ ଜନଜୀବନରେ କେଉଁ ଅନାଦି କାଳରୁ ସଦ୍‌ଭାବନାର ପ୍ରତୀକ ସାଜିଛି ପାନ। ଖଣ୍ଡିଏ ପାନରେ ବର୍ଷ ବର୍ଷର ରାଗ, ରୁଷା, ଅଭିମାନ କ୍ଷଣିକରେ ଶେଷ ହୋଇଯାଏ। ଭଟ୍ଟା ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯାଏ। ସମ୍ପର୍କ ଯୋଡୁଥିବା ଏଭଳି ଏକ ବ୍ୟବସାୟ କରି ବେଶ୍‌ ଖୁସିଥିବା କହିଛନ୍ତି ସଦାନନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri